ଚିଡିଚିଡା ଅଟେ ସ୍ତ୍ରୀଙ୍କ ସ୍ବଭାବ? ତ ଏହି ୫ଟି ତରିକାରେ କରନ୍ତୁ ହ୍ୟାଣ୍ଡେଲ, ବଢିବ ନାହିଁ ଦୂରତା…

ବାହାଘର ପରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କରେ ଉତ୍ଥାନ ପତନ ଆସିବା ସ୍ବାଭାବିକ କଥା ଅଟେ। ଏଥିପାଇଁ ସମ୍ପର୍କକୁ ବଞ୍ଚେଇ ରଖିବା ପାଇଁ ଜରୁରୀ ହେଉଛି କି ଆପଣ ବୁଝାମଣା ଦେଖାନ୍ତୁ ଏବଂ ନିଜ ସମ୍ପର୍କରେ ପ୍ରେମ ଏବଂ ବିଶ୍ଵାସ ବନେଇ ରଖନ୍ତୁ। କିନ୍ତୁ ଅନେକ ଥର କିଛି ଖରାପ ସମୟରେ କିମ୍ବା ଅତ୍ୟଧିକ ଚିନ୍ତା କାରଣରୁ ପାର୍ଟନର ଚିଡିଚିଡା ହୋଇ ଯାଇଥାନ୍ତି ଏବଂ ତାଙ୍କୁ ସମ୍ଭାଳିବା ମୁସ୍କିଲ ହୋଇ ଯାଇଥାଏ।ଏହା ମଧ୍ୟରେ ଯଦି ତାଙ୍କୁ ଅଣଦେଖା କରାଯିବ ତାହେଲେ ସମ୍ପର୍କରେ ଫାଟ ଆହୁରି ବଢି ଯାଇଥାଏ।

ବିଶେଷ ଭାବରେ ଯଦି ସ୍ତ୍ରୀ ଅତ୍ୟାଧିକ ଚିନ୍ତାରେ ଅଛନ୍ତି ଏବଂ ସ୍ବଭାବ ଚିଡିଚିଡା ହୋଇ ଯାଇଛି ତାହେଲେ ଏହା ଜରୁରୀ ଅଟେ କି ସ୍ବାମୀ ତାଙ୍କ ଭାବନାକୁ ବୁଝନ୍ତୁ ଏବଂ କିଛି କଥାକୁ ଫଲୋ କରିବା ସମୟରେ ଖରାପ ସମୟରେ ମଧ୍ୟ ତାଙ୍କ ସାହାରା ହୁଅନ୍ତୁ। ବିଶ୍ବାସ କରନ୍ତୁ, ଯଦି ଆପଣ ଖରାପ ସମୟରେ ମଧ୍ୟ ପଥର ପରି ଢାଲ ହୋଇ ନିଜ ସ୍ତ୍ରୀଙ୍କୁ ସାହାରା ଦେବେ ତାହେଲେ ଆପଣଙ୍କ ସମ୍ପର୍କ ବହୁ ଦିନ ପର୍ଯ୍ୟନ୍ତ ବହୁତ ନିକଟତର ଏବଂ ଭରସାରେ ଭରି ହୋଇ ରହିବ। ଏତିକି ନୁହେଁ, ଆପଣଙ୍କ ଏହି ସ୍ବଭାବରେ ଆପଣଙ୍କ ସ୍ତ୍ରୀଙ୍କ ଚିଡିଚିଡା ସ୍ବଭାବ ମଧ୍ୟ ଶେଷ ହୋଇଯିବ। ତାହେଲେ ଆସନ୍ତୁ ଜାଣିବା ଚିଡିଚିଡା ସ୍ବଭାବ ମଧ୍ୟ ଶେଷ ହୋଇଯିବ। ତାହେଲେ ଆସନ୍ତୁ ଜାଣିବା କି ଚିଡିଚିଡା ସ୍ଵଭାବ ବାଲା ସ୍ତ୍ରୀଙ୍କୁ କେସ ହ୍ୟାଣ୍ଡେଲ କରିବା ଉଚିତ।

୧. ଜାଣନ୍ତୁ ଚିଡିଚିଡା ପଣର କାରଣ

ଆପଣଙ୍କ ପାଇଁ ଏହା ଜାଣିବା ଜରୁରୀ ଅଟେ କି ବାସ୍ତବରେ ସ୍ତ୍ରୀଙ୍କ ସ୍ୱଭାବରେ ଚିଡିଚିଡା କଣ ପାଇଁ ଆସିଛି। କାରଣ ଜାଣିବା ପରେ ନିଜକୁ ଏହି ପ୍ରଶ୍ନ କର କି କଣ ଏହା ପଛରେ ଆପଣ ଦାୟି ଅଟନ୍ତି।?ଯଦି ହଁ, ତାହେଲେ ସେଥିପାଇଁ ଆପଣଙ୍କ ସ୍ତ୍ରୀଙ୍କୁ ଆପଣ ସରି କହିପାରିବେ। ସେଠାରେ ଯଦି ଏହାର କାରଣ ଆଉ କିଛି ଅଟେ ତାହେଲେ ତାକୁ ଠିକ କରିବା ପାଇଁ ଚେଷ୍ଟା କରନ୍ତୁ।

୨. ଧୈର୍ଯ୍ୟ ଜରୁରୀ

ଯଦି ଆପଣ ଏମିତି ପରିସ୍ଥିତିରେ ଆପଣଙ୍କ ଧୈର୍ଯ୍ୟ ହରେଇ ଦେବେ ତାହେଲେ ସମ୍ପର୍କରେ ଫାଟ ଆସିପାରେ। ଏଥିପାଇଁ କାହାକୁ ଜଣଙ୍କୁ ଧୈର୍ଯ୍ୟ ବନେଇ ରଖିବା ଆବଶ୍ୟକ ଅଟେ, ସେହି ସମୟରେ ପରିସ୍ଥିତିକୁ ନିୟନ୍ତ୍ରିତ କରାଯାଇ ପାରିବ।।

୩. ବାହାରକୁ ନେଇ ଯାଆନ୍ତୁ

କେବେକେବେ ଏକାଭଳି ରୁଟିନ କାରଣରୁ ସ୍ତ୍ରୀଙ୍କ ସ୍ବଭାବ ଚିଡିଚିଡା ହୋଇ ଯାଇଥାଏ। ଏଥିପାଇଁ ସ୍ବାମୀଙ୍କ ଦାୟିତ୍ଵ ହେଉଛି କି ସେ ସପ୍ତାହକୁ ଗୋଟିଏ ଥର ନିଜ ସ୍ତ୍ରୀଙ୍କୁ ସିନେମା ଦେଖାଇବା କିମ୍ବା ବାହାରେ ଖାଦ୍ୟ ଖୁଆଇବା ପାଇଁ ନେଇ ଯାଆନ୍ତୁ, ଯାହାଦ୍ଵାରା ନାଁ କେବଳ ତାଙ୍କ ମୁଡ ଭଲ ହେବ ବରଂ ତାଙ୍କ ଚିଡିଚିଡା ସ୍ଵଭାବ ମଧ୍ୟ ଦୂର ହୋଇ ପାରିବ।

୪. ଦାୟିତ୍ଵ ବାଟନ୍ତୁ

ଅନେକ ଥର ସ୍ତ୍ରୀଙ୍କ ମନରେ ଏହି କଥା ଆସି ଯାଇଥାଏ କି ଘରର ସମସ୍ତ କାମ କେବଳ ସେ ଏକୁଟିଆ ହିଁ କରିଥାନ୍ତି।ଏହା ମଧ୍ୟରେ ଆପଣ ତାଙ୍କୁ ଏହି ବିଶ୍ବାସ ଦିଅନ୍ତୁ କି ଘରର ସମସ୍ତ ଦାୟିତ୍ବ ତାଙ୍କର ନୁହେଁ ବରଂ ଆପଣ ଦୁଇଜଣ ମିଶି ଘର ସମ୍ଭାଳୁଛନ୍ତି। ଏଥିପାଇଁ ଆପଣ ଘରର ଅଧା କାମ ନିଜେ କରନ୍ତୁ ଏବଂ ନିଜ ସ୍ତ୍ରୀଙ୍କ ସହିତ ଘରର କାମକୁ ପୂରା କରିବାରେ ସାହାଯ୍ୟ କରନ୍ତୁ।

୫. ସାଥି ହୋଇ ବିତାନ୍ତୁ ସମୟ

ସନ୍ଧ୍ୟାରେ ଅଫିସରୁ ଆସିବା ପରେ ଆପଣ ଅଳ୍ପ ସମଯ ଆପଣଙ୍କ ସ୍ତ୍ରୀଙ୍କ ସହିତ ବିତାନ୍ତୁ। ଏହାଦ୍ଵାରା ନାଁ କେବଳ ସ୍ତ୍ରୀଙ୍କ ମୁଡ ଭଲ ହେବ ବରଂ ସ୍ତ୍ରୀଙ୍କ ସହିତ ସମୟ ବିତେଇବା ଦ୍ଵାରା ଆପଣ ମଧ୍ୟ ନିଜକୁ ଏକୁଟିଆ ଅନୁଭବ କରିବେ ନାହିଁ।

Leave a Reply

Your email address will not be published. Required fields are marked *