ଛାତ୍ରକୁ ନେଇ ଦିଦି ଫେରାର ।

ଟିୟୁସନ ଦିଦିଙ୍କ ସାଥିରେ ଫେରାର ହେଲେ ଛାତ୍ର । ପ୍ରେମ ଅନ୍ଧ ବୋଲି ଆପଣ ମାନେ ଶୁଣିଥିବେ ହେଲେ କେବେ ଦେଖି ନଥିବେ ବୋଧେହୁଏ । ପ୍ରେମ ବୟସର ତାର ତମ୍ୟ ଦେଖେନି ବୋଲି ଜାଣିଥିବେ ନିହାତି ଭାବେ । ପ୍ରେମ ଦେଖେନି ଜାତି ,ଧର୍ମ,ବର୍ଣ୍ଣ କି ପ୍ରେମ ଦେଖେନି ସମ୍ପର୍କ। କୁହାଯାଏ ପ୍ରେମ ତ କେତେବେଳେ ଆଉ କେଉଁଠି କାହା ସାଥିରେ ଗଢିଉଠିବ ତାହା କିଏ କହି ପାରିବ । ଏ ସବୁ ଠିକ ମଧ୍ୟରେ ଏକ ଭୁଲ ହେଉଛି ଏଇଆ ଯାହା ଲୋକେ ବର୍ତ୍ତମାନ ଆଲୋଚନା କରୁଛନ୍ତି ।

ଆଉ ଲୋକେ କହୁଛନ୍ତି ଗୁରୁ ଛାତ୍ରର ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ପାଠ ପଢାଇବାକୁ ଆସୁଥିଲେ ଟିୟୁସନ ଦିଦି ଜଣଙ୍କ। ଆଉ ପାଠ ପଢିବାକୁ ଦିଦିଙ୍କ ପାଖକୁ ଯାଇଥିଲେ ଛାତ୍ର ଜଣଙ୍କ । ପାଠ ଆଦାନ ପ୍ରଦାନ ହେବା ବଦଳରେ ଦୁହିଁଙ୍କ ମଧ୍ୟରେ ପ୍ରେମର ଆଦାନ ପ୍ରଦାନ ହୋଇଥିଲା । ଦିଦି ପାଠ ପଢ଼ାଇବା ବଦଳରେ ପଢ଼ାଇଥିଲେ ପ୍ରେମ ପାଠ ।

ଆଉ ଛାତ୍ର ଜଣଙ୍କ ଦିଦି ପଢ଼ାଇ ଥିବା ପାଠକୁ ଏକ ଦମ ଭାବେ ପିଇ ଯାଉଥିଲେ। ମାନେ ଛାତ୍ର ଜଣଙ୍କ ଦିଦିଙ୍କ ପ୍ରେମ ପାଠ ବୁଝିବାରେ ନମ୍ବର 1 ଥିଲେ। ଆଉ ପରୀକ୍ଷାରେ ମଧ୍ୟ ଛାତ୍ର ଜଣଙ୍କ ପ୍ରେମ ପାଠରେ 100ରୁ 100 ରଖିଥିଲେ। ମାନେ ସମ୍ପର୍କ ନିବିଡ଼ ହେବା ପରେ ଆଉ ଦୁହେଁ ବୋଧେ ହୁଏ ଦୁହିଁଙ୍କ ପାଖରୁ ଅଲଗା ରହି ପାରି ନଥିଲେ। ପ୍ରେମରେ ଦୂରତା ବାଧା ଦେଉଥିବାରୁ। ଛାତ୍ର ଜଣଙ୍କ ଦିଦିଙ୍କ ସହ ଫେରାର ହୋଇଗଲେ। ଏକା ଥରେ ସଂସାର ଆରମ୍ଭ କରିବା ପାଇଁ ।

ବନ୍ଧୁଗଣ ପୁରା ଘଟଣା ଏମିତି ଯେ ଆପଣା ଜାଣିବା ପରେ ହୁଏତ ଆପଣ ମାନେ ଆପଣଙ୍କ ଘରର ପୁଅ ଝିଅଙ୍କୁ ଟିୟୁସନ ଛାଡିବାକୁ ଡରିବେ। ପାଠ ପଢେଇବା ପାଇଁ ଦିଦିଙ୍କ ପାଖକୁ ଛାଡିବା ପୂର୍ବରୁ ଆପଣଙ୍କ ମନରେ ଏଥର ସଙ୍କା ସୃଷ୍ଟି ହୋଇ ପାରେ। ହଁ ଆଜ୍ଞା ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଘରର ପୁଅର ଭବିଷ୍ୟତ ଆଉ ପାଠ ପଢିବା ପାଇଁ ପରିବାର ଲୋକେ ପୁଅକୁ ଟିୟୁସନ ଛାଡୁଥିଲେ । ହେଲେ ପୁଅ ପାଠ ପଢିବା ପରିବର୍ତ୍ତେ ଭବିଷ୍ୟତ ଗଢିବା ପରିବର୍ତ୍ତେ ଦିଦିଙ୍କ ସହ ସଂସାର ଗଢିଲା ।

ଆଉ ଏବେ ଛାତ୍ରର ପରିବାର ଲୋକେ କହୁଛନ୍ତି ଟିୟୁସନ ଦିଦି ଆମ ପୁଅକୁ ନେଇ ଚାଲି ଯାଇଛନ୍ତି । ହେଲେ କଥା ଏତିକିରେ ସରି ନାହିଁ ଆଜ୍ଞା । ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ଜାଣିଲେ ଆପଣ ବି ଦୁଇ ମିନିଟ ପାଇଁ ନିରବି ଯାଇ ପାରନ୍ତି। ସୂଚନା ଅନୁଯାୟୀ ଦିଦି ଜଣଙ୍କ ଯିଏକି ଛାତ୍ରଙ୍କୁ ନେଇ ଛୁ ହେଇଯାଇଛନ୍ତି ତାଙ୍କର ଏକ ସଂସାର ମଧ୍ୟ ଅଛି । ଆଉ ଦିଦିଙ୍କ ବୟସ 30 ବର୍ଷ ହୋଇଥିବା ବେଳେ ଛାତ୍ରଙ୍କ ବୟସ ମାତ୍ର 18 ବର୍ଷ । ଏବେ ପରିବାର ଲୋକେ ଗଣମାଧ୍ୟମ ସମ୍ମୁଖରେ ଗୁହାରି କରୁଛନ୍ତି କି ଦିଦି ଜଣଙ୍କ ତାଙ୍କ ପୁଅକୁ ତାଙ୍କ ବନ୍ଧନରୁ ମୁକ୍ତ କରନ୍ତୁ । ଦିଦିଙ୍କର ସଂସାର ଅଛି ହେଲେ ତାଙ୍କ ପୁଅଙ୍କ ଜୀବନ ଏଇ ମାତ୍ର ଆରମ୍ଭ ହେଉଛି । ତାଙ୍କ ପୁଅଙ୍କର ଏବେ ପାଠ ପଢିବାର ବୟସ। ବିବାହ ପାଇଁ ତାଙ୍କ ପୁଅକୁ ଉପଯୁକ୍ତ ବୟସ ହୋଇ ନାହିଁ । ତେଣୁ ଦିଦି ତାଙ୍କ ପୁଅକୁ । ଛାଡି ଦିଅନ୍ତୁ ମାୟା ବନ୍ଧନରୁ ମୁକ୍ତ କରନ୍ତୁ ।

ପରିବାର ଲୋକେ ଏଭଳି ଗଣମାଧ୍ୟମ ସାମ୍ନାରେ ଗୁହାରି କରୁଥିବା ବେଳେ ଏହି ଘଟଣା ସାରା ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏ ଘଟଣା ଲୋକଙ୍କୁ ଯେତିକି ଚକିତ କରୁଛି ସେତିକି ଭୟ ମଧ୍ୟ ଦେଉଛି । କାରଣ ଦୁନିଆରେ ସବୁ ସମ୍ପର୍କ ଠୁ ଉର୍ଦ୍ଧରେ ହେଉଛି ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କ। ତେଣୁ ଯଦି ଗୁରୁ ଶିଷ୍ୟ ସମ୍ପର୍କକୁ ନେଇ ଏଭଳି ଅଭିଯୋଗ ଆସେ ତେବେ ସାଧାରଣରେ ଏହି ଘଟଣାକୁ ନେଇ ଚର୍ଚା ହେବା ଏକ ସାଧାରଣ କଥା ।

Leave a Reply

Your email address will not be published. Required fields are marked *