ରାଣୀ ପଣ୍ଡା କଲେ ମହାନ କାର୍ଯ୍ୟ,ସୁକାନ୍ତଙ୍କ ଘରକୁ ପଠାଇଲେ ମହା ପ୍ରସାଦ ।

ରାଣୀ ତୁମେ ସତରେ ବହୁତ ଭଲ । ତୁମ ପରି ଝିଅ ଏ ଦୁନିଆରେ ବୋଧେ ହୁଏ ମିଳିବେ ନାହିଁ । ତୁମେ ସାଧାରଣ ମଣିଷ ନୁହେଁ ରାଣୀ ତୁମେ ଗରିବଙ୍କ ପାଇଁ ଦେବତା ଆଉ ଅସହାୟଙ୍କ ପାଇଁ ଦେବଦୂତ ।ବନ୍ଧୁଗଣ ରାଣୀଙ୍କୁ ଏବେ ଏପରି କହି ପ୍ରଶଂସାରେ ପୋତି ପକାଉଛନ୍ତି ଲୋକେ । କାରଣ ରାଣୀ ପଣ୍ଡା ମଧ୍ୟ କରିଛନ୍ତି କିଛି ସେଭଳି କାର୍ଯ୍ୟ । କାଲି ଥିଲା ସୁକାନ୍ତଙ୍କ ଦଶାହ ଆଉ ସୁକାନ୍ତଙ୍କ ଦସାହରେ ରାଣୀ ପଣ୍ଡା ସୁକାନ୍ତଙ୍କ ଘରକୁ ପଠାଇଛନ୍ତି ଅବଢ଼ା ।

ଜଣେ କି ଦୁଇ ଜଣଙ୍କ ପାଇଁ ନୁହେଁ ଏକ ଦମ ଭାବେ ପାଞ୍ଚଶହ ଲୋକଙ୍କ ପାଇଁ ଅବଢ଼ା ପଠାଇଛନ୍ତି। ଲୋକେ ଅବଢ଼ା ଖାଇ ଖୁସି ହେଲେ ସୁକାନ୍ତଙ୍କ ଆତ୍ମାକୁ ଶାନ୍ତି ମିଳିବ । ସୁକାନ୍ତ ଉପରେ ଥାଇ ଖୁସି ହେବ। ଆଉ ଉପରେ ଥାଇ ସୁକାନ୍ତ କହୁଥିବ ରାଣୀ ଦିଦି ଭୁଲ ତ ତୁମେ କରିନଥିଲ । ଭୁଲ ମୋର ଥିଲା ମୁଁ ଭାରସ୍ୟମ ହରାଇ ତୁମ ବାଇକକୁ ଧ-କ୍କା ଦେଇଥିଲି । ହେଲେ ତୁମେ ମୋ ପାଇଁ ଅନେକ କଷ୍ଟ ପାଇଲ ।

ବନ୍ଧୁଗଣ ପ୍ରତିଟି ସମୟରେ ସୁକାନ୍ତଙ୍କ ପରିବାରକୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ରାଣୀ ପଣ୍ଡା । ଦୁର୍ଘ-ଟଣା ଘଟିବା ପରଠାରୁ ରାଣୀ ପଣ୍ଡା ସତେ ଯେପରି ସୁକାନ୍ତଙ୍କ ଦାୟିତ୍ବ ନେଇଛନ୍ତି । ସବୁବେଳେ ସୁକାନ୍ତଙ୍କ ପରିବାରର ଭଲ ମନ୍ଦ ପଚାରି ବୁଝୁଛନ୍ତି । ସୁକାନ୍ତ ଚାଲିଯିବାକୁ ଏହାରି ଭିତରେ ୧୦ ଦିନ ବିତି ଗଲାଣି। ପରିବାର ଲୋକେ ଘରର ଏକ ମାତ୍ର ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇ ଥିଲେ ମଧ୍ୟ ରାଣୀ ପଣ୍ଡା ଯେଉଁ ସହଯୋଗ କରୁଛନ୍ତି ସେମାନେ ଆଉ ଆର୍ଥିକ ସହଯୋଗ ପାଇଁ ଭାଙ୍ଗି ପଡୁ ନାହାଁନ୍ତି

ସେପଟେ ଗତକାଲି ଦଶାହ ଥିବା ବେଳେ ସୁକାନ୍ତଙ୍କ ଗ୍ରାମରେ ଭଜନ କୀର୍ତ୍ତନ ସାଙ୍ଗକୁ ଲୋକଙ୍କୁ ଅବଢ଼ା ଖାଇବାକୁ ଦେଇଥିଲେ । ଅବଢ଼ା ଦେଇ ରାଣୀ ପଣ୍ଡା ତାଙ୍କ ପାପକୁ ପ୍ରାୟଷ୍ଟିତ କରୁଥିବା ଲୋକେ ଆଲୋଚନା କରୁଛନ୍ତି । ହେଲେ ଅନ୍ୟପଟେ ଲୋକେ ଏହା ମଧ୍ୟ କହୁଛନ୍ତି କି ରାଣୀ ପଣ୍ଡା ଜଣେ ଦରଦୀ ହୃଦୟର ଝିଅ । ସେ ଗରୀବର ପ୍ରକୃତ ବନ୍ଧୁ ।

ଜୀବନରେ ତ ଅନେକ ଘଟଣା ଦୁର୍ଘ-ଟଣା ଆସେ । ମଣିଷ ନିଜର ବ୍ୟସ୍ତ ବହୁଳ ଜୀବନରେ କର୍ମ କରିବା ସମୟରେ କାହା ସାଥିରେ କେତେବେଳେ କଣ ଘଟିବ ତାହା କିଏ କହି ପାରିବ । ସେ ଦିନ ଯଦି ରାଣୀ ପଣ୍ଡା ଜାଣିଥାନ୍ତେ କି ଅଧା ରାସ୍ତାରେ ଏପରି ଘଟିବ ବୋଲି ରାଣୀ ପଣ୍ଡା କାହାର ଜୀବନ ହାନି କେବେ ହେଲେ ତାଙ୍କ ଗାଡି ରେ ହେବାକୁ ଦେଇ ନଥାନ୍ତେ । ହେଲେ ମୃ-ତ୍ୟୁ ପରା ସବୁଠାରୁ ଶକ୍ତିଶାଳୀ । ଜମ ପରା ସବୁଠୁ ବଳୁଆ ।

ତା ସହିତ ଲଢ଼ିବାକୁ ରାଣୀ ପଣ୍ଡାଙ୍କ ପାଖେ ଶକ୍ତି କାଇଁ । ସେଥିପାଇଁ ତ ଯାହା ହେଲା ଅଜାଣତରେ ଏକ ଦୁର୍ଘ-ଟଣା ଘଟିଗଲା ବୋଲି ଲୋକେ କହୁଛନ୍ତି । ରାଣୀ ପଣ୍ଡାଙ୍କ ଭଳି ଜଣେ ଭଲ ମଣିଷ କେବେ ହେଲେ କାହାର ଜୀବନ ନେଇ ନ ପାରେ ବୋଲି ମଧ୍ୟ ଲୋକେ କହୁଛନ୍ତି । ଦୁର୍ଘ-ଟଣା ସବୁବେଳେ ଦୁର୍ଘ-ଟଣା। ହେଲେ ଦୁର୍ଘ-ଟଣା ଘଟାଇ ଲୋକେ ଲୁ-ଚିକି ଚାଲିନାଉଥିବା ବେଳେ ।

ରାଣୀ ପଣ୍ଡା ସେହିଠାରେ ରହି ସୁକାନ୍ତଙ୍କ ପାଇଁ ବ୍ୟସ୍ତ ହେବା । ସମସ୍ତଙ୍କୁ ବ୍ୟସ୍ତ ବିବତ୍ର ହୋଇ କଲ କରିବା । ଆଉ ନିଜେ ଗୁରୁତର ହୋଇ ମଧ୍ୟ ଲାଇଭ ଆସି ଲୋକଙ୍କୁ ବୁଝାଇବା । ଆଉ ସୁକାନ୍ତଙ୍କ ପରିବାରର ଦାୟିତ୍ବ ନେବା ଏ କେତେ ମହାନ କାର୍ଯ୍ୟ ତାହା ସମସ୍ତେ ଚିନ୍ତା କରନ୍ତୁ ବୋଲି ଲୋକେ କହୁଛନ୍ତି । ତେବେ ବର୍ତ୍ତମାନ ରାଣୀଙ୍କ ପ୍ରଶଂସକ ମାନେ କହୁଛନ୍ତି ରାଣୀ ପଣ୍ଡା ବହୁତ ଭଲ । ସେ ସୁକାନ୍ତଙ୍କ ପରିବାରକୁ ଅବଢ଼ା ପଠାଇ ବାସ୍ତବରେ ଏକ ମହାନ କାର୍ଯ୍ୟ କରିଛନ୍ତି । ଆଉ ଉପରେ ଥାଇ ସୁକାନ୍ତଙ୍କ ଆତ୍ମାକୁ ଶାନ୍ତି ମିଳିବ ନିହାତି ।

Leave a Reply

Your email address will not be published. Required fields are marked *