ନିଜ ସ୍ତ୍ରୀକୁ ଡ଼ରାଇବା ପାଇଁ ଏମିତି ଯୋଜନା କରିଥିଲେ ସ୍ୱାମୀ , ଯୋଜନା ପଡିଲା ମହଙ୍ଗା

ନିଜ ସ୍ତ୍ରୀଙ୍କୁ ଡ଼ରାଇବା ଯୋଜନା ସ୍ୱାମୀଙ୍କୁ ପଡିଲା ମହଙ୍ଗା । ଥାନାରେ ଯାଇ ହାଜର ହେଲେ ସ୍ୱାମୀ । ପୋଲିସ ଆଗରେ ବଖାଣିଲେ ସବୁ ସତ କଥା । ପୋଲିସ ହେଲା ଆଶ୍ଚର୍ଯ୍ୟ । ତେବେ ପହର ଦିନ ମୁଣ୍ଡୁଳି ବ୍ରିଜ ଉପରେ ଘଟିଥିବା ଘଟଣା ବିଷୟରେ ଆପଣ ସମସ୍ତେ ଜାଣିଥିବେ । ଜଣେ ବ୍ୟକ୍ତି ବ୍ରିଜ ଉପରେ ଗାଡି ରଖି ପାଣିକୁ ଡେଇଁ ଥିବା କଥା ଶୁଣିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ , ବ୍ରିଜ ଉପରେ ବ୍ୟକ୍ତି ଜଣକ ଗାଡି ଛିଡା କରି ଦେଇଥିଲେ । ଏହାପରେ ପକେଟରୁ ଫୋନ ଏବଂ ପର୍ସ ବାହାର କରି ଗାଡି ଉପରେ ରଖିଥିବା ଖବର ଆପଣ ସମସ୍ତେ ଶୁଣିଥିବେ । ଆଉ ଏହାପରେ ବ୍ୟକ୍ତି ଜଣକ ଗଭୀର ନଦୀକୁ ଡେଇଁ ପଡିଲେ ବୋଲି ସମସ୍ତେ ଆଲୋଚନା କରୁଥିଲେ । ତେବେ ଏହାପରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ପୋଲିସକୁ ଫୋନ କରିଥିଲେ ।

ପୋଲିସ ଏବଂ ଅଗ୍ନିଶମ ବାହିନୀ ଆସି ଗଭୀର ନଦୀକୁ ଓଲ୍ହାଇ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । କିନ୍ତୁ ଏହାପରେ ହଠାତ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମ୍ନାକୁ ଆସିଥିଲା । ବ୍ୟକ୍ତି ଜଣକ ଅନୁଗୁଳର ବୋଲି ହଠାତ ଜାଣିବାକୁ ମିଳିଥିଲା । ଗାଡିର ନମ୍ବର ପ୍ଲେଟରୁ ପୋଲିସ ଗାଡିଟି ରଘୁ ରଞ୍ଜନ ମହାକୁଡ଼ଙ୍କର ବୋଲି ଜାଣିବାକୁ ପାଇଥିଲା। ତେବେ ହଠାତ ବ୍ୟକ୍ତି ଜଣକ ଆସି ଥାନାରେ ପହଞ୍ଚିଥିଲେ ।

ଆଉ ନିଜେ ସବୁ ସତ କଥା ମାନି ନେଇଥିଲେ । ତେବେ ତାଙ୍କ କହିବା ଅନୁଯାୟୀ , ସେ ନିଜ ସ୍ତ୍ରୀଙ୍କୁ ଡ଼ରାଇବା ପାଇଁ ଏଭଳି ଯୋଜନା କରିଥିଲେ । ବାସ୍ତବରେ ସ୍ତ୍ରୀ ଝରଣାଙ୍କ ସହିତ ରଘୁଙ୍କର ପଇସା ପତ୍ରକୁ ନେଇ ଅନେକ ଝଗଡା ଲାଗି ରହୁଥିଲା । ଯାହାପରେ ରଘୁ ରଞ୍ଜନ ଏଭଳି କାଣ୍ଡ କରିଥିଲେ । ତେବେ ବର୍ତ୍ତମାନ ସମୟରେ ପୋଲିସ ଲେଖା ପଢ଼ା କରାଇ ଦେଇ ରଘୁଙ୍କୁ ଛାଡି ଦେଇଛି ।

Leave a Reply

Your email address will not be published. Required fields are marked *