କାନ୍ଦି କାନ୍ଦି ଦୁଇ ଭଉଣୀ କହିଲେ ‘ ଆଉ ବାପା ମା’ ଙ୍କ ପାଖକୁ ଯିବୁନାହିଁ, ବହୁତ ମାରୁଛନ୍ତି ଆମକୁ ନାନା ଘରେ ଛାଡ଼ିଦିଅ ‘

ପିଲାମାନେ ଅନ୍ୟ ମାନଙ୍କ ପାଖକୁ ଯିବାକୁ କେବେବି ଚିନ୍ତା କରିବେ ନାହିଁ । କୁନି ପିଲାଙ୍କର ନିଜ ବାପା ମା’ ହିଁ ସବୁକିଛି ହୋଇଥାନ୍ତି । କାରଣ ଛୋଟ ପିଲା ମାନେ ବାପା ମା’ ଠାରୁ ଅଧିକ ସ୍ନେହ ଆଦର କାହାଠାରୁ ପାଆନ୍ତି ନାହିଁ । ବାପା ମା’ଙ୍କ ବ୍ୟତୀତ ସେହି ବ୍ୟକ୍ତି ପାଖକୁ ଯାଆନ୍ତି ଯିଏ ତାଙ୍କୁ ଅଧିକ ସ୍ନେହ କରୁଥିବ । କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି କି ଛୋଟ ପିଲା ନିଜ ବାପା ମା’ଙ୍କ ଉପରେ ଅତିଶୟ ହୋଇ ଘର ଛାଡ଼ି ଚାଲି ଯାଉଥିବାର । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ ।

କିନ୍ତୁ ଏହି କଥାକୁ ଅତି ସାଧାରଣ ଭାବିବା ଉଚିତ ନୁହେଁ । କାରଣ ଯଦି ଜଣେ କୁନି ପିଲା ନିଜ ବାପା ମା’ଙ୍କ ଉପରେ ଅତିଶୟ ହୋଇ ଚାଲି ଯାଉଥିବାର ଦେଖା ଯାଇଛି ତେବେ ମାମଲା ଅତି ଗମ୍ଭୀର ହୋଇଥାଇ ପାରେ । ବୋଧିହୁଏ ସେମାନଙ୍କ କଅଁଳ ମନରେ କଷ୍ଟ ଦେଉଥିବା ଭଳି କଥା ହୋଇଛି ।

କିନ୍ତୁ ଆଜିକା ସମାଜ ବି ଖରାପ , ଯଦି ଏପରି ଛୋଟ ପିଲା ବାପା ମା’ଙ୍କୁ ନକହି ଘର ଛାଡ଼ି ଚାଲି ଯାଆନ୍ତି ତେବେ ବାପା ମା’ ବ୍ୟସ୍ତ ହେବା ସହିତ କୁନି ପିଲାଙ୍କ ସହିତ ମଧ୍ୟ କିଛିବି ହୋଇପାରେ । ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଭାଇରଲ ହୋଇଥିବା ଖବର ଅନୁଯାୟୀ ଦୁଇ କୁନି ପିଲା ବହି ବସ୍ତାନୀ ଧରି ନିଜ ବାପା ମା’ଙ୍କୁ ଛାଡ଼ି କୁଆଡ଼େ ତାଙ୍କ ନାନା ଘରକୁ ଯାଉଛନ୍ତି । ତେବେ ଏହି ଦୁଇ ଭଉଣୀଙ୍କୁ ସ୍ଥାନୀୟ କିଛି ଲୋକ ଦେଖିବା ପରେ ଉଚିତ ପଦକ୍ଷେପ ନେଇଛନ୍ତି । ପିଲାଙ୍କୁ ଅଟକାଇ ଘର ବିଷୟରେ ପଚରା ଉଚୁରା କରିବା ସହିତ , ତାଙ୍କୁ ଘର ଛାଡ଼ି ଯାଉଥିବାର କାରଣ ମଧ୍ୟ ପଚାରିଛନ୍ତି ।

ଏହାବ୍ୟତୀତ ପିଲା ଦୁଇଟିର ନାନା ଏବଂ ଘର ଲୋକଙ୍କୁ ଖବର ମଧ୍ୟ ଦେଇଛନ୍ତି । ପିଲା ଦୁଇଟି ପାଖରେ ତାଙ୍କ ନାନାଙ୍କର ଫୋନ ନମ୍ବର ସୁଦ୍ଧା ରହିଥିଲା । ସେମାନେ କେବଳ ଗୋଟିଏ କଥା କହୁଥିଲେ ‘ ଆମକୁ ଆମ ନାନାଙ୍କ ଘରେ ଛାଡ଼ି ଦେଇ ଆସ । ‘

ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଯେତେବେଳେ କୁନି ପିଲା ଦୁଇଟିକୁ ଘର ଛାଡ଼ିବା ବିଷୟରେ ପଚରା ଯାଇଛି , ସେ କହିଛନ୍ତି ଯେ ତାଙ୍କ ବାପା ମା’ କୁଆଡ଼େ ତାଙ୍କୁ ବହୁତ ମାରୁଛନ୍ତି ଏବଂ ଅତ୍ୟାଚାର କରୁଛନ୍ତି । ତେଣୁ ସେମାନେ ଆଉ ଘରକୁ ଯିବାକୁ ଚାହୁଁ ନାହାଁନ୍ତି ଏବଂ ବହି ବସ୍ତାନୀ ଧରି ଘର ଛାଡ଼ି ପଳାଇ ଆସିଛନ୍ତି ।

ଯେତେବେଳେ ଲୋକେ ତାଙ୍କ ବାପା ମା’ ଙ୍କୁ କଲ କରିଥିଲେ ସେତେବେଳେ ପିଲା ଦୁଇଟି କାନ୍ଦି ଗଡ଼ି ଯାଇଥିଲେ ଏବଂ ବାରମ୍ବାର ଏହା କହିବାରେ ଲାଗିଥିଲେ ଯେ ‘ ବାପାଙ୍କୁ ପ୍ଲିସ କର ନାହିଁ । ‘ ତେବେ ଶେଷରେ ଗୋଟିଏ କଥା କହିବୁ ଛୋଟ ପିଲା ସବୁବେଳେ ସ୍ନେହ ଆଦର ଖୋଜନ୍ତି । ତେଣୁ ତାଙ୍କର ଯତ୍ନ ନିଅନ୍ତୁ ।

Leave a Reply

Your email address will not be published. Required fields are marked *