ଗାଡି ଚାଳକ ମାନଙ୍କ ପାଇଁ ଆସିଲା ନୂଆ ନିୟମ, ହେଲମେଟନ ପିନ୍ଧି ଗାଡି ଚଳାଇଲେ ଫାଇନ ସହ ରାଇସେନ୍ସ ବାତିଲ…

ପ୍ରତି ମୁହୂର୍ତ୍ତରେ ଗାଡି ଚାଳକ ମାନଙ୍କ ପାଇଁ ଅନେକ ନିୟମ ଲାଗୁ କରା ଯାଇଥାଏ । କାହିଁକିନା ସେଗୁଡିକୁ ମାନିବା ଦ୍ୱାରା ଲୋକେ ସଡକ ଦୁର୍ଘଟଣାରୁ ରକ୍ଷା ପାଇଥାନ୍ତି । ନିୟମ ଗୁଡିକୁ ମାନିଲେ ଦୁର୍ଘ-ଟଣା ହେବାର କୌଣସି ସମ୍ଭାବନା ମଧ୍ୟ ରହି ନଥାଏ । କିନ୍ତୁ ଦୁନିଆଁର ଅନେକ ଲୋକେ ଅଛନ୍ତି ଯେଉଁମାନେ ଏହି ନିୟମ ଗୁଡିକୁ ସହଜରେ ମାନି ନଥାନ୍ତି । ସେମାନେ ଏହି ନିୟମ ଗୁଡିକୁ ବେଖାତିର କରି ନିଜ ମନଇଚ୍ଛାରେ ଗାଡି ଚଳାଇବାକୁ ଲାଗିଥାନ୍ତି । ଯାହାଦ୍ୱାରା ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ।

ଗାଡି ଚାଳକ ମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଣୟନ କରା ଯାଇଥିବା ନିୟମ ଗୁଡିକୁ ମାନିବା ଉଚିତ । ନଚେତ ଏହାଦ୍ବାରା ନିଜର ମୂଲ୍ୟବାନ ଜୀବନ ଅକାରଣରେ ଚାଲି ଯାଇଥାଏ । ତେବେ ଆପଣ ଜାଣିଛନ୍ତି କି , ସଡକ ଦୁର୍ଘ-ଟଣା କାରଣରୁ ୨୦୨୧ ମସିହାରେ ୧୩୦୮ ଜଣ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରେ ୮୬୮ ଜଣ ଗାଡ଼ି ଚାଳକ ଥିବା ବେଳେ ୪୪୦ ଜଣ ବାଇକ ପଛରେ ବସିଥିଲେ । ତେବେ ଦୁର୍ଘ-ଟଣା ପଛର ପ୍ରକୃତ କାରଣ ହେଲମେଟ ନ ପିନ୍ଧିବା ବୋଲି ଜଣା ପଡିଥିଲା । ଲୋକେ ଏହି ହେଲମେଟ ପିନ୍ଧିବା କଥାକୁ ବେଖାତିର କରି ଦେଉଛନ୍ତି ।

ତେବେ ବର୍ତ୍ତମାନ ସମୟରେ ରାଜ୍ୟ ସରକାର ରାଜ୍ୟର ଗାଡି ଚାଳକ ମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ ପ୍ରଣୟନ କରିଛନ୍ତି । ସେହି ନିୟମ ଅନୁଯାୟୀ , ଗାଡି ଚଲାଇବା ସମୟରେ ନିୟମ ଗୁଡିକୁ ନ ମାନିଲେ ଜୋରିମାନା ଦେବାକୁ ପଡିବ । ଏହାସହ ସେମାନଙ୍କ ଲାଇସେନ୍ସ ମଧ୍ୟ ବାତିଲ କରି ଦିଆଯିବ । ତେବେ ସୂଚନା ମୁତାବିକ , ଆସନ୍ତା ୧୫ ତାରିଖଠାରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ମାନଙ୍କରେ ହେଲମେଟ ଚେକିଂ ଆରମ୍ଭ ହୋଇଯିବ ।

ଏହି ହେଲମେଟ ଚେକିଂ ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଦୁଇ ଚକିଆ ଯାନରେ ତିନି ଜଣ ବସିଲେ କିମ୍ବା ଛୋଟ ପିଲା ଗାଡି ଚଳାଇଲେ ଫାଇନ ଲାଗିବା ସହିତ ଡିଏଲ ବା ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରି ଦିଆଯିବ । ତେଣୁ ଆପଣ ମାନେ ବିଶେଷ ଭାବରେ ସତର୍କତା ଅବଲମ୍ବନ କରି ଗାଡି ଚଳାନ୍ତୁ ଏବଂ ଉପରୋକ୍ତ ସମସ୍ତ ନିୟମ ଗୁଡିକୁ ମାନିବା ପାଇଁ ଚେଷ୍ଟା କରନ୍ତୁ । ନଚେତ ଏହି ନିୟମ ଗୁଡିକୁ ଉଲଂଘନ କଲେ ଆପଣଙ୍କୁ ଫାଇନ ଲାଗିବା ସହିତ ଆପଣଙ୍କ ଜୀବନ ମଧ୍ୟ ଯାଇପାରେ ।

Leave a Reply

Your email address will not be published. Required fields are marked *