ଘରେ ପଶୁଥିଲା ବିଷାକ୍ତ ସାପ, ସେହି ସମୟରେ ବ୍ୟକ୍ତି ଜଣଙ୍କ ଜୋରରେ କଲେ ପାଟି; କବାଟ ପାଖରୁ ହିଁ ଫେରିଗଲା ସାପ

ସାପ ଏମିତି ଜୀବ ଅଟେ, ଯାହା ବିଷୟରେ ଚିନ୍ତା କରିବା ମାତ୍ରେ ହିଁ ସବୁ ମନୁଷ୍ୟଙ୍କର ହୋଶ ଉଡି ଯାଇଥାଏ। ଏହା ମଧ୍ୟରେ ଯଦି ସାପ ସାମ୍ନାରେ ଦେଖାଯିବ ତାହେଲେ ସେହି ସମୟରେ କାହାର ମଧ୍ୟ ଅବସ୍ଥା ଖରାପ ହେବା ସ୍ବଭାବିକ ଅଟେ।

ହେଲେ ତାମିଲନାଡୁର କୋୟଂବଟୁର ଜିଲ୍ଲାରେ ଗୋଟିଏ ଅଜବଘଟଣା ହୋଇଛି। ଗୋଟିଏ ସାପ କୃଷକଙ୍କ ଘରେ ପଶିବା ପାଇଁ ଚେଷ୍ଟା କରୁଥିଲା। କୃଷକ ଜଣଙ୍କ ତାକୁ ଏମିତି କରୁଥିବାର ଦେଖି ନେଇଥିଲେ ଏବଂ ବହୁ ମାତ୍ରାରେ ଗାଳି କରିଥିଲେ। କୃଷକଙ୍କ ରାଗରେ ଡରି ଯାଇଥିଲା ଏବଂ ସଙ୍ଗେସଙ୍ଗେ ଫେରି ଯାଇଥିଲା। କୃଷକ ଏବଂ ସାପର ଏହି କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଛି।

କରୁଥିଲା ଘରେ ପଶିବା ପାଇଁ ଚେଷ୍ଟା

ସୂଚନା ମୁତାବକ କୋୟଂବଟୁର ଜିଲ୍ଲାର ବାହାର ଅଞ୍ଚଳ ଥୁଡିୟାଲୁରରେ ଗୁରୁବାର ସନ୍ଧ୍ୟା ପାଖାପାଖି ୬ଟାରେ ଗୋଟିଏ ସାପ ଘରେ ପଶିବା ପାଇଁ ଚେଷ୍ଟା କରିଥିଲା। ତାକୁ ଏମିତି କରୁଥିବାର ଗୃହ ମାଲିକ କନଗରାଜ ଦେଖି ନେଇଥିଲେ। କନଗରାଜ ତାମିଲରେ ଚାରିଫୁଟ ଲମ୍ବା ସାଫ ଉପରେ ଚିତ୍କାର କରି କହିଥିଲେ, ‘ଏଠାକୁ ଆସ ନାହିଁ। ଜଙ୍ଗଲକୁ ହିଁ ଫେରି ଯାଅ।’

କୃଷକଙ୍କ ଗାଳିରେ ଡରିଯାଇ ପୋଖରୀରେ ପଡି ଯାଇଥିଲା

କୃଷକଙ୍କୁ ଗାଳି କରୁଥିବାର ଦେଖି ସାପ ସେଠାରେ ନିରବ ହୋଇ ରହି ଯାଇଥିଲା ଏବଂ ଘର ଭିତରକୁ ଯିବା ପାଇଁ ସାହସ କରି ପାରି ନଥିଲା। ଏହାପରେ କୃଷକଙ୍କ ଆଦେଶ ପାଳନ କରିବା ସମୟରେ ସାପ ପୁଣି ଫେରି ଯାଇଥିଲା ଏବଂ ଜୋରରେ ବାହାରକୁ ଯିବାକୁ ଲାଗିଥିଲା। ହେଲେ ଏହି ପଳେଇବା ପରିସର ମଧ୍ୟରେ ବାହାରେ ଥିବା ଗୋଟିଏ ପୋଖରୀରେ ପଡି ଯାଇଥିଲା।

ବନବିଭାଗ ସାପକୁ ଜଙ୍ଗଲରେ ଛାଡ଼ିଲେ

କୃଷକ ଏହାର ସୂଚନା ବନବିଭାଗ ଅଧିକାରୀଙ୍କୁ ଦେଇଥିଲେ,ଯାହାପରେ ବନବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ପୋଖରୀରେ ଜାଲ ପକେଇ ସାପକୁ ଧରି ନେଇଛନ୍ତି। ଏହାପରେ ସାପକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

Leave a Reply

Your email address will not be published. Required fields are marked *