ଦିନେଶ ନଆସିବାରୁ କା-ନ୍ଦି କା-ନ୍ଦି ଗଞ୍ଜାମ ଫେରିଲେ ଦୀପିକା ! ଭାବିଥିଲେ ପୁଅର ଆଧାରକାର୍ଡ଼ ହେବ

ଦିନେଶ ଦୀପିକା ମାମ-ଲା ବିଷୟରେ ତ ସମସ୍ତେ ଜାଣିଥିବେ । ତେବେ ନିଜକୁ ଏବଂ ନିଜର ନ୍ୟା-ୟ ପାଇଁ ଦୀପିକା ଏବେ ସୁଦ୍ଧା ଦିନେଶଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି । ତଥାପି ତାଙ୍କ ଦୁଃ-ଖ ଶେଷ ହେବାକୁ ନାମ ହିଁ ନେଉନାହିଁ । ଏପଟେ ଦିନେଶବି ଥରୁଟିଏ ଆସୁ ନାହାଁନ୍ତି । ଦୀପିକାଙ୍କ ସହିତ ସମାଜ ସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ରହିଛନ୍ତି । ଦୀପିକା ଏବେ ସୁଦ୍ଧା ମନରେ ଆଶା ପାଳି ବସିଛନ୍ତି ଯେ କେବେ ନା କେବେ ଦିନେଶ ତାଙ୍କୁ ଆପଣେଇ ନେବେ ଏବଂ ତାଙ୍କ ପୁଅକୁ ଆପଣେଇ ନେବେ ।

ମାତ୍ର ଏହା କେଉଁଠି ନା କେଉଁଠି ଅସମ୍ଭବ ଲାଗୁଛି । କାହିଁକି ନା ଯେଉଁ ବ୍ୟକ୍ତିର ନିଜ ପୁଅ ପାଇଁ ମନ ତରଳି ନାହିଁ ସେ କେବେବି ଏତେ ଭଲ ଭାବି ହିଁ ପାରିବନି । ତେବେ ସୂଚନା ଅନୁଯାୟୀ ଗତକାଲି ଦୀପିକା ଗଞ୍ଜାମରୁ ଭୁବନେଶ୍ବର ଆସିଥିବା ସୂଚନା ମିଳିଛି । ଗତକାଲି ଦ୍ୱିତୀୟ ଥର ପାଇଁ ମହିଳା କମିଶନରଙ୍କ ପାଖରେ ହାଜର ହୋଇଥିଲେ ଦୀପିକା । ଯେଉଁଠି ତାଙ୍କ ସହିତ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ରହିଥିଲେ । ସମସ୍ତେ କୁଆଡ଼େ ଦିନେଶଙ୍କ ପାଇଁ ଅପେକ୍ଷା କରିଥିଲେ । କିନ୍ତୁ ଭାଗ୍ୟ ଯେ ଦିନେଶ ହିଁ ଆସିଲେନି

ନ୍ୟାୟ ପାଇଁ ଗଞ୍ଜାମରୁ ଭୁବନେଶ୍ୱର ଆସିଥିଲେ ଦୀପିକା ବହୁତ ଆଶା ନେଇ । ଭାବିଥିଲେ ଯେ ପୁଅର ଆଧାରକାର୍ଡ଼ ହେବ ଏବଂ ବାପାର ନାଁ ପଡ଼ିବ । ଯାହାଦ୍ୱାରା ପୁଅ ପାଠ ପଡ଼ି ପାରିବ । ସେଥିପାଇଁ ଦିନେଶଙ୍କୁ ହାଜର ହେବାକୁ ନି-ର୍ଦେଶ ଦିଆଯାଇଥିଲା । କିନ୍ତୁ ଦିନେଶ ଆସି ନଥିଲେ । ଯେଉଁ କାରଣରୁ ଦୀପିକା ଖୁବ ଦୁଃ-ଖ ଅନୁଭବ କରିଛନ୍ତି ଏବଂ ଦିନେଶଙ୍କୁ ନପାଇ କା-ନ୍ଦି କା-ନ୍ଦି ଘରକୁ ଫେରିଛନ୍ତି ଦୀପିକା ।

ତେବେ କଣ ଦୀପିକା ହାର ମାନି ନିଜ ଭାଗ୍ୟକୁ ଆଦରି ନେବେ ନା ନିଜ ପୁଅକୁ ନ୍ୟା-ୟ ଦେବା ପାଇଁ ଆହୁରି ଲ-ଢ଼େଇ କରି ଚାଲିବେ । ପୁଣିଥରେ ଫେରି ଦୀପିକା ସେମିତି ଦିନେଶଙ୍କ ଘର ସାମ୍ନାରେ ବସିଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ ଯେଉଁ ଦିନେଶ ଦିନେ ଦୀପିକାଙ୍କୁ ଏତେ ଭଲ ପାଉଥିଲା ସେ ବର୍ତ୍ତମାନ ତାର ଦୁଃ-ଖ ବି ଦେଖି ପାରୁନି । ତେବେ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ଦୀପିକାଙ୍କୁ ବାସ୍ତବରେ ନ୍ୟା-ୟ କେବେ ମିଳୁଛି ।

Leave a Reply

Your email address will not be published. Required fields are marked *