ଖୁସିର ଦିନରେ ଖେଳି ଗଲା କଳା ବାଦଲ:- ବାହାଘର ଦିନ ମୃତ୍ୟୁ ଘଟିଲା କନ୍ୟାର, ଏହାପରେ ବାପା କଲେ ଏମିତି ମହାନ କାମ….

ମଣିଷ ଜୀବନ ପାଣି ଫୋଟକା ସଦୃଶ ଅଟେ। ମୃତ୍ୟୁ କେତେବେଳେ ଆସିବ ତାହା କେହି ଜାଣି ନାହାଁନ୍ତି ଏବଂ ମୃତ୍ୟୁ ଯେତେବେଳେ ଆସିବ ତାକୁ କେହି ଅଟକାଇ ରଖି ପାରୁବେ ନାହିଁ। ମନୁଷ୍ୟ ଜନ୍ମ ମାତ୍ରେକେ ମୃତ୍ୟୁ। ହେଲେ ଆକସ୍ମିକ ଭାବରେ ମୃତ୍ୟୁ ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ତେବେ ଏହିଭଳି ଘଟଣା କର୍ଣ୍ଣାଟକ ରେ ଘଟିଛି। ବାହାଘର ଦିନ ହଠାତ କନ୍ୟାର ମୃତ୍ୟୁ ପରେ ଶୋକରେ ପରିବାର ଲୋକେ ଭାଙ୍ଗି ପଡ଼ିଲେ।

ବାହାଘର ସମୟରେ ଘରର ସମସ୍ତ ସଦସ୍ୟ ସହିତ ଅନ୍ୟ ସମ୍ପର୍କୀୟ ମଧ୍ୟ ଏକାଠି ହୋଇଥାନ୍ତି। ଘର ଗହଳିରେ ପୂରି ଉଠେ। କେବଳ ସେତିକି ନୁହେଁ ସେହି ଦିନ ହସ ଖୁସିରେ ଝଲସି ଉଠେ ସାରା ପରିବାର। ହେଲେ ଏହି ହସଖୁସି ଯେ କେତେବେଳେ ଶୋକରେ ପରିଣତ ହୋଇଯିବ ତାହା କେହି ଭାବି ନଥିଲେ। ବାହାଘର ପରେ ଶାଶୁ ଘର ଯିବା ପରିବର୍ତ୍ତେ ମଶାଣୀକୁ ଯାଇଥିଲା କନ୍ୟା। ତେବେ ଏହି ଦୃଶ୍ୟ ସମସ୍ତ ଙ୍କୁ ମର୍ମାହତ କରିଥିଲା। କନ୍ୟା ଦାନ କରିବା ବଦଳରେ ଅଙ୍ଗ ଦାନ କରିଥିଲା ବାପା।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ସବୁ ଝିଅଙ୍କ ସ୍ବପ୍ନ ଥାଏ ବିବାହ ପରେ ନିଜ ସ୍ୱାମୀ ସହ ଖୁସିରେ ଜୀବନ ବିତାଇବେ। ତେବେ ଏହି ସ୍ୱପ୍ନ ୨୬ ବର୍ଷୀୟ ଚିତ୍ରା ମଧ୍ୟ ଦେଖିଥିଲେ। କିନ୍ତୁ ତାଙ୍କ ସ୍ୱପ୍ନ ସ୍ୱପ୍ନ ହୋଇ ରହିଗଲା। ବାହାଘର ନିଆଁ ନ ଲିଭୁଣୁ ଲିଭି ଗଲା ଚିତ୍ରାଙ୍କ ଜୀବନ ଦୀପ। କନ୍ୟା ବେଶରେ ବସି ଥିବା ସମୟରେ ବାହାଘର ବେଦୀ ଉପରେ ହଠାତ ଟଳି ଗଲେ ଚିତ୍ରା।

କର୍ଣ୍ଣାଟକର କୋଲାର ରେ ଚିତ୍ରା ଙ୍କର ବାହାଘର ଚାଲିଥିଲା। ତେବେ କନ୍ୟା ବେଶରେ ସଜ୍ଜିତ ହୋଇ ବାନ୍ଧବୀଙ୍କ ସହ ସାଙ୍ଗରେ ବେଦୀ ଉପରକୁ ଆସିଲେ। ହସଖୁସିରେ ଫାଟି ପଡୁଥିଲା ସାରା ଅଞ୍ଚଳ। ଠିକ୍‌ ଏହି ସମୟରେ ହିଁ ସେହି ଷ୍ଟେଜ ଉପରେ ପଡ଼ିଗଲେ ଚିତ୍ରା। ତେବେ ତାଙ୍କୁ ମୂର୍ଚ୍ଛା ହୋଇଯାଇଥିବା ଦେଖି ସମସ୍ତେ ବ୍ୟସ୍ତ ହୋଇପଡ଼ିଲେ। ଏହାପରେ ତୁରନ୍ତ ତାଙ୍କୁ ପରିବାର ଲୋକେ ନିକଟସ୍ଥ ହସ୍ପିଟାଲକୁ ନେଇ ଯାଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷିତ କରିଥିଲେ।

ଡାକ୍ତରଙ୍କ କହିବାନୁଯାୟୀ ମୁଣ୍ଡ ବୁଲାଇ ପଡି ଯାଇଥିଲେ ଏବଂ ଯେଉଁ ଜାଗାରେ ପଡ଼ିଥିଲେ ତେବେ ସେହି ସ୍ଥାନରେ ମୁଣ୍ଡ ମାଡ଼ ହେବା ପରେ ବ୍ରେନ ଡେଡ଼ ହୋଇଯାଇଛି। ଡାକ୍ତର ଙ୍କ ଠାରୁ ଏହି କଥା ଶୁଣିବା ପରେ ପରିବାରରେ ଶୋକର କଳା ବାଦଲ ଖେଳି ଯାଇଥିଲା। ଖୁସିର ସମାରୋହ ହଠାତ ଦୁଃଖରେ ପରିଣତ ହୋଇଯାଇଥିଲା। ଝିଅର ଆତ୍ମାକୁ ଶାନ୍ତି ଦେବା ପାଇଁ ନିଜକୁ ଦୃଢ଼ ରଖିଲେ। ଝିଅର ବାପା ଏକ ବଡ଼ ନିଷ୍ପତ୍ତି ନେଇଥିଲେ।

ଝିଅ ମୃତ୍ୟୁ ପରେ ଛାତିକୁ ପଥର କରି ବାପା ଝିଅର ଅଙ୍ଗକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ବାପା ଅନ୍ୟର ମଙ୍ଗଳ କଥା ଭାବି ଥିଲେ। ଝିଅର ଅଙ୍ଗକୁ ଦାନ କରିଥିଲେ। ତେବେ ବାପାର ଏଭଳି ନିଷ୍ପତ୍ତି ପାଇଁ ସମସ୍ତେ ପ୍ରଶଂସା କରିବାକୁ ଲାଗିଲେ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର ମଧ୍ୟ ତାଙ୍କ ଏପରି ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *