ରିଲସ ବନାଇ ପୁଅଙ୍କ ନାମରେ କହିଲେ ଏହି କଥା , ଝିଅର କଥା ଶୁଣି ଅବାକ ହେବେ ଆପଣ

ଆଜିକା ଦୁନିଆ ହେଉଛି ଇନଷ୍ଟାଗ୍ରାମ , ଫେସବୁକ କିମ୍ବା ହ୍ଵାଟସଏପର ଦୁନିଆ । କିମ୍ବା କହିବାକୁ ଗଲେ ବର୍ତ୍ତମାନର ଦୁନିଆ ସୋସିଆଲ ମିଡିଆର ଦୁନିଆ ଅଟେ । ଯେଉଁଠି କିଛିବି ଘଟଣା ପ୍ରସାର ହେବାକୁ ଅଧିକ ସମୟ ନେଇ ନଥାଏ । ମାତ୍ର ଅଳ୍ପ କେତେ ସେକେଣ୍ଡରେ ସାରା ପୃଥିବୀର ଲୋକଙ୍କ ପାଖରେ ସବୁ ଘଟଣା ପହଞ୍ଚି ଯାଉଛି । ଆଉ ତାହାକୁ କିଛି ଲୋକେ ପସନ୍ଦ କରୁଛନ୍ତି ତ ଆଉ କିଛି ପସନ୍ଦ କରୁ ନାହାଁନ୍ତି । ପୁଣି ସୋସିଆଲ ମିଡ଼ିଆ ଲୋକଙ୍କ ପାଇଁ ଯେତେ ଭଲ ସେତେ ଖରାପ ମଧ୍ୟ । ସୋସିଆଲ ମିଡ଼ିଆ ଜରିଆରେ ଯଦି କେହି ମଣିଷ ଫେମସ ହେବାକୁ ଚାହାଁନ୍ତି ତେବେ ମାତ୍ର ଅଳ୍ପ ସମୟ ମଧ୍ୟରେ ଏହା ସମ୍ଭବ ହୋଇଯିବ ।

ଯାହାକି ଲୋକଙ୍କ ପାଇଁ ବେଶ ସାହାଯ୍ୟକାରୀ ଅଟେ । କିନ୍ତୁ କିଛି ଘ-ଟ-ଣା ଏପରି ଥାଏ ଯାହା ଭାଇରଲ ହେବା ମାତ୍ରେ ଲୋକଙ୍କ ଜୀବନ ବର୍ବାଦ ହୋଇଯାଏ । ଅର୍ଥାତ ସୋସିଆଲ ମିଡ଼ିଆର ଶକ୍ତି ଏତେ ଯେ ସେ କ୍ଷଣକମଧ୍ୟକୁ କାହାକୁ ଫେମସ କରାଇ ଦିଏ ତ କାହାକୁ ବର୍ବାଦ କରିଦିଏ । ତେବେ ଆଜିକାର ଲେଖାରେ ଆମେ ଆପଣଙ୍କୁ ଏକ ସୋସିଆଲ ମିଡ଼ିଆ ଭିଡ଼ିଓ ବିଷୟରେ କହିବାକୁ ଯାଉଛୁ ଯେଉଁ ଭିଡ଼ିଓରେ ଜଣେ ଝିଅ , ପୁଅଙ୍କ ବିଷୟରେ କିଛି ଏପରି କହିଛନ୍ତି ଯାହାକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ତେବେ ଭିଡ଼ିଓ ସମ୍ବନ୍ଧରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ତେବେ ଭାଇରଲ ହେଉଥିବା ଏହି ଭିଡ଼ିଓଟି ଏକ ଇନଷ୍ଟାଗ୍ରାମ ରିଲସ ଅଟେ । ଯେଉଁଥିରେ ଜଣେ ଝିଅ ପୁଅଙ୍କ ବିଷୟରେ କିଛି ଏପରି କହିଛନ୍ତି ଯାହାକୁ ଲୋକେ ବହୁତ ପସନ୍ଦ କରିଛନ୍ତି । ତେବେ ଭିଡ଼ିଓରେ ଝିଅଟି କହିଛି ଯେ ଅନେକେ କହନ୍ତି ପୁଅଙ୍କ ଜୀବନରେ ଦୁଃଖ ନାହିଁ । କିନ୍ତୁ ଏହା ସମ୍ପୂର୍ଣ୍ଣ ମି-ଛ ।

ତାଙ୍କ ଅନୁଯାୟୀ ” କିଏ କହିଲା ପୁଅଙ୍କ ଜୀବନରେ ଦୁଃଖ ନାହିଁ । ଘର ଛାଡ଼ି ପୁଅ ମାନେ ପରିବାରର ଖୁସି ପାଇଁ ବାହାରେ ରହନ୍ତି । ଯିଏ ଘରେ ଗ୍ଲାସଟିଏ ଉଠାଇ ପାଣି ପିଏନାହିଁ ସେ ପୁଣି ବାହାରେ ନିଜେ ରୋଷେଇ କରି ଖାଇଥାଏ ଆଉ ନିଜେ ବାସନ ମଧ୍ୟ ଧୋଇଥାଏ ।ପରିବାରର ଖୁସି ପାଇଁ ମାସେ ଦୁଇ ମାସରେ ଥରେ ନିଜ ଘରକୁ କୁଣିଆ ହୋଇ ଆସିଥାଏ । ପୁଣି ନିଜ ଦରମା ୧୦୦୦୦ ହେଲେ ନିଜେ ୨୦୦୦ ରଖି ପରିବାରକୁ ୮୦୦୦ ପଠାଇ ଦେଇଥାଏ । ପୁଅଟିଏ ନିଜ ଦୁଃଖକୁ ସବୁବେଳେ ନିଜ ମଧ୍ୟରେ ହିଁ ସୀମିତ ରଖିଥାଏ । କେବେ କାହା ଆଗରେ କିଛି ପ୍ରକାଶ କରେ ନାହିଁ । ତଥାପି ଲୋକେ କହନ୍ତି ପୁଅଙ୍କ ଜୀବନରେ କିଛି କଷ୍ଟ ନାହିଁ । ” ତେବେ ଝିଅଟିର ଏହି ରିଲସକୁ ଲୋକେ ଖୁବ ପସନ୍ଦ କରିଛନ୍ତି ଏବଂ ସୁନ୍ଦର ପ୍ରତି-କ୍ରିୟା ମଧ୍ୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *