ଦିଗ ବଦଳାଉଛି ବାତ୍ୟା ଅସାନି ! ପ୍ରବଳ ବର୍ଷା ସହ ବହିବ ପବନ। ଜାଣନ୍ତୁ ଓଡିଶା ଉପରେ କିପରି ରହିବ ଏହାର ପ୍ରଭାବ?

ଭୁବନେଶ୍ୱର:- ଅଣ୍ଡାମାନ ସାଗରରେ ମେ ୫ ରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏହା ବାତ୍ୟା ରୂପ ନେଇ କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଅନୁମାନ କରାଯାଉଥିଲା ଯେ ଏହା ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିବ। ହେଲେ ପାଣିପାଗ ବିଜ୍ଞାନି ଯାହା ମତ ଦେଇଛନ୍ତି ତାହା ଓଡିଶା ବାସୀ ମାନଙ୍କ ମନରେ ଖୁସି ନେଇ ଆସିଛି। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ତେବେ ଭାରତୀୟ ପାଣିପାଗ ପୂର୍ବନୁମାନ ଅନୁସାରେ ଏହା ଓଡିଶାର ଉପକୂଳବର୍ତ୍ତି ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବାର ଥିଲା। ହେଲେ ବା-ତ୍ୟା ଟଳି ଯାଇଛି। ବୈଜ୍ଞାନିକଙ୍କ କହିବାନୁଯାୟୀ ଏହା ଓଡିଶା କି ଆନ୍ଧ୍ର କୌଣସି ସ୍ଥାନରେ ମଧ୍ୟ ଲ୍ୟାଣ୍ଡ କରିବ ନାହିଁ। ଏହା ସ୍ଥଳ ଭାଗର ବହୁତ ଦୂରରୁ ଅତିକ୍ରମ କରିବ। ତେବେ ବାତ୍ୟା ସମୁଦ୍ର ଦେଇ ହିଁ ଅତିକ୍ରମ କରିଯିବ। ତେବେ ଅତିକ୍ରମ କରିବା ସମୟରେ ପବନର ବେଗ ୧୦୦ ରୁ ୧୦୫ ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ତଥାପି ରାଜ୍ୟ ସରକାର ସଜାଗ ଅଛନ୍ତି ଏବଂ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ ମଧ୍ୟ କରାଯାଇଛି।

ଯଦିଓ ବାତ୍ୟା ଟଳି ଯାଇଥିଲା ହେଲେ ଏହାର ପ୍ରଭାବ ଜାରି ରହିବ। ଯାହାର ଅର୍ଥ ବର୍ଷା ଜାରି ରହିବ। ତେବେ ଭାରତୀୟ ପାଣିପାଗ ୪ ବନ୍ଦର ପାଇଁ ବିପଦ ରହିଛି ବୋଲି କୁହାଯାଇଛି। କେବଳ ସେତିକି ନୁହେଁ ଚାରୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ଜାରି କରିଛି। ସେହି ଜିଲ୍ଲା ଗୁଡିକ ହେଉଛି ବାଲେଶ୍ଵର, ଜଗତସିଂହପୁର,ଖୋର୍ଦ୍ଧା ଓ ପୁରୀ। ସେହିପରି ମୟୂରଭଞ୍ଜ, କଟକ, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ତ୍ତମାନ ଏହି ବର୍ଷା ଆସନ୍ତା କାଲି ୧୦ ରୁ ଆରମ୍ଭ ହୋଇଯିବ ବୋଲି ଅନୁମାନ କରାଯାଇଛି।

ଚାରୋଟି ବନ୍ଦର ପାରାଦ୍ୱୀପ, ଗୋପାଳପୁର, ଚାନ୍ଦବାଲି, ପୁରୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ୯ ରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ ଏବଂ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ବାରଣ କରାଯାଇଛି। ଏଥିସହିତ ଯେଉଁ ମତ୍ସ୍ୟଜୀବୀ ମାନେ ସମୁଦ୍ର ଭିତରେ ଅଛନ୍ତି ସେମାନଙ୍କୁ କୂଳ କୁ ଆସିବା ପାଇଁ ସୂଚନା ଦିଆଯାଇଛି। ବାତ୍ୟାର ପ୍ରଭାବ ନଥିଲେ ମଧ୍ୟ ଘରୁ ନ ବାହାରିବା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *