ଦିନ ରାତି ମୋ ଝିଅ ଖାଲି ପ୍ରେମ କରୁଥିଲା, ମୁଁ ଏମିତି କାଣ୍ଡ କରିଦେଲି ଯାହା ମୋ ଆତ୍ମାକୁ ପୁରା ଶାନ୍ତ କରିଦେଲା

ପ୍ରେମ କରିବାକୁ କାହାକୁ ବାରଣ ନାହିଁ । କିନ୍ତୁ ପ୍ରେମ କରିବା ଆଗରୁ ସେହି ବ୍ୟକ୍ତି ବିଷୟରେ ଭଲ ଭାବରେ ଆଗ ଜାଣିନେବା ଉଚିତ । କାରଣ ବର୍ତ୍ତମାନ ସମୟରେ ଏଭଳି ଅନେକ ଘଟଣା ଦେଖିବାକୁ ମିଳୁଛି ଯେଉଁଠି ଅନେକ ଲୋକ ବିବାହିତ ସତ୍ତ୍ୱେବି ଅନ୍ୟ ଯୁବକ ଯୁବତୀ ସହିତ ସମ୍ପର୍କ ରଖନ୍ତି । ଆଉ ଏହିସବୁ ମାମଲା କାରଣରୁ ଅନେକ ସମୟରେ ଭୟଙ୍କର ହ-ତ୍ୟା-କାଣ୍ଡ ମଧ୍ୟ ଘଟିଯାଏ । ସୂଚନା ଅନୁଯାୟୀ ବର୍ତ୍ତମାନ ସମୟରେ କନ୍ଧମାଳ ଜିଲ୍ଲାରୁ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । କାରଣ ଯୁବତୀଙ୍କ ପ୍ରେମିକକୁ ତାଙ୍କ ବାପା ହ-ତ୍ୟା କରିଛନ୍ତି ।

ଏମିତି ସାଧାରଣ ଭାବରେ କେହି କାହାର ହତ୍ୟା କାହିଁକି ବା କରିବାକୁ ଯିବ । କିନ୍ତୁ ବାସ୍ତବରେ କୁଆଡ଼େ ଏଭଳି କଥା ଉଠୁଛି ଯେ ଯୁବକ ଜଣକ କୁଆଡ଼େ ବିବାହିତ ଥିଲା । ତାପରେବି ସେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲା । ଯୁବତୀ ମଧ୍ୟ ତାଙ୍କୁ ପ୍ରେମ କରୁଥିଲେ । କିନ୍ତୁ ଯୁବତୀଙ୍କ ବାପାଙ୍କୁ ଏହି କଥା ଆଦୋୖ ସହ୍ୟ ହେଉ ନଥିଲା । ଆଉ ଝିଅର ପ୍ରେମିକକୁ ପୁରା ରାସ୍ତାରୁ ହଟାଇ ଦେବାକୁ ପ୍ଲାନ କରିଥିଲେ । ଏଭଳି ମାମଲା ପରେ ବର୍ତ୍ତମାନ ଏହି ଘଟଣା ଶୁଣିବାକୁ ମିଳିଛି ଯେ ଯୁବତୀଙ୍କ ବାପା ନିଜ ଝିଅର ପ୍ରେମିକକୁ ହ-ତ୍ୟା କରିଛନ୍ତି । ଯେଉଁ ଘଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ଯୁବକଙ୍କ ବାପା ଶବ ପାଖରେ ବସି କାନ୍ଦୁଛନ୍ତି ।

ଘଟଣା ଅନୁଯାୟୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧିନସ୍ଥ ସାଡ଼ିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା କିଆମୁଣ୍ଡା ଗାଁରେ ଏଭଳି ଏକ ଘଟଣା ଘଟି ଯାଇଛି । ଅଞ୍ଚଳବାସୀଙ୍କ ସମେତ ମୃତ ବସ୍ୟାନନ୍ଦ ବାପାଙ୍କ କହିବା କଥା ଯେ ପୁଅ ଝିଅ ଉଭୟ ପରସ୍ପରକୁ ଭଲ ପାଉଥିଲେ । ତେବେ ହଠାତ କଣ ହେଲା କେଜାଣି ଯୁବତୀଙ୍କ ପରିବାର ଲୋକେ ବସ୍ୟାନନ୍ଦଙ୍କୁ ମାରିଦେଲେ ।

ତେଣୁ ବର୍ତ୍ତମାନ ମୃତ ଯୁବକଙ୍କ ପରିବାର ଲୋକେ ଝିଅର ପରିବାର ଲୋକଙ୍କ ନାମରେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଝିଅ ଫେରାର ଥିବା ବେଳେ ବାପା ମା’ ଏବଂ ଭାଇକୁ ଫିରିଙ୍ଗିଆ ପୋଲିସ ଗିରଫ କରିଛି । ତେବେ ବର୍ତ୍ତମାନ ଏହା ଦେଖିବା ବାକି ରହିଲା ଯେ ଆସିଥିବା ଅଭିଯୋଗ ଆଧାରରେ ଫିରିଙ୍ଗିଆ ପୋଲିସ ମାମଲାର ପ୍ରମାଣ ଯୋଗାଡ଼ କରି ପାରୁଛି କି ନାହିଁ ।

Leave a Reply

Your email address will not be published. Required fields are marked *