ଶବଦାହର ୨୪ ଘଣ୍ଟା ପରେ ପୁଅକୁ ଜୀବନ୍ତ ଦେଖି ଘର ଲୋକ ଆଶ୍ଚର୍ଯ୍ୟ…

ଆପଣ କେବେ ଶୁଣିଛନ୍ତି ଶବଦାହର ୨୪ ଘଣ୍ଟା ପରେ ମରିଯାଇଥିବା ବ୍ୟକ୍ତି ଆସି ଘରେ ଠିଆ ହେଇଛି। ଆପଣ ନିଶ୍ଚିତ ଭାବରେ ଏହାକୁ ମନର ଭାବନା ବୋଲି କହିବେ କିନ୍ତୁ ମଧ୍ୟପ୍ରଦେଶରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।

ମଧ୍ୟପ୍ରଦେଶର ଗ୍ୱାଲିଅର ଜିଲ୍ଲାରୁ ଏହି ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଗ୍ୱାଲିଅର ଜିଲ୍ଲାର ଇନ୍ଦର ଗଞ୍ଜ ଅଞ୍ଚଳର ନାଉଗାଜା ରେ ରୋହିତ କୁଶୱା ତାଙ୍କ ପରିବାର ସହିତ ରୁହନ୍ତି। ସେ ଭିନ୍ନକ୍ଷମ, ତେଣୁ ପରିବାର ସଦସ୍ୟଙ୍କୁ ସବୁବେଳେ ତାଙ୍କର ଯତ୍ନ ନେବାକୁ ପଡେ। ସବୁଦିନ ପରି ରୋହିତ ଘରୁ ବାହାରି ବାହରକୁ ଯାଇଥିଲା କିନ୍ତୁ ଆଉ ଘରକୁ ଫେରି ନଥିଲା।

୧୦ ଦିନ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଘରଲୋକ ଚିନ୍ତା କରିବାକୁ ଲାଗିଲେ। ଯେତେବେଳେ ପରିବାର ସଦସ୍ୟ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅ କେଉଁଠାରେ ଅଛି ପୁଲିସକୁ କିଛି ସୂଚନା ମିଳୁନି। ସେମାନେ ବହୁତ ଭାଙ୍ଗି ପଡ଼ିଲେ। ତା’ପରେ ଘରଲୋକ ତାଙ୍କୁ ସବୁ ଆଡ଼େ ବୁଲିବୁଲି ଖୋଜିଲେ କିନ୍ତୁ କୋଉଠି ପାଇଲେ ନାହିଁ।

କିଛି ଦିନ ପରେ ହଠାତ୍ ଘର ଲୋକ ଖବର ପାଇଲେ ଯେ ମହାରାଜା ୱାଡା ନିକଟ ଛତ୍ରୀ ପାର୍କରେ ଜଣେ ଭିନ୍ନକ୍ଷମ ପିଲାର ମୃତଦେହ ପଡ଼ିଛି। ଖବର ପାଇବା ପରେ ପରିବାର ଲୋକ ସେଠାରେ ପହଞ୍ଚି ମୃତଦେହକୁ ଦେଖି ତାଙ୍କ ପୁଅ ରୋହିତଙ୍କ ଶରୀର ବୋଲି ଚିହ୍ନଟ କଲେ।

ତା’ପରେ ମୃତ ଦେହର ପୋ-ଷ୍ଟ-ମ-ର୍ଟମ କରାଗଲା। ପୋ-ଷ୍ଟ-ମର୍ଟମ ପରେ ପରିବାର ଲୋକେ ତାଙ୍କ ପୁଅର ମୃତଦେହ ନେଇ ଘରକୁ ଆସିଲେ। ପୁଅର ମୃ-ତ୍ୟୁ ଖବର ଶୁଣି ଚାରିଆଡେ ଶୋକର ଛାୟା ଖେଳିଗଲା। ତା’ପରେ ପରିବାର ସଦସ୍ୟ ସବୁ ରୀତିନୀତି ପୁରା କରି ପୁଅର ମୃ-ତଦେହକୁ ପୋଡି ଦେଲେ।

ପୁଅର ଶେଷ ରୀତିନୀତିକୁ ମାତ୍ର ୨୪ ଘଣ୍ଟା ବିତିଥିଲା ହଠାତ୍ କେହି ଜଣେ ଖବର ଦେଲା ଯେ ତାଙ୍କ ପୁଅ ଶଶୁର ଘରେ ଅଛନ୍ତି। ଏହା ଶୁଣିବା ପରେ ପିତା ଘନଶ୍ୟାମ ତାଙ୍କ ଶଶୁର ଘରେ ପହଞ୍ଚିଲେ, ତାଙ୍କ ପୁଅ ରୋହିତ ସେଠାରେ ଜୀବନ୍ତ ଛିଡ଼ା ହେଇଥିଲେ।

ପୁଅକୁ ଜୀବନ୍ତ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ପରେ ପୋଲିସ ଆସି ରୋହିତଙ୍କୁ ପଚରାଉଚରା କଲା। ସେତେବେଳେ ରୋହିତ କହିଲେ ସେ କିଛି ଦିନ ପୂର୍ବରୁ ମନ୍ଦିରକୁ ଯାଇଥିଲେ। ତା’ପରେ ସେ ତାଙ୍କ ଶଶୁର ଘରକୁ ବୁଲିବାକୁ ପଲେଇ ଯାଇଥିଲେ। ଏବେ ପୋଲସ୍ ଶବଦାହ କରାଯାଇଥିବା ବ୍ୟକ୍ତି ଜଣଙ୍କ ବିଷୟରେ ଅନୁସନ୍ଧାନ କରୁଛି।

Leave a Reply

Your email address will not be published. Required fields are marked *