ପାଠ ପଢା ନାମରେ ଛାତ୍ରୀ ମାନଙ୍କ ସହ ଶିକ୍ଷକଙ୍କ କରୁଥିଲେ ଏଭଳି କାମ…

ଗୁରୁ ଶିଷ୍ୟର ସମ୍ପର୍କ ଅତ୍ୟନ୍ତ ପବିତ୍ର ହୋଇଥାଏ ଏ କଥା ଆମେ ସମସ୍ତେ ଜାଣିଛେ । ଗୁରୁ ପାଇଁ ଶିଷ୍ୟଟିଏ ଜୀବନରେ କେତେ ଆଗକୁ ଯାଇଥାଏ ଆଉ ସମସ୍ତଙ୍କର ନାମ ଉଜ୍ଜ୍ୱଳ କରିଥାଏ । ଆଉ ଏହାକୁ ଦେଖିବା ପରେ ଗୁରୁଙ୍କର ମନ ଖୁସିରେ ନାଚି ଉଠେ ଆଉ ଛାତି କୁଣ୍ଢେ ମୋଟା ହୋଇଯାଏ । ତେବେ ଦୁନିଆଁର ବାଟ ଦେଖାଇବାର ଗୁରୁ ହିଁ ପ୍ରଧାନ ଭୂମିକା ଗ୍ରହଣ କରିଥାନ୍ତି । ତାଙ୍କ ବିନା ଛାତ୍ରଛାତ୍ରୀ ମାନଙ୍କର ଜୀବନ ଅଧୁରା । କାରଣ ସେ ହିଁ ଆମକୁ ଅନ୍ଧକାରରୁ ଆଣି ଆଲୁଅରେ ଛିଡା କରାଇଥାନ୍ତି ।

ସମାଜରେ ପିତାମାତାଙ୍କ ପରେ ଗୁରୁ ହିଁ ପ୍ରକୃତ ସମ୍ମାନର ଅଧିକାରୀ ହୋଇଥାନ୍ତି । ଆଉ ଗୁରୁଙ୍କ ବିନା ଆମେ କିଛି ବି ନୁହେଁ । ସେ ହିଁ ଏକମାତ୍ର ମଣିଷ ଯିଏ ଆମ ମାନଙ୍କ ମନରୁ ଅହ-ଙ୍କାରକୁ ଦୂର କରିଦିଅନ୍ତି । ଜୀବନରେ ଆଗକୁ ବଢ଼ିବା ପାଇଁ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ତାଙ୍କ ସ୍ନେହ , ପ୍ରେମ ଆଉ ଆଶୀର୍ବାଦରେ ଆମେ ଜୀବନର ଆଗାମୀ ପଦକ୍ଷେପ ନେଇଥାଉ । ତେଣୁ ଶିକ୍ଷା ଭଳି ପବିତ୍ର ଜ୍ଞାନ ଆଉ ଶିକ୍ଷକଙ୍କ ଠାରୁ ପବିତ୍ର ମଣିଷ ଏ ଦୁନିଆଁରେ ଆଉ କେହି ନାହିଁ।

ତେବେ ବେଳେବେଳେ ଏହି ପବିତ୍ର ଗୁରୁ ଶିଷ୍ୟ ସମ୍ପର୍କ କଳ-ଙ୍କିତ ହୋଇଯାଏ ସମାଜର କିଛି ମଣିଷ ପାଇଁ । ଯେଉଁମାନେ ନିଜ ମନର କାମନା ପୂରଣ କରିବାପାଇଁ ନିଜ ଛାତ୍ରୀ ମାନଙ୍କ ଦେହରେ ହାତ ମା-ରି-ବାକୁ ମଧ୍ୟ ପଛାଇ ନଥାନ୍ତି । ବର୍ତ୍ତମାନ ସମୟରେ ଏଭଳି ଅନେକ ଖବର ସୋସିଆଲ ମିଡିଆରେ ଘୁରିବୁଲିଛି । ଏଭଳି ଅନେକ ଲ-ଜ୍ଜା-କର ଖବର ସାମ୍ନାକୁ ଆସୁଛି । ତେବେ ଆଉ ଏକ ସାଂଘା-ତିକ ଅଭି-ଯୋଗ ଆସିଛି ଜଣେ କ୍ୟାମେଷ୍ଟ୍ରି ଶିକ୍ଷକଙ୍କ ନାମରେ । ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଅମର କୁମାର ନାଥ ଗବେଷଣାଗାରରେ ପାଠ ପଢ଼ାଇବା ନାମରେ ଏଭଳି କାମ କରିଛନ୍ତି ଯାହା ଅତ୍ୟନ୍ତ ଲ-ଜ୍ଜାଜ-ନକ ଅଟେ ।

ବାସ୍ତବରେ ସେ ଗବେଷଣାଗାର ମଧ୍ୟରେ ବାହାନା କରି ଛାତ୍ରୀ ମାନଙ୍କ ଶରୀରକୁ ଛୁଇଁବା ପାଇଁ ଚେଷ୍ଟା କରିଥାନ୍ତି ଆଉ ଛୁଇଁ ଦିଅନ୍ତି ମଧ୍ୟ । ତେବେ ଏହି ଖବର ବିଷୟରେ ଏତେ କେହି ଜାଣି ନଥିଲେ କିନ୍ତୁ ମା-ମ-ଲାଟି ସାଂଘା-ତିକ ହେବା ପରେ କଥାଟି ସାମ୍ନାକୁ ଆସିଥିଲା ଆଉ କ୍ରମେ କ୍ରମେ ସମସ୍ତେ ଏ ବିଷୟରେ ଜାଣିବାକୁ ପାଇଥିଲେ । ଛାତ୍ରଛାତ୍ରୀ ମାନେ ଅନ୍ୟ ଶିକ୍ଷକ ମାନଙ୍କ ନିକଟରେ ଏ ବିଷୟରେ ଅଭି-ଯୋଗ କରିଥିଲେ ଆଉ ତାପରେ ବୈଠକ ବସା ଯାଇ ସେହି ଶିକ୍ଷକଙ୍କୁ ବିଦ୍ୟାଳୟରୁ ବହିଷ୍କାର କରା ଯାଇଥିଲା ।

Leave a Reply

Your email address will not be published. Required fields are marked *