ଦୀପିକା କଲେ ଦିନେଶଙ୍କ ଘର ଆଗରେ ଗଣେଶ ପୂଜା, ପ୍ରଭୁ ଆମକୁ ଏକାଠି କର…

ଆଜି ଚାରି ଆଡ଼େ ପାଳନ ହେଉଛି ଗଣେଶ ପୂଜା ଗାଁ ଠୁ ସହର ଗଳି ଠୁ କନ୍ଦି ସବୁଠି ପୂଜା ପାଉଛନ୍ତି ବିଘ୍ନ ନାଶକ ପ୍ରଭୁ ଶ୍ରୀ ଗଣେଶ। ଆଜି ଦୀପିକା ବି ବ୍ରତ ରଖିଛନ୍ତି ଆଜି ଦୀପିକା ବି ପାଳନ କରିଛନ୍ତି ଗଣେଶ ପୂଜା। ଦିନେଶଙ୍କ ଘର ଆଗରେ ଦୀପିକା ଗଣେଶ ପୂଜା କରୁଥିବା ଦେଖିବାକୁ ମିଳିଛି। ଶ୍ରୀ ଗଣେଶଙ୍କ ପାଇଁ ଛୋଟ ମଣ୍ଡପ କରିଛନ୍ତି ଛୋଟ ଗଣେଶ ଠାକୁର ଆଣିଛନ୍ତି ଝିଲି ମିଲି ପତାକାରେ ସଯାଇଛନ୍ତି ଦିନେଶଙ୍କ ଘର ଆଗକୁ। ଦୀପିକା ବି ପିନ୍ଧିଛନ୍ତି ନୂଆ ଶାଢ଼ୀ। ଆଉ ମନେ ମନେ କହୁଛନ୍ତି ଆଜି ଗଣେଶ ଠାକୁରଙ୍କୁ କହିବି ମୋ ସମସ୍ୟାର ସମାଧାନ କାରିବାକୁ। ଆଜି ଗଣେଶ ଠାକୁରଙ୍କୁ ଗୁହାରି କରିବି କେମିତି ମୋ ଦିନେଶ ମତେ ମିଳି ଯାଆନ୍ତୁ।

ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିର ଦିନେଶଙ୍କ ଘର ଆଗରେ ଦୀପିକା ଧାରଣାରେ ବସିଥିବା ବେଳେ ଆଜି ଗଣେଶ ଚତୁର୍ଥୀ ପଡୁଥିବାରୁ ଦୀପିକା ବି ବ୍ରତ ରଖିଛନ୍ତି।ଆଉ ଦୀପିକା ମାନସିକ ମନାସିଛନ୍ତି ଦିନେଶ ତାଙ୍କୁ ସ୍ତ୍ରୀ ଆଉ ତାଙ୍କ ପୁଅକୁ ଗ୍ରହଣ କରନ୍ତୁ ବୋଲି।
ଫଳ ମୂଳ ଭୋଗ ନୈବେଦ୍ୟରେ ଦିନେଶଙ୍କ ଘର ଆଗରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ଦୀପିକାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ପୂଜାରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।

ଗତକାଲି ଦୀପିକା ଅନେକ ଆଶା ନେଇ କୋର୍ଟକୁ ଯାଇଥିବା ବେଳେ ଟିକିଏ ନିରାଶ ହୋଇ ଖାଲି ହାତରେ ଫେରିଥିଲେ। ଭାବିଥିଲେ ବୋଧେ ହୁଏ କାଲି ତାଙ୍କୁ ନ୍ୟାୟ ମିଳିବ ମାତ୍ର ଦିନେଶଙ୍କ ଓକିଲ ବଦଳିବା ଯୋଗୁ ଓ କିଛି ଫାଇଲ ମିସ ଥିବା ହେତୁ ଦୀପିକା ନିରାଶ ହୋଇ ପୁଣି ଥରେ ଦିନେଶଙ୍କ ଘର ବାରଣ୍ଡାରେ ପହଞ୍ଚିଥିଲେ। ଆଜି ଗଣେଶ ଠାକୁରଙ୍କୁ ନିଜର ମନ କଥା ଜଣାଇ ସବୁକିଛି ପୂର୍ବ ପରି ଠିକ କରିଦେବାକୁ ଭଗବାନଙ୍କ ନିକଟରେ ଗୁହାରି କରିଛନ୍ତି।

ତେବେ ଅନେକ ଦିନ ହେଲାଣି ଦୀପିକା ନ୍ୟାୟ ପାଇଁ ଅନେକ କଷ୍ଟ ପାଇଥିବା ବେଳେ ଏବେ ସମସ୍ତେ କହୁଛନ୍ତି ଏଥର ଗଣେଶ ଠାକୁର ଦୀପିକାଙ୍କ ଦୁଃଖ କୁଆଡେ ଦୂର କରିବେ। ଦୀପିକାଙ୍କୁ ଏଥର ପ୍ରଭୁ ଶ୍ରୀ ଗଣେଶ ନ୍ୟାୟ ଦେବେ ତେବେ ଦେଖିବାକୁ ବାକି ରହିଲା ଦୀପିକାଙ୍କୁ କେବେ ମିଳୁଛି ନ୍ୟାୟ କେବେ ଦୀପିକାଙ୍କୁ ପତ୍ନୀ ଓ ଦୀପିକାଙ୍କ ପୁଅକୁ ବାପାର ପରିଚୟ ଦେଉଛନ୍ତି ଦିନେଶ।

Leave a Reply

Your email address will not be published. Required fields are marked *