ଜଣା ପଡ଼ିବ ଅର୍ଚ୍ଚନାଙ୍କ ହନୀଟ୍ରାପର ମାଷ୍ଟର ମାଇଣ୍ଡ । ଜାଣନ୍ତୁ କଣ କହୁଛନ୍ତି ଅର୍ଚ୍ଚନା :-

ଗତ କିଛି ମାସ ହେବ ଅର୍ଚ୍ଚନା ନାଗ ମାମଲାର ତଦନ୍ତ ଜାରି ରହିଥିଲା । ଯେଉଁଠି ପ୍ରଥମେ ଅର୍ଚ୍ଚନା ଏବଂ ପରେ ତାଙ୍କ ସ୍ବାମୀକୁ ଗିରଫ କରାଯାଇ ପଚରା ଉଚୁରା ଜାରି ରଖା ଯାଇଥିଲା । ଦିନକୁ ଦିନ ଅର୍ଚ୍ଚନା ନାଗ ମାମଲାରେ ଅନେକ ରହସ୍ୟ ପ୍ରକାଶିତ ହୋଇଥିଲା ।

ମାତ୍ର ସେଥିରୁ କିଛିବି ପ୍ରମାଣ ସାମ୍ନାକୁ ଆସି ନଥିଲା । ପ୍ରଥମରୁ ହିଁ ଅର୍ଚ୍ଚନାଙ୍କ ମାମଲାରେ ଏହା ଶୁଣିବାକୁ ମିଳିଛି ଯେ ଅର୍ଚ୍ଚନାଙ୍କ ମାମଲାରେ କୁଆଡ଼େ ବଡ଼ ବଡ଼ିଆଙ୍କ ହାତ ରହିଛି । ଯାହା ବିଷୟରେ ଜାଣିବା ପାଇଁ ହିଁ ତଦନ୍ତ ଜାରି ରଖାଯାଇଛି । ମାତ୍ର ଏବେ ସୁଦ୍ଧା ତାହାର କୌଣସିବି ପ୍ରମାଣ ମିଳି ପାରିନାହିଁ ।

ତେବେ ପ୍ରଥମେ ପୋଲିସ , ପରେ ଇଡିକୁ ତଦନ୍ତ ହସ୍ତାନ୍ତର କରାଯାଇଥିଲା । ଯେଉଁଥିରେ ଅର୍ଚ୍ଚନାଙ୍କ ସହିତ ଜଡ଼ିତ ଅନେକ ମାମଲାର ପର୍ଦାଫାସ କରାଯାଇଥିଲା । ତେବେ ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ।

ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଏହା ସ୍ପଷ୍ଟ ହୋଇଛି ଯେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନିଆଯିବ । ମାତ୍ର ଅର୍ଚ୍ଚନା କେତେଦିନ ରିମାଣ୍ଡରେ ଆସିବେ ତାହାକୁ ନେଇ ଏବେ ସୁଦ୍ଧା କୌଣସି ସୂଚନା ନାହିଁ । ଯାହା ଅନୁମାନ କରାଯାଉଛି ଯେ ଏହି ସମ୍ପର୍କରେ ମଧ୍ୟ ଖୁବଶୀଘ୍ର ସୂଚନା ମିଳିବ ।

ତେବେ ଅର୍ଚ୍ଚନାଙ୍କ କହିବା କଥା ଯେ ସେ ସମ୍ପୂର୍ଣ୍ଣ ନିର୍ଦୋସ ଏବଂ ବାସ୍ତବରେ ଯେଉଁମାନେ ଦୋଷୀ ତାଙ୍କୁ ଏଥିରୁ ଦୂରେଇ ରଖା ଯାଉଛି । ପ୍ରଥମରୁ ମଧ୍ୟ ଏହି ଆଲୋଚନା ହୋଇ ଆସୁଛି ଯେ ଅର୍ଚ୍ଚନା ନାଗ ହନୀଟ୍ରାପ ମାମଲାରେ କେଉଁ ବଡ଼ ବଡ଼ିଆ ସାମିଲ ଅଛନ୍ତି ।

ତାହା କେବଳ ପ୍ରଶ୍ନ ରହି ଯାଇଛି । ତେବେ ଅର୍ଚ୍ଚନାଙ୍କ ଏହି ପ୍ରତିକ୍ରିୟା ଆଧାରରେ ଇଡିକୁ ତଦନ୍ତ ହସ୍ତାନ୍ତର କରାଯାଇଥିଲା । ତେବେ ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡ କେତେ ଦିନ ପାଇଁ ନେବ ଏବଂ ସାମ୍ନାକୁ ଆଉ ସବୁ କେଉଁ ରହସ୍ୟ ଆସିବ ତାହା ଜାଣିବା ବାକି ରହିଲା ।

ଇଡିର ଆବେଦନ ଅନୁଯାୟୀ ବର୍ତ୍ତମାନ ଅର୍ଚ୍ଚନା ପ୍ରଡକ୍ସନ ହୋଇ ସାରିଛନ୍ତି । ସୂଚନା ଅନୁଯାୟୀ ଏହା ଶୁଣିବାକୁ ମିଳିଛି ଯେ ପନ୍ଦର ଦିନିଆ ରିମାଣ୍ଡ ପାଇଁ ଇଡି ଆବେଦନ କରିଛି । ମାତ୍ର କେତେ ଦିନ ଅନୁମତି ମିଳୁଛି ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ । ତେବେ ବର୍ତ୍ତମାନ ଅର୍ଚ୍ଚନା ନାଗ ପ୍ରଡକ୍ସନ ପରେ କଡ଼ା ସୁରକ୍ଷାରେ ତାଙ୍କୁ ନିଆ ଯାଇଛି । ରିମାଣ୍ଡ ପରେ ଏହି ଘଟଣାର ପୁରା ରହସ୍ୟ ଜଣା ପଡ଼ିବ ବୋଲି ସମସ୍ତେ ଆଶା କରିଛନ୍ତି ।

Leave a Reply

Your email address will not be published. Required fields are marked *