ମହିଳା ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ଏଥର ଆକାଉଣ୍ଟକୁ ଯିବ ୧୦ ହଜାର ଟଙ୍କା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ଗର୍ଭବତୀ ମହିଳାଙ୍କ ପାଇଁ ଏକ ବଡ଼ ଘୋଷଣ କରିଛନ୍ତି । ଯୋଜନାରେ ୨ଟି କିସ୍ତିରେ ହିତାଧିକାରୀଙ୍କ ଜମା ଖାତାକୁ ସହାୟତା ରାଶି ସିଧାସଳଖ ଦିଆଯିବ । ପ୍ରଥମ କିସ୍ତିରେ ଅର୍ଥାତ ଗର୍ଭାବସ୍ଥାର ୬ ମାସ ପରେ ୬୦୦୦ ଟଙ୍କା ଏବଂ ଦ୍ୱିତୀୟ କିସ୍ତିରେ ଶିଶୁକୁ ଦଶମାସ ହେବା ପରେ ୪୦୦୦ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରଖାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତା ଯୋଜନା ଆଧାରରେ ଗର୍ଭବତୀ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର ଆଣିଛନ୍ତି । ଏଠାରେ କହିରଖିବୁ ଯେ ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତା ମମତା ଯୋଜନାର ଶୁଭାରମ୍ଭ କରିଥିଲେ ।

ଏହି ଯୋଜନା ବର୍ତ୍ତମାନ ବେଶ ଲୋକପ୍ରିୟ ହୋଇ ପାରିଛି । ଯଦି ଆପଣଙ୍କର ଏହି ଯୋଜନାକୁ ନେଇ କିଛି ସମସ୍ୟା କିମ୍ବା ଅଭିଯୋଗ ରହିଛି ତେବେ ଆପଣ ୧୮୧ ନମ୍ବରରେ କଲ କରି ଅଭିଯୋଗ ଜଣାଇ ପାରିବେ । ଏହାବ୍ୟତୀତ ଆପଣ ନିଜର ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ମଧ୍ୟ ନିଜର ଅଭିଯୋଗ ଜଣାଇ ପାରିବେ ।

ଅଗଷ୍ଟ ୨୩ରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ବର୍ଦ୍ଧିତ ରାଶି ପାଇବେ ବୋଲି ସୂଚନା ରହିଛି । ଚଳିତ ଫେବୃଆରୀ ମାସ ୨୦ ରୁ ୨୫ ତାରିଖ ମଧ୍ୟରେ ବକେୟା ରାଶି ହିତାଧିକାରୀମାନଙ୍କୁ ମିଳିବ । ସୂଚନାଯୋଗ୍ୟ ଯେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ମା’ ମାନଙ୍କର ଦାବି ଥିବା ଯେ ମାମଲା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ମିଳୁଥିବା ରାଶିକୁ ଦୁଇ ଗୁଣା ବୃଦ୍ଧି କରାଯାଉ ବୋଲି ।

ଭିକେ ପଣ୍ଡିଆନ ମଧ୍ୟ ବିଭିନ୍ନ ସ୍ଥାନରେ ମା’ମାନେ ଏହି ସହାୟତା ରାଶି ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହାକୁ ନେଇ 5T ଅଧ୍ୟକ୍ଷ ଏହି ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଏହା ଆସିବା ପରେ ମମତା ଯୋଜନାର ସହାୟତା ରାଶି ପରିମାଣକୁ ବୃଦ୍ଧି କରି ୧୦ ହଜାର ଟଙ୍କା କରିଛନ୍ତି । ତେବେ ଏହି ଯୋଜନା ଆରମ୍ଭ ହେବା ଠାରୁ ଏବେ ସୁଦ୍ଧା ୬୦ ଲକ୍ଷରୁ ଅଧିକ ଗର୍ଭବତୀ ଏବଂ ପ୍ରସୂତି ମା’ ମାନେ ଉପକୃତ ହେଉଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ୨୯୦୦ କୋଟି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି । ତେବେ ମମତା ଯୋଜନା ବେଶ୍ ଲୋକପ୍ରିୟ ଯୋଜନା ଏବଂ ଏହାକୁ ଜାତୀୟ ସ୍ତରରେ ଏକ ମଡେଲ ଭାବରେ ଗ୍ରହଣ କରାଯାଇଛି ଏବଂ ଏଥିରେ ୧୦ ହଜାର ଟଙ୍କା ଦେବାର ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *