ସାଙ୍ଗ ହେଲା ଘରକୁ ଆସିଲା , ଶେଷରେ ମୋ ସ୍ତ୍ରୀକୁ ନେଇ ପଳାଇ ଗଲା :-

ବର୍ତ୍ତମାନ ସମୟରେ ଅନେକ ଦମ୍ପତ୍ତିଙ୍କ ମଧ୍ୟରେ ବିବାଦର କାରଣ ହେଉଛି ପରକୀୟା ପ୍ରୀତି । ଆମେ କେବଳ କହି ରଖିବାକୁ ଚାହୁଁଛୁ ଯେ ଯେଉଁ ବ୍ୟକ୍ତି ଜଣେ ସ୍ୱାମୀ କିମ୍ବା ଜଣେ ସ୍ତ୍ରୀ ରେ ଖୁସି ନୁହେଁ ସେହି ବ୍ୟକ୍ତି ଜଣଙ୍କୁ ବିବାହ କରି କେବେ ତାର ଜୀବନ ନଷ୍ଟ କରିବା ଉଚିତ ନୁହେଁ । କାରଣ ବର୍ତ୍ତମାନ ସମୟରେ କେବଳ ଏହି ସମସ୍ୟା ପାଇଁ ଅନେକ ନିରୀହ ଜୀବନ ପୀଡ଼ିତ ହେଉଛନ୍ତି । ବର୍ତ୍ତମାନ ସମୟରେ ଆଉ ଏକ ଘଟଣା ମଧ୍ୟ ଅପରି ଘଟିଛି । ଯେଉଁଠି ଜଣେ ସ୍ତ୍ରୀ ଅନ୍ୟ ହ୍ୟାଣ୍ଡସମ ପୁରୁଷ ପାଇଁ ଏବଂ ତାର ଟଙ୍କା ଲୋଭରେ ନିଜ ସ୍ୱାମୀକୁ ଛାଡ଼ି ଚାଲି ଯାଇଛି ।

ସୂଚନା ଅନୁଯାୟୀ ଏହି ଘଟଣା ନୟାଗଡ଼ ଜିଲ୍ଲା ଦଶପାଲା ଥାନା ଅନ୍ତର୍ଗତ ଗୌଡ଼ା ଗ୍ରାମର ଅଟେ । ଯେଉଁଠି ପ୍ରସନ୍ନ କୁମାର ତାରିନିଆ ନାମକ ଜଣେ ଯୁବକଙ୍କୁ କିଛି ବର୍ଷ ତଳେ ନିଜ ସାମ୍ନା ଘର ଯୁବତୀଙ୍କ ସହିତ ପ୍ରେମ ହୋଇ ଯାଇଥିଲା । ପ୍ରେମ ସମ୍ବନ୍ଧ ଏତେ ନିବିଡ଼ ହେଲା ଯେ ଉଭୟେ ବିବାହ କରିବାକୁ ନିଷ୍ପତ୍ତି ନେଲେ । ବିବାହ ହେଲେ କଣ ହେବ । ସ୍ତ୍ରୀ ନିଜର ପ୍ରକୃତି ଛାଡ଼ି ପାରି ନଥିଲା ଏବଂ ଅନ୍ୟ ଯୁବକ ସହିତ ଫୋନରେ କଥା ହେଉଥିଲା । ଏମିତିକି ତାଙ୍କ ଘର ପାଖକୁ ରହିବାକୁ ଆସିଥିବା ଜଣେ ବିବାହିତ ପୁରୁଷଙ୍କ ସହିତ ତାଙ୍କର ସମ୍ପର୍କ ଗଢ଼ି ଉଠିଲା ।

ଯେତେବେଳେ ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ମହିଳାଙ୍କ ସ୍ୱାମୀଙ୍କୁ କଲ କରି ସବୁକିଛି କହିଲେ ସେତେବେଳେ ଯୁବକ ଜଣକ ନିଜ ସ୍ତ୍ରୀକୁ ମାର-ପିଟ କରି ତାଗିଦ କରିଥିଲେ ଏବଂ ତାଙ୍କୁ ସାଥିରେ ନେଇ ଭୁବନେଶ୍ୱର ଚାଲିଯାଇଥିଲେ । କିଛିଦିନ ପରେ ଉଭୟଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା । ତଥାପି ସେଠାରେ ମଧ୍ୟ ମହିଳା ଜଣକ ଅନ୍ୟ ପୁରୁଷ ସହିତ କଥା ହେଉଥିଲେ । ପୁଣିଥରେ ଏ ବିଷୟରେ ଜାଣିବା ପରେ ଯୁବକ ନିଜ ସ୍ତ୍ରୀକୁ ନେଇ ଘରେ ଛାଡ଼ି ଆସିଲେ । ମାତ୍ର କିଛିଦିନ ପରେ ମହିଳା ସେହି ପୁରୁଷଙ୍କ ସହିତ ଫେରାର ହୋଇ ଯାଇଛନ୍ତି । ଏମିତିକି ନିଜ ଝିଅକୁ ମଧ୍ୟ ସାଥୀରେ ନେଇ ଯାଇଛନ୍ତି ।

ଯୁବକଙ୍କ ଲାଇସେନ୍ସ , ଆଧାର କାର୍ଡ଼ , ଭୋଟର କାର୍ଡ଼ ଏବଂ ଡେବିଟ କାର୍ଡ଼ ମଧ୍ୟ ନେଇ ଯାଇଥିବା କହିଛନ୍ତି । ଯାହାସବୁ ସେ ରସୁଲଗଡ଼ରୁ ପାଇଥିଲେ । ମହିଳା ଯାଇଥିବା ଯୁବକଙ୍କ ସ୍ତ୍ରୀ ଅନେକଥର ପ୍ରସନ୍ନଙ୍କୁ କଲ କରି କହିଛନ୍ତି । କିନ୍ତୁ ଯେଉଁଠି ତାଙ୍କ ସ୍ତ୍ରୀ ଠିକ ନାହିଁ ତେବେ ଅନ୍ୟ ପୁରୁଷ ବିଷୟରେ ବା ସେ ଆଉ କଣ କହିବେ । ବର୍ତ୍ତମାନ ଯୁବକ କେବଳ ନିଜ ସ୍ତ୍ରୀ ଏବଂ ଝିଅକୁ ଝୁରୁଛନ୍ତି ।

Leave a Reply

Your email address will not be published. Required fields are marked *