କୋର୍ଟରେ ହାଜର ହେଲେ ବ୍ଲାକମେଲ କୁଇନ ଅର୍ଚ୍ଚନା , ଜଜଙ୍କ ଆଗରେ ଝରାଇଲେ ଲୁହ

ବହୁଚର୍ଚ୍ଚିତ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ମାମଲାର ଅନ୍ତ କେବେ ଘଟିବ , ସେ କଥା କିଏ ବା ଜାଣିଛି । ଦିନ ଗଡିବାରେ ଲାଗିଛି ଆଉ ଜଣେ ଜଣେ ନୂଆ ଚରିତ୍ର ସାମ୍ନାକୁ ଆସିବାରେ ଲାଗିଛନ୍ତି । ଇଡି ବର୍ତ୍ତମାନ ସମସ୍ତଙ୍କ ଉପରେ ରଖିଛି ନଜର। ଆଉ ଗୋଟିଏ ପରେ ଗୋଟିଏ ନାୟକଙ୍କୁ ସମନ ପଠାଉଛି । ସମସ୍ତେ ଆସି ହଡବଡ ହୋଇ ଯାଉଛନ୍ତି ଆଉ କିଏ ଅଧା ସତ ତ ଆଉ କିଏ ଅଧା ମିଛ କହିବାରେ ଲାଗିଛନ୍ତି । ତେବେ ଏହା ମଧ୍ୟରେ ଆପଣ ସମସ୍ତେ ଜାଣିଥିବେ କି , ଅର୍ଚ୍ଚନା ନାଗକୁ ଜାମିନ ମିଳି ପାରୁନାହିଁ । କୋର୍ଟ ଜାମିନ ଆବେଦନକୁ ସିଧାସଳଖ ମନା କରି ଦେଇଛନ୍ତି ।

ଏପରି ପରିସ୍ଥିତିରେ ପୁରାପୁରି ଭାଙ୍ଗି ପଡିଛନ୍ତି ଅର୍ଚ୍ଚନା ନାଗ । ନିଜ ସ୍ଵାମୀ ଜଗବନ୍ଧୁଙ୍କ ସହିତ ମଧ୍ୟ ମାତ୍ର ସପ୍ତାହର ଗୋଟିଏ ଦିନରେ ଭେଟ କରୁଛନ୍ତି । ତେବେ ଏହାରି ମଧ୍ୟରେ ସାମ୍ନାକୁ ଏପରି କିଛି କଥା ଆସିଅଛି , ଯାହାକୁ ଶୁଣିବା ପରେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ଆଜି କୋର୍ଟରେ ହାଜର ହୋଇଛନ୍ତି ଲେଡୀ ବ୍ଲାକମେଲର ଅର୍ଚ୍ଚନା ନାଗ । କଡ଼ା ସୁରକ୍ଷା ଦେଇ ତାଙ୍କୁ ଆଜି କୋର୍ଟକୁ ନିଆ ଯାଇଥିଲା । ଆଉ ସେ କୋର୍ଟରେ ଯାଇ ପହଞ୍ଚିଥିଲେ । ଝାରପଡ଼ା ଜେଲରୁ ତାଙ୍କୁ ଭୁବନେଶ୍ବର ଜେଲକୁ ନିଆ ଯାଇଥିଲା ।

ତେବେ ଏକ ଦୁଃଖର କଥା ଶୁଣିବାକୁ ମିଳିଛି କି , କୋର୍ଟରେ ଜଜଙ୍କ ଆଗରେ କାନ୍ଦି ପକାଇଛନ୍ତି ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ । କୋର୍ଟରେ ନିଜ ପକ୍ଷ ରଖିବାକୁ ସେ ଜଜଙ୍କ ଆଗରେ ନିବେଦନ କରିଛନ୍ତି । ତେବେ ଏହାରି ମଧ୍ୟରେ ଶୁଣିବାକୁ ମିଳିଛି କି , ଇଡି ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟ ଆଗରେ ଆବେଦନ କରିଛି । ସିଧାସଳଖ କୋର୍ଟରୁ ଅର୍ଚ୍ଚନା ନାଗଙ୍କୁ ନେଇଯିବ ଇଡି । ଆଉ ଗୋଟିଏ ଗୋଟିଏ ସବୁ ସତ ଓଗାଳିବାରେ ଲାଗିବ । କେଉଁ କେଉଁ ଭଦ୍ର ବ୍ୟକ୍ତି ମାନଙ୍କୁ ବ୍ଲାକମେଲ କରୁଥିଲେ ଅର୍ଚ୍ଚନା ଆଉ ତାଙ୍କ ଠାରୁ ଟଙ୍କା ହାତେଇବାରେ ଲାଗିଥିଲେ , ତାହା ବାହାର କରିବ ।

ଅନ୍ୟପକ୍ଷରେ ଅର୍ଚ୍ଚନା ନାଗ ଗଣମାଧ୍ୟମକୁ କହିଛନ୍ତି ଯେ ଗଣମାଧ୍ୟମ କୁଆଡ଼େ ନିରପେକ୍ଷ ଖବରକୁ ପ୍ରସାରଣ ନକରି ୱେଲ ସ୍କ୍ରିପଟେଡ଼ ମୁଭି ଭାବରେ ତଥ୍ୟକୁ ଉପସ୍ଥାପନ କରୁଛି । ଯାହାଦ୍ୱାରା ଅର୍ଚ୍ଚନା କ୍ରୋଧିତ ହୋଇଛନ୍ତି । ଏହାବ୍ୟତୀତ ସୋ କଲଡ଼ ଭିକଟିମ ମାନେ କେଉଁଠି ଲୁଚିଛନ୍ତି ତାହା ମଧ୍ୟ ପ୍ରଶ୍ନ କରିଛନ୍ତି । ଏହାସହ ତାଙ୍କ ପରିବାର ଲୋକଙ୍କୁ ନଜର ବନ୍ଦୀ କରି ରଖା ଯାଇଥିବା ବେଳେ ଛଅ ଦିନ ହେବ କଣ ହୋଇଛି ତାହା ତାଙ୍କୁ ଜ୍ଞାତ ନାହିଁ । ଆଉ ତାଙ୍କ ଓକିଲ ତାଙ୍କୁ ସମ୍ପୂର୍ଣ୍ଣ ନିର୍ଦୋସ ଥିବା ବୟାନରେ କହିଛନ୍ତି ।

Leave a Reply

Your email address will not be published. Required fields are marked *