ଡାକ୍ତର ଖାନା ବେଡ଼ରେ ପୁଅ, ବାପା ପ୍ରେମିକା ସହ ଫେରାର…

ଡାକ୍ତର ଖାନା ବେଡ଼ରେ ପୁଅ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛି । ଡାକ୍ତର କହିଛନ୍ତି ପୁଅ ୯ ଦିନ ଡାକ୍ତରଖାନାରେ ରହିଲେ ତାର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ । ହେଲେ କିନ୍ତୁ ପୁଅ ଡାକ୍ତରଖାନା ବେଡ଼ରେ ଥିବା ବେଳେ ବାପା ପ୍ରେମିକାକୁ ସାଥିରେ ଧରି କେଉଁଆଡ଼େ ଫେରାର ହୋଇ ଯାଇଛି । ସ୍ତ୍ରୀ ଏବେ କାନ୍ଦି କାନ୍ଦି କହୁଛି ମତେ ମୋ ସ୍ୱାମୀ ଭଲ ପାଇ ବିବାହ କଲା ହେଲେ ଏବେ ମୋ ସ୍ୱାମୀ କହୁଛି ମୁଁ କିଏ ସେ ଜାଣିନି ।

ମତେ ଭଲ ପାଇଲା, ମିଠା ମିଠା କଥା କହିଲା । ସାରା ଜୀବନ ମୋ ହାତ ଧରି ଚାଲିବାକୁ ବି କଥା ଦେଲା ହେଲେ ଏବେ ଯେତେବେଳେ ମୋ ସହ ଶାରୀରିକ ସମ୍ପର୍କ ରଖି ଛୁଆ ଜନ୍ମ କଲା ସେ ମତେ ଜାଣିନି ବୋଲି କହୁଛି । ମୋ ପୁଅ ଦେହ ଖରାପ ଏହି ସମୟରେ ପୁଅ ତା ବାପାକୁ ଖୋଜୁଛି କିନ୍ତୁ ବାପା ପ୍ରେମକାକୁ ଧରି ଚାଲିଛି । ସ୍ତ୍ରୀ କହୁଛି ପୁଅ ସିନା ବାପାକୁ ଖୋଜୁଛି ହେଲେ ମୁଁ ତା ବାପାକୁ କେଉଁଠୁ ପାଇବି।

ପୁଅ କେମିତି ଭଲ ହେବ ସେଥିପାଇଁ ମା ଚିନ୍ତାରେ ଭାଙ୍ଗି ପଡୁଛି । ମା ଦିନ ରାତି ଭଗବାନକୁ ଡାକୁଛି ପୁଅ ଶୀଘ୍ର ଭଲ ହୋଇ ଯାଉ । ହେଲେ ସେପଟେ କିନ୍ତୁ ପୁଅ ବାପାକୁ ଖୋଜୁଛି । ବାପାକୁ ଝୁରି ଝୁରି ପୁଅର ସ୍ୱାସ୍ଥ୍ୟ ଅବସ୍ଥାରେ ବି ସୁଧାର ଆସୁନି। ମା କିପରି ବୁଝାଇବ ତା ବାପା ଆଉ ଗୋଟେ ଯୁବତୀ ସହ ନୂଆ ସଂସାର ଗଢିବାକୁ ତାକୁ ଏପରି ଅବସ୍ଥାରେ ଛାଡି ଚାଲିଯାଇଛନ୍ତି ବୋଲି ।

ଏତିକି ବଡ଼ ଛୋଟ ଛୁଆକୁ ମା ବା କିପରି ଏ କଥା କହି ପାରିବ । ପୁଅ ଜନ୍ମ ହୋଇଛି । ଏଇ ଏବେ ଏବେ ଦୁନିଆର ଆଲୋକ ଦେଖୁଛି। ଏଇତ ମାତ୍ର ୯ ଦିନ ହେବ ପୁଅ ଜନ୍ମ ହୋଇ ଦୁନିଆକୁ ଆସୁଛି । ହେଲେ ସେ ବାପାର ମହତ୍ତ୍ୱ ବୁଝି ପାରିଛି। ନହେଲେ କଣ କୁନି ଆଖିରେ ଚାରି ଆଡକୁ ଚାହିଁ ତା ବାପାଙ୍କୁ ଝୁରି ହୋଇ ଥାନ୍ତା ।

ଏପଟେ ପୁଅର ଏପରି ଅବସ୍ଥାରେ ଅସହାୟ ହୋଇ ପଡିଛି ମା । ଏବେ ଭଗବାନକୁ ଡାକି କହୁଛି । ଭଗବାନ କାହିଁକି ଗୋଟେ ଏମିତି ମଣିଷର ହାତ ଧରାଇଲ ଯାହା ହାତ ଧରି ଜୀବନରେ ମୁଁ ଶାନ୍ତିରେ ରହି ପାରିଲି ନାହିଁ। ଜୀବନରେ ସବୁବେଳେ କେବଳ ଚିନ୍ତା ଆଉ ଚିନ୍ତା ।

ମଣିଷ ଏତେ ଜଲ୍ଦି ବଦଳି ଯାଆନ୍ତି ତାହା ମୁଁ କେବେ ସ୍ୱପ୍ନରେ ଶୁଦ୍ଧାବି ଭାବି ପାରି ନଥିଲି । ବିବାହ ପୂର୍ବରୁ ମୁଁ ଯେଉଁ ମଣିଷକୁ ଭଲ ପାଉଥିଲି। ଯିଏ କହୁଥିଲେ ମୋ ବିନା ତାଙ୍କୁ ଗୋଟେ ମୁହୂର୍ତ୍ତ ଗୋଟେ ଯୁଗ ଭଳି ଲାଗେ ସେହି ମଣିଷ ଆଜି ମୋତେ ଆଉ ମୋ ପୁଅକୁ ଛାଡି ଚାଲିଗଲେ। ଆଉ ଏକ ନୂଆ ସଂସାର ଗଢିବାକୁ । ବିବାହ ପୂର୍ବରୁ ଯେଉଁ ମଣିଷ କହୁଥିଲା ମୋ ପାଦରେ ପାଦ ମିଶାଇ ମୋ ହାତକୁ ଧରି ଏ ଜୀବନର ଅଙ୍କା ବଙ୍କା ରାସ୍ତାକୁ ଅତିକ୍ରମ କରିବ ଆଜି ସେହି ମଣିଷ ଏ ଜୀବନର ନୂତନ ମୋଡ଼ରେ ମତେ ଅସହାୟ କରି ଛାଡି ଚାଲିଗଲେ।

ମୋ ସହ ଶାରୀରିକ ସମ୍ପର୍କ ରଖିଲେ ମତେ ବିବାହ କଲେ ଶେଷରେ ଛୁଆ ଜନ୍ମ ହେବା ମାତ୍ରେ ନିଜର ଅନ୍ୟ ଏକ ରାସ୍ତା ବାଛି ନେଲେ । କିପରି ରହିବି ମୁଁ ଏ ସଂସାରରେ ଛୁଆକୁ ଧରି ଏକା ଏକା । କାହା ସାଥିରେ ଗଢିବି ସୁଖର ସଂସାର ଏବେ ସ୍ତ୍ରୀ କାନ୍ଦି କାନ୍ଦି ଏପରି କିଛି କହୁଛି ।

ଆଉ ସ୍ତ୍ରୀ ଏ କଥା ବି କହୁଛନ୍ତି କି ଯେଉଁ ସମୟରେ ସ୍ତ୍ରୀ ସ୍ୱାମୀର ଆବଶ୍ୟକତାକୁ ଅନୁଭବ କରିଥାଏ । ଯେଉଁ ସମୟରେ ସ୍ତ୍ରୀ ପାଖରେ ସ୍ୱାମୀ ରହିଥାଏ ସେହି ସମୟରେ ଆଜି ସ୍ୱାମୀ ଫେରାର ହୋଇ ଯାଇଛି ଆଉ କାହା ସହିତ । ମୁଁ ଥାଉ ଥାଉ ମୋ ସ୍ୱାମୀ ତା ପ୍ରେମିକାକୁ ନେଇ ଚାଲିଗଲା।

ଆଉ ଏହି କଥା କହିବା ସମୟରେ ସ୍ତ୍ରୀର ଲୁହ ଏବଂ କୋହ ଏକାଠି ହୋଇ ଯାଉଥିଲା । ସ୍ତ୍ରୀ ଯେତେବେଳେ ନିଜକୁ ବୁଝାଇବାକୁ ଚେଷ୍ଟା କରୁଥିଲେ ହେଲେ ମନ ଆଦୌ ବୁଝୁନଥିଲା। ଆଖିରୁ ଲୁହ ଧାର ଛୁଟି ଚାଲିଥିଲା । ଏବେ ସ୍ତ୍ରୀଙ୍କୁ କେବଳ ଦରକାର ତାଙ୍କ ସ୍ୱାମୀ । ତେବେ ସ୍ୱାମୀ କେବେ ସ୍ତ୍ରୀ ପାଖକୁ ଫେରିବ । ତାହା ସମୟ ସାପେକ୍ଷ ।

Leave a Reply

Your email address will not be published. Required fields are marked *