ଉଜାଡି ଯାଇଥିବା ସଂସାର ପୁଣିଥରେ ହସି ଉଠିଲା , ସ୍ଵାମୀ ସ୍ତ୍ରୀଙ୍କ ବେଡ଼ ମଝିରୁ ଦୂରେଇ ଗଲା ଶାନ୍ତନୁ

ସ୍ଵାମୀ ଆଉ ସ୍ତ୍ରୀର ସଂପର୍କ ଅତ୍ୟନ୍ତ ପବିତ୍ର ସମ୍ପର୍କ ହୋଇଥାଏ । ସ୍ତ୍ରୀଟିଏ ବାପ ଘର ଛାଡି ଶାଶୁ ଘରକୁ ଆସିବା ପରେ ତାର ସ୍ୱାମୀକୁ ହିଁ ସବୁକିଛି ମାନି ନେଇଥାଏ । କାହିଁକି ନା ସେ ପ୍ରଥମେ ତାର ସ୍ୱାମୀକୁ ଚିହ୍ନି ଥାଏ । ତେଣୁ ଏହି ପବିତ୍ର ସ୍ଵାମୀ ସ୍ତ୍ରୀର ବନ୍ଧନ ଅତ୍ୟନ୍ତ ନିବିଡ ହୋଇଥାଏ । ଏହି ଡୋର ସହଜରେ ଭାଙ୍ଗି ଯାଇ ପାରେ ନାହିଁ । ଅଗ୍ନିକୁ ସାକ୍ଷୀ ରଖି ସ୍ଵାମୀ ସ୍ତ୍ରୀ ସାରା ଜୀବନ ଏକାଠି ରହିବା ପାଇଁ ମଧ୍ୟ ଶପଥ ନେଇଥାନ୍ତି । କିନ୍ତୁ ବେଳେ ବେଳେ ଜୀବନରେ ଏପରି କିଛି ଝଡ ଆସିଥାଏ , ଯାହା ସ୍ଵାମୀ ସ୍ତ୍ରୀଙ୍କୁ ଅଲଗା କରି ଦେଇଥାଏ।

ତେବେ ଏପରି କିଛି ଝଡ ଆସିଥିଲା ମମତା ପଣ୍ଡା ଏବଂ ତାଙ୍କ ସ୍ଵାମୀ ସରୋଜଙ୍କ ଜୀବନରେ । ଶାନ୍ତନୁ ନାମକ ଝଡ ତାଙ୍କ ପରିବାରକୁ ପୁରାପୁରି ଅଲଗା କରି ଦେଇଥିଲା । ଆଉ ସବୁ ଛିନ୍ ଭିନ୍ କରି ଦେଇଥିଲା । ଆଉ ଯାହା ପରେ ସ୍ଵାମୀ ସ୍ତ୍ରୀ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ତେବେ ଏହି ଅଲଗା ହେବା ପଛରେ ମୁଖ୍ୟ କାରଣ ଥିଲା ଟଙ୍କା ନିଶା । ସ୍ଵାମୀ ଟଙ୍କା ପାଇଁ ନିଜ ସ୍ତ୍ରୀ ସହିତ ଏପରି କିଛି କାଣ୍ଡ କରିଥିଲେ , ଯାହା ବିଷୟରେ ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ କୁହାଯାଏ ପଇସାର ନିଶା ମଣିଷକୁ ଅନ୍ଧ କରିଦିଏ ।

ଠିକ୍ ସେପରି କିଛି ହୋଇଥିଲା ସ୍ଵାମୀ ସ୍ତ୍ରୀଙ୍କ ଜୀବନରେ । ସୂଚନା ଅନୁଯାୟୀ , କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ରାଘବପୁର ପଣ୍ଡାସାହିର ସରୋଜ ସେହି ଅଞ୍ଚଳର ମମତାଙ୍କୁ ବିବାହ କରିଥିଲେ । ଆଉ ବିବାହର କିଛି ବର୍ଷ ପରେ ତାଙ୍କର ଗୋଟିଏ ପୁଅ ମଧ୍ୟ ହୋଇଥିଲା । ଗୋଟିଏ ପୁଅ ଆଉ ସ୍ଵାମୀ ସ୍ତ୍ରୀଙ୍କୁ ନେଇ ପରିବାର ସୁଖ ଶାନ୍ତିରେ ଆଗକୁ ବଢ଼ି ଚାଲିଥିଲା । ଆଉ ଏହି ସମୟ ମଧ୍ୟରେ ସରୋଜଙ୍କୁ ଟଙ୍କା ନିଶା ଲାଗି ଯାଇଥିଲା । ଆଉ ସୁଖ ଶାନ୍ତିର ଜୀବନ ମଧ୍ୟରେ ସୁନ୍ଦରଗଡର ଶାନ୍ତନୁ ନାମକ ଜଣେ ବ୍ୟକ୍ତି ପ୍ରବେଶ କରିଥିଲେ । ଯାହାଙ୍କ ପାଖରୁ ସରୋଜ ହଜାର ହଜାର ଟଙ୍କା ପାଇ ଚାଲିଥିଲେ ।

ତେବେ ସେ ଟଙ୍କା ପାଇବା ପାଇଁ ନିଜ ସ୍ତ୍ରୀଙ୍କୁ ବଳି ଦେଇଥିଲେ । ଆଉ ପ୍ରତିଦିନ ରାତି ହେବା ପରେ ସରୋଜ ସେହି ଶାନ୍ତନୁ ନାମକ ବ୍ୟକ୍ତିଙ୍କୁ ଆଣି ନିଜ ସ୍ତ୍ରୀ ପାଖରେ ଶୁଆଇ ଦେଉଥିଲେ । ଆଉ ଜୋର୍ ଜବରଦସ୍ତ କରି ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ । ଆଉ ଏହାରି ମଧ୍ୟରେ ଆଠ ବର୍ଷର ପୁଅକୁ ଅନ୍ୟ ଏକ ଘର ଭିତରେ ରଖି ଦେଉଥିଲେ ।

ତେବେ ସହିବାର ସୀମା ପାର ହେବା ପରେ ମମତା ଥାନାରେ ଯାଇ ଏତଲା ଦେଇଥିଲେ । ଆଉ ଏହାପରେ ପୋଲିସ ଆସି ମାମଲାର ସମାଧାନ କରିବା ପାଇଁ ଚେଷ୍ଟା କରିଥିଲା । ଆଉ ଶେଷରେ ତାହା ହିଁ ହୋଇଥିଲା ସ୍ଵାମୀ ସ୍ତ୍ରୀଙ୍କ ଜୀବନରୁ ଶାନ୍ତନୁ ନାମକ ଝଡ ସବୁଦିନ ପାଇଁ ଚାଲି ଯାଇଥିଲା । ଆଉ ବର୍ତ୍ତମାନ ସ୍ବାମୀ ସ୍ତ୍ରୀ ଅତ୍ୟନ୍ତ ଖୁସି ଅଛନ୍ତି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *