କାଳୁ ଖଣ୍ଡାୟତ ରାୟଙ୍କ ରାଲି ଦେଖି ଛାନିଆ ବିଜେପି, ହାରିଯିବେ ଅପରାଜିତା ଓ ପ୍ରଶାନ୍ତ ଜଗଦେଵ।

ନିର୍ବାଚନରେ ହାରିଯିବେ ଅପରାଜିତା ଷଡ଼ଙ୍ଗୀ। ବିରାଟ ରାଲି କରି ଡରାଇଲେଣି କାଳୁ ଖଣ୍ଡାୟତ ରାୟ। ରାଲି ଦେଖି ଅପରାଜିତାଙ୍କ ଛାତିରେ ଛନକା ପଶିଲାଣି। ଭୟରେ ଅପରାଜିତା ଷଡ଼ଙ୍ଗୀ। ଜନ ସମୁଦ୍ର ଦେଖି ଜଳକା ପାଲଟି ଯାଇଛନ୍ତି ଅପରାଜିତା ଏବଂ ପ୍ରଶାନ୍ତ ଜଗଦେଵ। ବିଜୟକୁ ନେଇ ଏବେ ସନ୍ଦେହ ଉପୁଜିଲାଣି। କାରଣ ଟାର୍ଗେଟ କରିଛନ୍ତି କାଳୁ ଖଣ୍ଡାୟତ ରାୟ।

ହଁ ଆଜ୍ଞା ହଜାର ହଜାର ଲୋକ। ବାଜୁଛି ବାଜା ଘଣ୍ଟ ପଟୁଆର ନେଇ ଛୁଟି ଆସିଛନ୍ତି ପୁରା ଅଞ୍ଚଳ। କାଳୁ ଖଣ୍ଡାୟତ ରାୟ ଜଣେ ଟାଣୁଆ ନେତା ଯିଏ ନଗଦରେ ବିଜେପି ପାଖରୁ ଧୋକା ଖାଇଛନ୍ତି ଆଉ ଧକା ଖାଇଲା ପରେ ଏବେ ଦେଖାଇଛନ୍ତି ନିଜର ଶକ୍ତି। କାଳୁଙ୍କ ପାଇଁ ଛୁଟି ଆସିଛନ୍ତି ସାଧାରଣ ଜନତା। କାଳୁଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। କାଳୁ ଭାଇ ଜିନ୍ଦାବାଦ ବୋଲି ନାରା ଶୁଭୁଛି। କାଳୁଙ୍କ ଉପରେ ବିଶ୍ୱାସ ଦେଖାଇଛନ୍ତି ଖୋର୍ଦ୍ଧାର ଅଞ୍ଚଳବାସୀ। ଜନସମୁଦ୍ର ଭିତରେ ଆସି ସ୍ୱାଧୀନ ଭାବରେ ନାମାଙ୍କନ ଦାଖଲ କରିଛନ୍ତି କାଳୁ ଖଣ୍ଡାୟତ ରାୟ। ନିଜ ପାଖରେ ଲକ୍ଷେରୁ ଅଧିକ ଭୋଟ ଥିବା ଦାବି କରୁଥିବା କାଳୁ ପ୍ରଶାନ୍ତ ଜଗଦେଵଙ୍କ ସହ ଲଢେ଼ଇ କରିବେ ଆଉ ଅପରାଜିତାଙ୍କୁ ହରାଇବା ପାଇଁ ରଚିବେ ଷଡ଼ଯନ୍ତ୍ର।

ବିଜେପି ପାଇଁ ୧୦ ବର୍ଷ ଖଟିଥିଲି ଭାବିଥିଲି ୨୦୨୪ ରେ ବିଧାୟକ ପଦରେ ଛିଡା ହେବେ ହେଲେ ସବୁ କିଛି ସ୍ୱପ୍ନ ଭାଙ୍ଗିଗଲା। କାରଣ ଅପରାଜିତା ସଡ଼ଙ୍ଗୀଙ୍କର ପ୍ରେଗାର୍ଡ କାଳୁ ଖଣ୍ଡାୟତ ରାୟଙ୍କ ପାଇଁ ଭାରି ପଡିଲା। ବିଜେଡିରୁ ତଡା ଖାଇଥିବା ପ୍ରଶାନ୍ତ ଜଗଦେଵଙ୍କୁ ଦଳରେ ସ୍ଥାନ ଦେବା ପରେ ବିଧାୟକ ଟିକେଟ ବି ହାତରେ ଧରାଇଦେଲେ। ଯାହା ପରେ କାଳୁଙ୍କୁ ଲାଗିଲା ଜୋରଦାର ଝଟକା। ଯେତେ ଗୁହାରି କରିଥିଲେ ସୁଦ୍ଧା କାଳୁଙ୍କୁ ଟିକେଟ ମିଳିନଥିଲା। ଯାହା ପରେ ସେ ଦଳରୁ ବାହାରିଥିଲେ ଆଉ ଧୋକା ଖାଇବା ପରେ ସ୍ୱାଧୀନରେ ଛିଡା ହେବେ ବୋଲି ଚେତାବନୀ ଦେଇଥିଲେ। ଯାହା ଆଜି ସତ ହୋଇଛି। ଖୋର୍ଦ୍ଧାରୁ ସ୍ୱାଧୀନ ବିଧାୟକ ଭାବରେ ଛିଡା ହୋଇଛନ୍ତି ଖଣ୍ଡାୟତ ରାୟ। ଗଡ଼ରୁ ନିଶ୍ଚିତ ବିଜୟ ହାସଲ କରିବେ ବୋଲି ଟାର୍ଗେଟ କରି କହିଛନ୍ତି। ସେ କହିଛନ୍ତି କି ଖୋର୍ଦ୍ଧା ଗଡ଼ରେ ତାଙ୍କର ପ୍ରତିଦ୍ୱନ୍ଦୀ କେହି ନାହାନ୍ତି ବୋଲି ତାଙ୍କୁ ଖୋର୍ଦ୍ଧା ଭୋଟ ଦେଇ ଜୟଯୁକ୍ତ କରାଇବ।

ସେଦିନ ହଜାର ହଜାର ଲୋକଙ୍କୁ ନେଇ ସ୍ୱାଭିମାନ ସମାବେଶ କରିଥିଲେ କାଳୁ ଖଣ୍ଡାୟତ ରାୟ। ଆଉ ଏବେ ମଧ୍ୟ ଜନସମୁଦ୍ର ସହ ଆସି ନାମାଙ୍କନ ଭରିଛନ୍ତି କାଳୁ ଖଣ୍ଡାୟତ ରାୟ। ଯାହାକୁ ବିଜେପି ଦେଖି ପୁରା ଚକମା ହୋଇଯାଇଛି। କାରଣ କାଳୁଙ୍କର ଏତେ ସାରା ସମର୍ଥକ ଯାହା ବିଜେପିକୁ ହରାଇ ଦେଇପାରେ। ବିଜେପି ଯଦି ତାର ଭୋଟ ବ୍ୟାଙ୍କ ହରାଏ ତେବେ ଏହାର ଫାଇଦା ବିଜେଡି ନେବ। ଯାହା ବିଜେପିର ପରାଜୟର କାରଣ ପାଲଟିବ। ଅପରାଜିତା ଷଡ଼ଙ୍ଗୀ ଏବଂ ପ୍ରଶାନ୍ତ ଜଗଦେଵ ପରାଜୟର ସାମ୍ନା କରିପାରନ୍ତି। କାରଣ କାଳୁ ସବୁବେଳେ କହିଛନ୍ତି କି ତାଙ୍କ ହାତରେ ଏକ ଲକ୍ଷେରୁ ଅଧିକ ଭୋଟ ରହିଛି। କାରଣ କାଳୁ ସମସ୍ତଙ୍କର ସୁଖ ଦୁଃଖ ର ସାଥୀ ପାଲଟିଛନ୍ତି।

Leave a Reply

Your email address will not be published. Required fields are marked *