ଇମରାନ ଖାନ ସରକାର ବଞ୍ଚାଇବା ପାଇଁ, କଳା ଯାଦୁ କରୁଛନ୍ତି ସ୍ତ୍ରୀ….

ଆଜିକାଲି ସମସ୍ତେ ଯାଦୁ ଉପରେ ଅନେକ ବିଶ୍ୱାସ କରୁଛନ୍ତି । ସେ ଯେତେ ଶିକ୍ଷିତ ହୁଅନ୍ତୁ ନା କାହିଁକି ଅନ୍ଧବିଶ୍ୱାସର ଛାୟା ତାଙ୍କୁ ଆଚ୍ଛାଦିତ କରି ରଖିଛି । ସମସ୍ତେ ଏହାକୁ ଆଖି ବୁଜି ବିଶ୍ୱାସ କରୁଛନ୍ତି । ତେବେ ନିକଟରେ ଏଭଳି ଏକ ଖବର ଆସିଅଛି , ଯାହା ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପାକିସ୍ତାନର ବିଧାନସଭାରେ ଇମରାନ ଖାନଙ୍କ ବିରୁଦ୍ଧରେ ଅବିଶ୍ୱାସରେ ପ୍ରସ୍ତାବ ଆସିବା ପରେ ତାଙ୍କ ପଦବୀ ବର୍ତ୍ତମାନ ଅଡୁଆରେ ରହିଛି । ତାଙ୍କ ସମର୍ଥନ କରୁଥିବା କେତେକ ସାଂସଦ ଏହି ଅବିଶ୍ୱାସ ପ୍ରସ୍ତାବକୁ ବିଶ୍ୱାସ କରୁଛନ୍ତି । ଏଭଳି ମଧ୍ୟରେ ତାଙ୍କ ପଦବୀ ଚାଲିଯିବା ନିଶ୍ଚିତ ଭାବରେ ଧାର୍ଯ୍ୟ ଅଟେ ।

ତେବେ ଏ ସବୁ ମଧ୍ୟରେ ତାଙ୍କ ପଦବୀକୁ ବଞ୍ଚାଇବା ପାଇଁ ଯାଦୁ କରୁଥିବା ତାଙ୍କ ପତ୍ନୀ ବୁଶାରା ବିବି ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି । ପଦବୀକୁ ରକ୍ଷା କରିବାପାଇଁ ସେ ଅନେକ ଯାଦୁ କରୁଛନ୍ତି , ଯେଉଁଥିରେ ଅନେକ ରକ୍ତ ବୁହା ଯାଉଛି । ତେବେ ଅନ୍ୟପକ୍ଷରେ ପାକିସ୍ତାନର ବିପକ୍ଷ ନେତା ତଥା ପ୍ରଧାନମନ୍ତ୍ରୀ ପଦ ଦୌଡ଼ରେ ସବୁଠାରୁ ଆଗରେ ଚାଲୁଥିବା ଶାହବାଜ ଶରିଫ କହିଛନ୍ତି କି , ଯାଦୁ ପାଇଁ ଇମରାନଙ୍କର ଘରେ କିଲୋ କିଲୋ ମାଂସ ଜଳା ଯାଉଛି । ତେବେ ସେ ଇମରାନଙ୍କର ପତ୍ନୀଙ୍କ ଉପରେ ଏହି ଅଭିଯୋଗ ଆଣିଛନ୍ତି , ଯିଏକି ନିଜକୁ ପୀର ବୋଲି କୁହନ୍ତି ଏବଂ ଯାଦୁ କରନ୍ତି ।

ଶାହବାଜ ଶରିଫ ଏକ ଟିଭି ଚ୍ୟାନେଲ ସହ ସାକ୍ଷାତକାର ସମୟରେ କହିଛନ୍ତି କି , ଲୋକମାନେ ଖାଇବାକୁ ପାଉ ନଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଘରେ କିଲୋ କିଲୋ ମାଂସକୁ ଜଳା ଯାଉଛି । ସେ ଏହାକୁ ସମ୍ପୂର୍ଣ୍ଣ ଦାବି କରି ସେ କହିଛନ୍ତି । କିନ୍ତୁ ତାଙ୍କର ଏହି କଥାକୁ ସମ୍ପୂର୍ଣ୍ଣ ଭାବରେ ବାରଣ କରିଛନ୍ତି ଇମରାନ ଖାନ , ସେ ଏହି କଥାକୁ ଆଦୌ ସ୍ୱୀକାର କରିନାହାଁନ୍ତି । ବାସ୍ତବରେ ଶାହବାଜ ଶରିଫ ଇମରାନ ସରକାରଙ୍କର ତୃତୀୟ ପତ୍ନୀ ବୁଶରା ବିବିଙ୍କୁ ଆକ୍ଷେପ କରି ଏହି କଥା କହିଥିଲେ । ଯିଏ ନିଜକୁ ଆଧ୍ୟାତ୍ମିକ ଚିନ୍ତାର ବ୍ୟକ୍ତି ବୋଲି କହିଥାନ୍ତି । ଇମରାନଙ୍କ ସହ ବିବାହ ପରେ ବୁଶରା ବିବି ତାଙ୍କ ପାର୍ଟି ପିଟିଆଇ ଉପରେ ସମ୍ପୂର୍ଣ୍ଣ ଭାବରେ କବ୍ଜା କରି ନେଇଛନ୍ତି । ଅନେକ ସମୟରେ ଚର୍ଚ୍ଚା ହୋଇଥାଏ କି , ସେ ପାର୍ଟି ମଧ୍ୟରେ ଅଲଗା କାର୍ଯ୍ୟ କରିଥାନ୍ତି ।

ଆଉ ଏକ କଥା ଶୁଣିବାକୁ ମିଳିଛି କି , ଯେତେବେଳେ ପାର୍ଟି ମଧ୍ୟରେ ବିରୋଧର ସ୍ୱର କିମ୍ବା ମହିଳା ମାନେ ଅସନ୍ତୋଷ ପ୍ରକାଶ କରନ୍ତି , ସେତେବେଳେ ସେ ବୁଶରାଙ୍କୁ ଆଗକୁ କରିଦିଅନ୍ତି । ଏଥିପାଇଁ ତାଙ୍କୁ ଗଡ଼ମଦର ବୋଲି କୁହାଯାଏ । ଏହାବ୍ୟତୀତ ବୁଶରା ବିବିଙ୍କୁ କଳା ଯାଦୁ କରୁଥିବା ମହିଳା ବୋଲି କୁହାଯାଏ । କିନ୍ତୁ ସେ ନିଜକୁ ଆଧ୍ୟାତ୍ମିକ ଚେତନାର ମହିଳା ବୋଲି କହିଥାନ୍ତି । କୁହାଯାଏ ସେ ୨୦ ଜଣ ପାକିସ୍ତାନୀ କର୍ମଚାରୀଙ୍କୁ କବାଟ ଖୋଲିବାରେ ବିଳମ୍ବ ହେବା କାରଣରୁ ଟ୍ରାନ୍ସଫର କରିଦେଇଛନ୍ତି । ସେ ଅତ୍ୟନ୍ତ କ୍ରୋଧି ଅଟନ୍ତି ବୋଲି ମଧ୍ୟ କୁହାଯାଏ । ସବୁବେଳେ ପରଦା ଭିତରେ ରହୁଥିବା ନେଇ ଏକ ପ୍ରଶ୍ନ ଉଠିଥିଲା ।

ତେବେ ଏହାର ଉତ୍ତରରେ ବୁଶରା କହିଥିଲେ ଯେ , ପରଦା ଭିତରେ ନ ରହୁଥିବା ଝିଅ ମାନେ ନିଜକୁ ମର୍ଡନ ବୋଲି ଭାବିଥାନ୍ତି । କିନ୍ତୁ ସେ ନିଜକୁ ପରଦା ଭିତରେ ରଖିବାକୁ ଭଲ ପାଇଥାନ୍ତି । ଏହାଦ୍ବାରା ଭଗବାନଙ୍କ ସହ ତାଙ୍କର ନିବିଡ଼ତା ବଢିଥାଏ । ଏହା ପୂର୍ବରୁ ଇମରାନ ସରକାର ନିଜ ପତ୍ନୀ ବିଷୟରେ ଅନେକ କଥା ଖୋଲାସା କରି କହିଥିଲେ କି , ତାଙ୍କ ପତ୍ନୀ ଅତ୍ୟନ୍ତ ବୁଦ୍ଧିମାନ ଅଟନ୍ତି ।

Leave a Reply

Your email address will not be published. Required fields are marked *