ରିଲ୍ସ କରିବାକୁ ମନା କରିବାରୁ ସ୍ୱାମୀକୁ ଅନ୍ଧ କରିଥିଲା ସ୍ତ୍ରୀ, ଏବେ ସ୍ୱାମୀକୁ ସାହାର୍ଯ୍ୟ କରିବାକୁ ଆଗେଇ ଆସି…।

ଏହି ଅନ୍ଧ ସ୍ୱାମୀର କାହାଣୀ ଶୁଣି ଆଜି କେହି ସହି ପାରୁନାହାନ୍ତି। ଆଉ ଏହି ଖବର ଜାଣିବା ପରେ ପ୍ରଥମେ ଦୌଡ଼ି ଆସିଛନ୍ତି ଏହି ସମାଜ ସେବି ଜଣକ। ଏହି ଖବର ଜାଣିବା ପରେ ସମସ୍ତେ ବିଚଳିତ ହୋଇଯାଉଛନ୍ତି। କାରଣ ଗୋଟେ ସ୍ତ୍ରୀ ନିଜେ ନାଚୁଥିଲା ଆଉ ନିଜେ ହିଁ ରିଲ୍ସ ବନାଉଥିଲା ଆଉ ସ୍ୱାମୀ ଟିକେ ବାରଣ କଲା ବୋଲି ସ୍ୱାମୀକୁ ମାଡ଼ ମାରି ସବୁଦିନ ପାଇଁ ଅନ୍ଧ କରିଦେଲା। ଆଉ ସ୍ୱାମୀ ସେହି ଦିନଠାରୁ ଏମିତି ଅନ୍ଧ ହୋଇଅଛି। ନାଁ ଆଖିକୁ ଦେଖାଯାଉଛି ନାଁ କିଛି ରୋଜଗାର କରିପାରୁଛି। ଭିକ ମାଗି ମାଗି ଏପଟେ ନିଜ ପୁଅକୁ ପୋଷୁଛନ୍ତି ଆଉ ନିଜେ ଦିମୁଠା ଖାଉଛନ୍ତି। ଆଉ ସେପଟେ ଶାନ୍ତିରେ ଡ୍ୟାନ୍ସ କରି ରିଲ୍ସ ବନାଉଛି ସ୍ତ୍ରୀ।

ଖାଲି ସେତିକି ନୁହେଁ ସ୍ତ୍ରୀକୁ ଯେତେବେଳେ ସ୍ୱାମୀ ଡାକିଥିଲା ଯେ ମୋତେ ତ ମାଡ଼ ମାରି ଅନ୍ଧ କରିଦେଲୁ ମୋ ପାଖରେ ଟିକେ ରହି ମୋତେ ସାହାର୍ଯ୍ୟ କରେ। ସ୍ତ୍ରୀ ଆହୁରି ଧମକ ଦେଇଥିଲା। ମୋ ବିଷୟରେ ଗଣମାଧ୍ୟମରେ କିଛି କହିଲେ ତୋତେ ଜୀବନରୁ ମାରିଦେବି। ସ୍ତ୍ରୀ ନିଜର ନାଚ ଆଉ ନିଜର ରଙ୍ଗୀନ ଦୁନିଆ ପାଇଁ ନିଜ ସ୍ୱାମୀକୁ ମାଡ଼ ମାରି ମାରି ଅନ୍ଧ କରି ଦେଇଛି ଏଇ ଖବର ଏବେ ଯିଏ ଶୁଣୁଛି ସିଏ ମନ ଦୁଃଖ କରୁଛି ଆଉ ଆଜି ଏ ଖବର ଜାଣିବା ପରେ ଜଣେ ସମାଜସେବୀ ଆସି ଅନ୍ଧ ସ୍ୱାମୀ ପାଖରେ ଛିଡା ହୋଇଛନ୍ତି। ସାହାର୍ଯ୍ୟର ହାତ ବଢ଼ାଇଛନ୍ତି ଆଉ କଥା ଦେଇଛନ୍ତି ଆଗକୁ ଆହୁରି ସାହାର୍ଯ୍ୟ କରିବେ।

ତେବେ ପ୍ରକୃତରେ ଘଟଣାଟି କ’ଣ ଥିଲା ଆସନ୍ତୁ ଜାଣିବା।

ଜଗତସିଂହପୁର ଜିଲ୍ଲା ବାଲିକୁଦ ବ୍ଲକ ଐଲ ପଞ୍ଚାୟତ ଐଲ ଗ୍ରାମରେ ରୁହନ୍ତି ଚନ୍ଦନ ନାୟକ। ଆଉ ବିରିଡି ଅଞ୍ଚଳର ଗୋପୀନାଥ ପୁରର ଲକ୍ଷ୍ମୀ ବେହେରାଙ୍କୁ ଦୀର୍ଘ ୮ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। ବିବାହ ପରେ ୨ ଟି ପୁଅ ମଧ୍ୟ ହୋଇଥିଲା। କିନ୍ତୁ ସ୍ତ୍ରୀ ବିବାହ ପରେ ଡ୍ୟାନ୍ସ ବାରରେ ନାଚିବ ବୋଲି କହିଥିଲା। ଆଉ ନାଚିଲା ମଧ୍ୟ ଆଉ ସ୍ୱାମୀ ଟିକେ ବାରଣ କରିବାରୁ ସ୍ୱାମୀର ମୁଣ୍ଡକୁ ପିଟି ଅନ୍ଧ କରିଦେଲା ଆଉ ତାପରେ ଗୋଟିଏ ପୁଅକୁ ଧରି ଚାଲିଗଲା। ଏବେବି ସେମିତି ଡ୍ୟାନ୍ସ କରୁଛି। ଆଉ ଏପଟେ ଅନ୍ଧ ସ୍ୱାମୀ ଆଉ ଗୋଟେ ପୁଅର ପେଟକୁ ଦାନା ଦେବ ବୋଲି ବୁଲି ବୁଲି ଭିକ୍ଷା ବୃତି କରୁଛି।

ଚନ୍ଦନଙ୍କର ଏଭଳି ଦୁଃଖକୁ ନେଇ ଯେତେବେଳେ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା ସେତେବେଳେ ସ୍ତ୍ରୀ ଫୋନ କରି ଧମକ ଦେଇଛି ଯେ ଜୀବନରୁ ମାରିଦେଵ ଏ କେମିତିକା ସ୍ତ୍ରୀ। ଆଉ ଏ କଥାକୁ ଜାଣିବା ପରେ କେହିବି ସହିପାରିନଥିଲେ ଆଉ ଶେଷରେ ଏଇ ସମାଜସେବୀ ଜଣକ ଆସି ସାହାର୍ଯ୍ୟର ହାତ ବଢାଇଥିଲେ। ଆଉ ସମସ୍ତଙ୍କୁ ନିବେଦନ କରି କହିଛନ୍ତି କି ସମସ୍ତେ ଆସି ଏଠାରେ ପହଞ୍ଚନ୍ତୁ ଆଉ ସହଯୋଗ କରନ୍ତୁ। ଆଉ ଯଦି କେହି ସହଦେୟ ବ୍ୟକ୍ତି ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏହି ଆକାଉଣ୍ଟ ନମ୍ବରରେ ଟଙ୍କା ପଠେଇ ପାରିବେ। ଆକାଉଣ୍ଟ ନମ୍ବର ହେଉଛି- AC/N.- 520291020992470। IFC code- UBIN0934721

Leave a Reply

Your email address will not be published. Required fields are marked *