ସିନେମା ଶୈଳୀ ଭଳି କାହାଣୀ ଅଟେ ଝିଅ ଜଣଙ୍କର, ଶାରିରୀକ ସମ୍ବନ୍ଧ ବନେଇ ଓହରି ଗଲେ ପ୍ରେମୀ…

ଲଖନଞ୍ଜରୁ ବାହାଘରର ପ୍ରତିଶ୍ରୁତି ଦେଇ ବଳାତ୍କାରର ଘଟଣା ସାମ୍ନାକୁ ଆସିଛି।ପିଡିତାଙ୍କ ଅଭିଯୋଗରେ ପୋଲିସ ଘଟଣା ଜମା କରି ଦେଇଛନ୍ତି। ଝିଅ ଜଣଙ୍କ କହିଛନ୍ତି କି ତାଙ୍କର ଦେଖା ପୁଅଙ୍କ କଲେଜରେ ହୋଇଥିଲା। ଯେତେବେଳେ ସେ ବାହା ହେବାପାଇଁ ଦାବି କରିବାକୁ ଲାଗିଥିଲେ ତ ସେ ମନା କରିଦେଇଥିଲେ।

ଉତ୍ତର ପ୍ରଦେଶର ରାଜଧାନୀ ଲଖନଞ୍ଜରୁ ବଳାତ୍କାରର ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ପ୍ରେମୀ ବାହାଘର ପ୍ରତିଶୁତି ଦେଇ ପ୍ରେମିକାଙ୍କ ସହିତ ଶାରୀରିକ ସମ୍ବନ୍ଧ ବନେଇ ଥିଲେ ପୁଣି ତାଙ୍କୁ ଛାଡି ଫେରାର ହୋଇଯାଇଥିଲେ। ଅଭିଯୋଗ ଜମା କରି ପୋଲିସ ଘଟଣାର ତଦନ୍ତରେ ଲାଗି ପଡିଛନ୍ତି। ପରିଶେଷରେ ଆରୋପି ପ୍ରେମୀଙ୍କୁ ଗିରଫ କରାଯାଇ ନାହିଁ। ପୋଲିସ କହିଛନ୍ତି କି ଦୁଇଜଣଙ୍କ ଦେଖା କଲେଜରେ ହୋଇଥିଲା ଏବଂ ପ୍ରେମ ସମ୍ପର୍କ ହୋଇଥିଲା।

ଜଣା ଯାଉଛି କି ପୁଅ ଜଣଙ୍କ ପ୍ରଥମେ ଝିଅ ଜଣଙ୍କୁ ପ୍ରପୋଜ କରିଥିଲେ ଏହାପରେ ଦୁଇଜଣ ଦେଖାସାକ୍ଷାତ ହେବା ଆରମ୍ଭ କରିଥିଲେ। ସେହି ସମୟରେ ପୁଅ ଜଣଙ୍କ ତାଙ୍କ ସହିତ ଅନେକ ଥର ବାହାହେବା ପାଇଁ ଶପଥ ମଧ୍ୟ କରିଥିଲେ।ପିଡିତା ନିଜର ଅଭିଯୋଗରେ ପୋଲିସଙ୍କୁ କହିଛନ୍ତି କି ତାଙ୍କୁ ପୁଅ ଜଣଙ୍କ ନିଜ ଆଡକୁ ନେବାପାଇଁ ମନ୍ଦିରରେ ବିନା ପଣ୍ଡିତ ଏବଂ ପରିଜନରେ ତାଙ୍କ ମଥାରେ ସିନ୍ଦୂର ମଧ୍ୟ ଦେଇଥିଲେ। ପୁଣି ପୂର୍ବ ଦେଢ଼ ବର୍ଷରୁ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଲାଗିଥିଲେ।

ବାହାଘରର ପ୍ରତିଶ୍ରୁତି ଦେଇ କଲେ ଦୁଷ୍କର୍ମ

ଏହା ବ୍ୟତୀତ ପିଡିତା ଜଣଙ୍କର ଆରୋପ ହେଉଛି କି ପୁଅ ଜଣଙ୍କ ତାଙ୍କୁ ଅନେକ ଥର ଟଙ୍କା ମଧ୍ୟ ମାଗିଛନ୍ତି। ପ୍ରଥମେ ୧୦ହଜାର ପୁଣି ୩୦ହଜାର ମଧ୍ୟ ମାଗିଛନ୍ତି।ଝିଅ ଜଣଙ୍କ ବିଶ୍ବାସ କରି ତାଙ୍କୁ ଟଙ୍କା ମଧ୍ୟ ଦେଇଥିଲେ। ଏହାପରେ ପ୍ରେମୀ ତାଙ୍କ ଠାରୁ ଦୂର ହେବାକୁ ଲାଗିଥିଲେ ଏବଂ କହିଥିଲେ କି ସେ ନିଜ ପରିବାର ବିରୁଦ୍ଧରେ ଯାଇ ବାହା ହୋଇ ପାରିବେ ନାହିଁ। ଏହାପରେ ସେ ପୋଲିସଙ୍କ ପାଖରେ ମକଦ୍ଦମା ଜମା କରି ଦେଇଛନ୍ତି।

ପୋଲିସ ଘଟଣାର ତଦନ୍ତରେ ଲାଗି ପଡିଛନ୍ତି

ଡିପ୍ଟି ଏସପି ନବେଲା ଶୁକ୍ଲା କହିଛନ୍ତି କି ପିଡିତାଙ୍କ ପ୍ରାର୍ଥନା ପତ୍ର ମିଳିଛି।ସେ ଗୋଟିଏ ଇନଷ୍ଟିଚ୍ୟୁଟରେ ପାଠ ପଢୁଥିଲେ। ଯେଉଁଠାରେ ତାଙ୍କ ଦେଖା ଜଣେ ପୁଅଙ୍କ ସହିତ ହୋଇଥିଲା ଏହାପରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ଝିଅ ଜଣଙ୍କର ଆରୋପ ହେଉଛି କି ପୁଅ ଜଣଙ୍କ ତାଙ୍କ ସହିତ ଶାରୀରିକ ସମ୍ବନ୍ଧ ବନେଇ ଥିଲେ ଏବଂ ବାହାଘରର ମିଛ ପ୍ରତିଶ୍ରୁତି ଦେବାକୁ ଲାଗିଥିଲେ।ପଡିତାଙ୍କ ଦରଖାସ୍ତ ଅନୁସାରେ ଆଇପିସିର ଧାରା ୩୭୬ ଏବଂ ଧାରା ୪୦୬ର ସଙ୍ଗୀନ ଧାରାରେ ପଞ୍ଜୀକୃତ କରାଯାଇଛି।

Leave a Reply

Your email address will not be published. Required fields are marked *