ସାକ୍ଷାତକାରରେ ଗାୟିକା ଇପ୍ସିତା ପଣ୍ଡା କହିଲେ ଏମିତି । ପ୍ରେମରେ ଥରେ ଧୋକା ଖାଇଥିଲେ ! ଆଉ ତାପରେ …….

ଓଲିଉଡ ଇଣ୍ଡଷ୍ଟ୍ରି ବର୍ତ୍ତମାନ ଦେଶରେ ଯେଉଁ ସ୍ଥାନରେ ଥାଉ ନା କାହିଁକି ଆମ ଓଡ଼ିଶାରେ ଲୋକେ ଇଣ୍ଡଷ୍ଟ୍ରିକୁ ଖୁବ ଉତ୍ସାହିତ କରନ୍ତି ଏବଂ ଭଲ ପାଆନ୍ତି ମଧ୍ୟ । ଓଡ଼ିଶା ଭିତରେ ଓଡ଼ିଆର ମହତ୍ତ୍ୱ କିଛି ନିଆରା ଏବଂ ଭିନ୍ନ । ଯାହାକୁ କେବଳ ସେହି ଲୋକମାନେ ବୁଝି ପାରିବେ ଯେଉଁମାନେ ନିଜ ରାଜ୍ୟ ନିଜ ଜନ୍ମଭୂମି ଏବଂ ନିଜ ମାତୃଭାଷାକୁ ଭଲ ପାଆନ୍ତି । ତେବେ ଏହି ଓଡ଼ିଆ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଗାୟିକା ଇପ୍ସିତା ପଣ୍ଡା । ଯାହାଙ୍କ ସଙ୍ଗୀତକୁ ସାରା ଓଡ଼ିଶାର ଲୋକେ ପସନ୍ଦ କରନ୍ତି । ତାଙ୍କ ସାକ୍ଷାତକାରରେ କିଛି ଏମିତି କହିଛନ୍ତି ଯାହା ଶୁଣିଲେ ଆପଣ ବି ଖୁସି ହେବେ ।

କହିବାକୁ ଗଲେ ଇପ୍ସିତା ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ` ମୁଁ ବି ନମିତା ଅଗ୍ରୱାଲ ହେବି ‘ ରିଆଲିଟି ଶୋ ର ବିଜେତା ଥିଲେ । ଯିଏକି ନିଜର ସୁନ୍ଦର ପ୍ରଦର୍ଶନ ଦ୍ୱାରା ଉଭୟ ଜୋଜ୍ ଏବଂ ଦର୍ଶକଙ୍କ ମନ କିଣି ନେଇଥିଲେ । ସେହିଠାରୁ ଆରମ୍ଭ ହୋଇ ଯାଇଥିଲା ଇପ୍ସିତାଙ୍କର ଉଜ୍ବଳ କ୍ୟାରିଅର । ଆଉ ସେତେବେଳେ ଇପ୍ସିତା ଆଉ ପଛକୁ ବୁଲି ଚାହିଁ ନାହାଁନ୍ତି । ନିଶ୍ଚିତ ଭାବରେ ଜଣେ ସଫଳ ବ୍ୟକ୍ତିର ଅତୀତ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥାଏ । ଯାହାକୁ କେବଳ ସେ ନିଜେ ହିଁ ହୃଦୟଙ୍ଗମ କରିପାରେ । ଆଉ ସବୁ ଲୋକ ସେହି ସଂଘର୍ଷକୁ ଏତେ ଭଲରେ ହୃଦୟଙ୍ଗମ କରି ପାରନ୍ତି ନାହିଁ । ସେମିତି ଇପ୍ସିତା ପଣ୍ଡାଙ୍କ ସଫଳତା ପଛରେ ମଧ୍ୟ ଅନେକ ସଂଘର୍ଷମୟ କାହାଣୀ ରହିଛି ।

ଇପ୍ସିତା କହିଛନ୍ତି ଯେ ଯେତେବେଳେ ସେ ନିଜର କ୍ୟାରିଅର ଗଢ଼ିବା ପାଇଁ ସଂଘର୍ଷ କରୁଥିଲେ ସେତେବେଳେ ତାଙ୍କର ଅନେକ ସାଙ୍ଗସାଥି ଏମିତିକି ବନ୍ଧୁ ବାନ୍ଧବ ଏବଂ ପଡ଼ୋଶୀ ମଧ୍ୟ ତାଙ୍କ ମନୋବଳକୁ ଦୁର୍ବଳ କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ କିଛିବି ତାଙ୍କୁ ଅଟକାଇ ପାରି ନଥିଲା । ଯାହାର ଫଳ ସ୍ୱରୂପ ସେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ଯେତେବେଳେ ତାଙ୍କୁ ପ୍ରେମ ବିଷୟରେ ପଚରା ଯାଇଛି ସେତେବେଳେ ସେ କହିଛନ୍ତି ଯେ , ଅତୀତରେ ସେ ମଧ୍ୟ କାହାକୁ ଭଲ ପାଇଥିଲେ । କିନ୍ତୁ ବର୍ତ୍ତମାନ ସେ କେବଳ ନିଜ କ୍ୟାରିଅର ପ୍ରତି ଫୋକସ କରନ୍ତି ଏବଂ ପ୍ରେମ ଠାରୁ ଦୂରେଇ ରହନ୍ତି । ଯାହାକି ଆଜିକାଲିକା ଯୁବ ପିଢ଼ିଙ୍କ ପାଇଁ ଏକ ବାର୍ତ୍ତା ସ୍ୱରୂପ ଅଟେ ।

ଯଦି ଆମେ ଇପ୍ସିତାଙ୍କ ଓଲିଉଡ ଇଣ୍ଡଷ୍ଟ୍ରି କ୍ୟାରିଅର ବିଷୟରେ କହିବା ତେବେ ସେ ପ୍ରଥମତଃ ଭଜନ ଗାଇ ଆସୁଥିଲେ । ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ଭିନ୍ନ ଭିନ୍ନ ବଡ଼ ଲୋକଙ୍କ ସହିତ କାମ କରିବାକୁ ସୁଯୋଗ ମିଳିଲା ଏବଂ ସେ ମଧ୍ୟ ପରିସ୍ଥିତି ଅନୁଯାୟୀ ନିଜକୁ ବଦଳାଇ ଥିଲେ । ଯାହାଦ୍ୱାରା ସେ ଭଜନ ସମେତ ରୋମାଣ୍ଟିକ ଗୀତ ଏବଂ ମେଲୋଡି ଗୀତରେ ମଧ୍ୟ ନିପୁଣ ହୋଇଛନ୍ତି । ନିଜ କ୍ୟାରିଅରରେ ଏତେ ସବୁ ପାଇବା ପରେ ସେ ନିଶ୍ଚିତ ଖୁସି ଅଛନ୍ତି ସତ , କିନ୍ତୁ ସେ ଏସବୁର ଶ୍ରେୟ ସମଗ୍ର ଦର୍ଶକ ଅର୍ଥାତ ସମଗ୍ର ଓଡ଼ିଶାବାସୀଙ୍କୁ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *