ଆସୁଅଛି ୨୦୨୨ର ପ୍ରଥମ ବାତ୍ୟା ଅସନି , ୨୧ ତାରିଖରେ ସ୍ଥଳ ଭାଗରେ ହେବ ମାଡ଼

ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସବୁବେଳେ ପୃଥିବୀରେ ଦେଖା ଯାଇଥାଏ । ଏହା ମଣିଷ ସମାଜର ଅନେକ କ୍ଷତି ଘଟାଇବା ସହ ପଶୁପକ୍ଷୀ ମାନଙ୍କର ମଧ୍ୟ ବହୁତ କ୍ଷତି ଘଟାଇଥାଏ । ଅନେକ ଲୋକଙ୍କର ଜୀବନ ଯିବା ସହ ଜୀବଜନ୍ତୁ ମଧ୍ୟ ପ୍ରାଣ ହରାଇଥାନ୍ତି । ତେବେ ଓଡ଼ିଶାରେ ବାତ୍ୟା ହେବା ସାଧାରଣ କଥା ହୋଇଯାଇଛି । ପ୍ରତିବର୍ଷ ଓଡିଶା ଉପକୂଳକୁ ନିଶ୍ଚିତ ଭାବରେ ବାତ୍ୟା ଛୁଇଁ ଯାଉଅଛି । ଏହା ଅନେକ କ୍ଷତି ମଧ୍ୟ ଘଟାଉଅଛି । ତେବେ ଏ ବର୍ଷ ମଧ୍ୟ ପୁଣିଥରେ ବାତ୍ୟା ଆସିବାର ସମ୍ଭାବନାକୁ ଆଡେଇ ଦିଆ ଯାଇପାରିବ ନାହିଁ ।

ଏ ବର୍ଷ ସାମୁଦ୍ରିକ ଝଡ଼ ଧୀରେ ଧୀରେ ସ୍ଥଳ ଭାଗ ଆଡ଼କୁ ଆଗମନ କରୁଅଛି । ଏହା ଏହି ବର୍ଷର ପ୍ରଥମ ବାତ୍ୟା ହେବ । ତେବେ ଏହି ବାତ୍ୟାର ନାମକୁ ଅସନି ରଖାଯାଇଛି । ଏହି ବାତ୍ୟାର ନାମ ଶ୍ରୀଲଙ୍କା ପକ୍ଷରୁ ରଖାଯାଇଛି । ଏହି ବାତ୍ୟା ଆସନ୍ତା ୨୧ ତାରିଖରେ ଆଣ୍ଡାମାନ ଏବଂ ନିକୋବରରେ ଲ୍ୟାଣ୍ଡିଫଲ କରିବ । ଆଉ ଏହା ପରେ ଏହା ବାଂଲାଦେଶ ଏବଂ ମିଆଁମାର ଆଡ଼କୁ ଗତି କରିବ ବୋଲି କୁହାଯାଉଛି । ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସୂଚନା ମୁତାବିକ , ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାସହିତ ଆସନ୍ତା ୨୧ ତାରିଖ ମଧ୍ୟରେ ଏହା ସାମୁଦ୍ରିକ ଝଡ଼ ରୂପରେ ପରିଣତ ହୋଇଯିବ । ତାପରେ ଏହି ଲଘୁଚାପ ଧୀରେ ଧିରେ ଆଗକୁ ବଢ଼ିବାରେ ସହ ପୂର୍ବ ଉତ୍ତରପୂର୍ବ ଦିଗ ଦେଇ ଗତି କରୁଅଛି । ତେବେ ବର୍ତ୍ତମାନ ସମୟରେ ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଭାରତ ମହାସାଗରର ପୂର୍ବ ଭାଗରେ ସମାନ ଭାବରେ ରହିଅଛି । ତେବେ ଏହାପରେ ଏହା ପୂର୍ବ ଉତ୍ତରପୂର୍ବରେ ଲଘୁଚାପରେ ପରିଣତ ହେବ ବୋଲି ଆଶା କରାଯାଉଛି ।

ତେବେ ଶନିବାର ଦିନ ସକାଳ ସୁଦ୍ଧା ଏହି ଲଘୁଚାପ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଉପରେ ପହଞ୍ଚିବ ବୋଲି ସୂଚନା ରହିଛି । ଆଉ ଏହାପରେ ଏହା ଅବପାତର ରୂପ ନେଇ ଆଣ୍ଡାମାନ ଓ ନିକୋବର ଦ୍ବୀପ ନିକଟରେ କେନ୍ଦ୍ରୀଭୂତ ହେବ । ଶେଷରେ ଏହା ମାର୍ଚ୍ଚ ୨୧ ତାରିଖରେ ସକ୍ରିୟ ହୋଇ ବାତ୍ୟାର ରୂପ ଧାରଣ କରିବ ଏବଂ ଯାହାକୁ ଆମେ ଅସନି ଭାବରେ ଜାଣିବା । ଏହାପରେ ଏହି ବାତ୍ୟା ଆଣ୍ଡାମାନ ନିକୋବରରେ ମାଡ଼ ହୋଇ ଉତ୍ତର ଓ ଉତ୍ତରପୂର୍ବ ଦିଗରେ ଗତି କରିବ ।

ଆସନ୍ତା ୨୨ ତାରିଖ ସକାଳ ସୁଦ୍ଧା ଏହା ବାଂଲାଦେଶ ଏବଂ ଉତ୍ତର ମିଆଁମାର ନିକଟରେ ପହଞ୍ଚିବ । ଏହାବ୍ୟତୀତ ଆଜି ଅର୍ଥାତ ୧୮ ତାରିଖ ଦିନ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇଯିବାର ଆଶଙ୍କା ପ୍ରକାଶ କରାଯାଉଛି କାରଣ ବାତ୍ୟା ଆସୁଅଛି । ତେବେ କ୍ରମେ କ୍ରମେ ପବନର ବେଗ ବଢିବା ସହିତ ଏହା ଆଣ୍ଡାମାନ ଏବଂ ନିକୋବରରେ ଲ୍ୟାଣ୍ଡଫଲ କରିବ ବୋଲି ଆଶଙ୍କା କରାଯାଉଛି ।

Leave a Reply

Your email address will not be published. Required fields are marked *