ଓଡ଼ିଶାର ଚୁଡି ବିକାଳୀଙ୍କ ପୁଅ, ଜାତୀୟ ସ୍ତରରେ ନିଜର ଚମତ୍କାର ପ୍ରଦର୍ଶନ, ତାଙ୍କ ନାଚ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ : ଦେଖନ୍ତୁ ଭିଡ଼ିଓ

ମାଆବାପା ନିଜ ପିଲାକୁ ଆଗକୁ ବଢ଼ାଇବା ପାଇଁ ବହୁତ ଚେଷ୍ଟା କରିଥାନ୍ତି । ପିଲାର ଇଚ୍ଛା ପୂରଣ କରିବାପାଇଁ ସେମାନେ ସବୁକିଛି କରିବାପାଇଁ ରାଜିଥାନ୍ତି । ନିଜେ ଖାଇବାକୁ ନ ପାଆନ୍ତୁ ପଛକେ ପିଲା ପାଇଁ ଖାଦ୍ୟର ଯୋଗାଡ଼ କରିଦିଅନ୍ତି । ତେବେ ଅନେକ ଖବର ଆସି ପହଞ୍ଚିଥାଏ କି , ଗରିବ ଲୋକଙ୍କର ପିଲାମାନେ ବହୁତ ଆଗରେ ପହଞ୍ଚିଛନ୍ତି । କେଉଁଠି ଚା ବିକାଳୀର ପୁଅ ଆଇଏଏସ ହେଉଛି ତ କେଉଁଠି ରିକ୍ସାବାଲାର ଝିଅ କୋଟିପତି । ତେବେ ପୁଣିଥରେ ଏଭଳି ଏକ ଖବର ସାମ୍ନାକୁ ଆସିଅଛି , ଜଣେ ଚୁଡି ବିକାଳୀଙ୍କ ପୁଅ ଜାତୀୟ ସ୍ତରରେ ନିଜ ନାଚର କମାଲ ଦେଖାଉଛନ୍ତି ।

ଏହି ପିଲା ଜଣକ ଓଡ଼ିଶାର ଅଟନ୍ତି । ଆଜି ସେ ଜାତୀୟ ସ୍ତରରେ ଅନେକ ସ୍ୱନାମ ଅର୍ଜନ କରୁଛନ୍ତି । କୁହାଯାଏ ଇଚ୍ଛାଶକ୍ତି ଆଗରେ ସବୁ ହାର୍ ମାନିଯାଏ । ତାହା ହିଁ ଦେଖିବାକୁ ମିଳିଛି ଏହି ପିଲାର କ୍ଷେତ୍ରରେ । ଝାରସୁଗୁଡ଼ାର ଏହି ଗର୍ବ ଗୌରବ ଅଟନ୍ତି ରୋଶନ ସାହୁ । ତାଙ୍କ ନାଚ ଦେଖିଲେ ଆପଣଙ୍କ ଆଖି ଛିଡା ହୋଇଯିବ । ତେବେ ଝାରସୁଗୁଡା ଭଳି ଛୋଟ ସହରରୁ ଯାଇ ମାୟାନଗରୀରେ ପହଞ୍ଚିଛନ୍ତି ରୋଶନ । ଜି ଟିଭିର ରିୟାଲିଟି ଶୋ ଡାନ୍ସ ଇଣ୍ଡିଆ ଡାନ୍ସରେ ଅଂଶଗ୍ରହଣ କରି ହିପହପ ଡାନ୍ସ କରି ୨୮ ନମ୍ବର ସ୍ଥାନ ଅଧିକାର କରିଛନ୍ତି ରୋଶନ ।

ତେବେ ଏହା ସାରା ଓଡ଼ିଶା ପାଇଁ ଅତ୍ୟନ୍ତ ଗର୍ବ ଏବଂ ଗୌରବର ବିଷୟ ଅଟେ । ତାଙ୍କର ଏହି ଡାନ୍ସ ଷ୍ଟାଇଲ ଆଜି ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇଛି । ତେବେ ଝାରସୁଗୁଡ଼ାର ମାଲିପଡାରେ ଏ ହେଉଛନ୍ତି ରୋଶନ ସାହୁ । ମା ଜଣେ ଚୁଡି ବିକାଳୀ ଅଟନ୍ତି । ଆଉ ଏହାଦ୍ବାରା ହିଁ ତାଙ୍କର ପରିବାରର ଭରଣ ପୋଷଣ ହୋଇଥାଏ । ତେବେ ରୋଶନଙ୍କର ଏହି ସଫଳତା ପରେ ତାଙ୍କ ମାଆଙ୍କ ଆଖିରୁ ଲୁହ ଆସି ଯାଇଛି । ତାଙ୍କ ମାଆ ଖୁସିରେ ଆତ୍ମହରା ହୋଇ ପଡିଛନ୍ତି । ଆଉ କହିଛନ୍ତି କି , ୧୫ ବର୍ଷ ହେବ ଯେଉଁ ଖୁସି ସେ ତାଙ୍କ ସ୍ୱାମୀଙ୍କ ଠାରୁ ପାଇ ପାରିନଥିଲେ ଆଜି ତାଙ୍କ ପୁଅ ତାଙ୍କୁ ଦେଇଛନ୍ତି ।

ଆହୁରିମଧ୍ୟ କହିଛନ୍ତି କି , ରିୟାଲିଟି ଶୋ ରେ ରୋଶନଙ୍କୁ ଉଇଙ୍ଗସ ପିନ୍ଧାଇବା ପାଇଁ ତାଙ୍କୁ ଯେତେବେଳେ ରେମୋ ସାର କହିଥିଲେ , ସେ ଅତ୍ୟନ୍ତ ଖୁସି ଏବଂ ଗର୍ବ ଅନୁଭବ କରିଥିଲେ । ନିଜ ପିଲାର ଇଚ୍ଛା ପୂରଣ ପାଇଁ ସକାଳୁ ଉଠି କାମରେ ବାହାରି ପଡନ୍ତି ମାଆ । ନିଜ ମଦ୍ୟପ ସ୍ୱାମୀର ଅତ୍ୟାଚାର ସହି ନ ପାରି ନିଜର ତିନି ପିଲାଙ୍କୁ ଧରି ଝାରସୁଗୁଡାର ଏକ ବସ୍ତିରେ ଭଡା ଘରେ ରହୁଛନ୍ତି ରୋଶନଙ୍କ ମାଆ ।

ତେବେ ସ୍ୱଳ୍ପ ରୋଜଗାରରେ ପିଲାମାନଙ୍କର ପେଟ ପୋଷୁ ପୋଷୁ ହାଲିଆ ହୋଇ ଯାଇଥିଲେ ରୋଶନଙ୍କର ମାଆ । ତେବେ ଏ ସବୁ ମଧ୍ୟରେ ମାୟାନଗରୀରୁ ଖବର ଆସିଥିଲା । ତେବେ ଗୋଟିଏ ପଟେ ଖୁସିରେ ଛାତି ଫାଟୁ ପଡୁଥିବା ବେଳେ ଅନ୍ୟପଟେ ପଇସା ଅଭାବରେ ପିଲା କିପରି ମାୟାନଗରୀ ଯିବ ସେ ନେଇ ଚିନ୍ତା ଘାରିଥିଲା । ତେବେ ଚାରିଆଡୁ କରଜ କରି ପିଲାଙ୍କୁ ଧରି ବାହାରିଥିଲେ ମାୟାନଗରୀ । ଆଉ ସାଙ୍ଗରେ ଥାଏ କାଚ ଚୁଡି । ଯଦି ରାସ୍ତାରେ କେହି ଗ୍ରାହକ ମିଳିଯିବେ , ତେବେ ଦୁଇ ପଇସା ରୋଜଗାର ହୋଇଯିବ ।

ତେବେ ସବୁ ପରେ ମାୟାନଗରୀ ପହଞ୍ଚିଗଲେ ଆଉ ସେଠାକାର ବଡ଼ ବଡ଼ କୋଠାଘର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଆଉ ତାପରେ ଷ୍ଟୁଡିଓରେ ଯାଇ ପହଞ୍ଚିଲେ । ସେଠାରେ ବଡ଼ ବଡ଼ କଳାକାର ଆଗରେ ନିଜ ପିଲାର ନାଚ ଦେଖି ଆତ୍ମବିଭୋର ହୋଇଗଲେ ମାଆ । ଆଉ ଭଗବାନଙ୍କୁ ଧନ୍ୟବାଦ ଦେଇଥିଲେ । ତେବେ ପୁଣିଥରେ ନିଜର ଅନେକ ଆଶାକୁ ନେଇ ଝାରସୁଗୁଡ଼ା ଫେରିଛନ୍ତି ସାବିତ୍ରୀ ଦେବୀ । ଆଉ କଷ୍ଟରୁ ଟିକିଏ ଉପଶମ ପାଇଛନ୍ତି । ତେବେ ରୋଶନ କହିଛନ୍ତି କି , ମୁମ୍ବାଇରେ ଏତେ ବଡ଼ ବଡ଼ ଘର , କାର ଏବଂ ଲୋକଙ୍କୁ ଦେଖି ସେ ବହୁତ ଖୁସି ହୋଇ ଯାଇଥିଲେ ।

ଆହୁରିମଧ୍ୟ ରୋଶନ କହିଛନ୍ତି କି , ନିଜ ମାଆଙ୍କ ପାଇଁ ସେ ସବୁକିଛି କରିବେ । ପ୍ରଥମେ ସେ ବଡ଼ ବଡ଼ କଳାକାର ମାନଙ୍କ ଆଗରେ ଡରି ଯାଇଥିଲେ । ତାପରେ ତାଙ୍କର ବାରମ୍ବାର ଚେଷ୍ଟା ତାଙ୍କୁ ଆଗକୁ ନେଇଥିଲା । ଏହାବ୍ୟତୀତ ସେ ଓଡ଼ିଶାର ଲୋକମାନଙ୍କୁ ଅନେକ ଧନ୍ୟବାଦ ଜ୍ଞାପନ କରିଛନ୍ତି କାରଣ ସେମାନେ ତାଙ୍କୁ ବହୁତ ଭଲପାଇବା ଦେଇଛନ୍ତି । ତେବେ ରୋଶନଙ୍କୁ ଲୋକଲୋଚନକୁ ଆଣିବାରେ ସବୁଠାରୁ ବଡ଼ ଅବଦାନ ତାଙ୍କ ଗୁରୁ ସହିଦ ଖାଁଙ୍କର ରହିଛି । ଯିଏ ଅନେକ ବାଧା ବିଘ୍ନକୁ ପାର୍ କରି ଅନେକ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦେଇଛନ୍ତି । ସେ ଏଥିପାଇଁ ଅନେକ ଗର୍ବ ଅନୁଭବ କରୁଛନ୍ତି । ଏବଂ ରୋଶନଙ୍କୁ ଆହୁରି ଆଗକୁ ନେବା ପାଇଁ ଚେଷ୍ଟା କରି ଚାଲିଛନ୍ତି ।

Leave a Reply

Your email address will not be published. Required fields are marked *