ଜଣେ ମଣିଷ ଦୁଇଟି ରୂପ, ଦିନରେ ଡାକ୍ତର ରାତିରେ ସାଜୁଛନ୍ତି ରାବଣ….

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ଲୋକମାନେ ଯେଉଁ ଭିଡ଼ିଓକୁ ଅଧିକ ଭଲ ପାଇବା ଦେଇ ଥାନ୍ତି ତାହା ବହୁତ କମ୍ ସମୟରେ ଭାଇରାଲ ହେବାର ଦେଖିବାକୁ ମିଳିଥାଏ। ଯେଉଁ କାରଣରୁ ଭାଇରାଲ ଭିଡ଼ିଓରେ ଥିବା ବ୍ୟକ୍ତି ଜଣକ ଖୁବ ଲୋକପ୍ରିୟତା ହାସଲ କରିଥାନ୍ତି। ତେବେ ଆପଣ ମାନେ ଜାଣିଛନ୍ତି ଏବେ ନିକଟରେ ରାମ ନବୀନ ଓ ପଣା ସଂକ୍ରାନ୍ତି ଗଲା। ଅନେକ ସ୍ଥାନରେ ରାମଲୀଳା ଷ୍ଟେଜ ଶୋ କରା ଯାଉଛି। ବର୍ତ୍ତମାନ ସମୟରେ ମଧ୍ୟ କିଛି ଏହିଭଳି ଭିଡ଼ିଓ ଭାଇରାଲ ଭାଇରାଲ ହେଉଛି।

ରାମଲୀଳା ରେ ଦୁଇଟି କ୍ୟାରେକ୍ଟର ମୁଖ୍ୟ ହୋଇଥାଏ ତାହା ହେଉଛି ନାୟକ ଓ ଖଳନାୟକ ଅର୍ଥାତ ରାମ ଓ ରାବଣ କ୍ୟାରେକ୍ଟର ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କାରଣ ଏହି କ୍ୟାରେକ୍ଟର ଯେତେ ଷ୍ଟ୍ର-ଙ୍ଗ ହୋଇଥାଏ ରାମଲୀଳା ସେତେ ମଜାଦାର ହୋଇଥାଏ। ବର୍ତ୍ତମାନ ସମୟରେ ବଲାଙ୍ଗୀରର ଜଗନ୍ନାଥ ପଡ଼ାରେ ହେଉଥିବା ରାମଲୀଳାର ଭିଡ଼ିଓ ଭାଇରାଲ ହେଉଛି। ସେଠାରେ ରାମଙ୍କ ଅପେକ୍ଷା ରାବଣ ଅଧିକ ଚର୍ଚ୍ଚାରେ ରହିଛି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ବଲାଙ୍ଗୀରର ଜଗନ୍ନାଥ ପଡ଼ାରେ ହେଉଥିବା ରାମଲୀଳାରେ ରାବଣ ଚରିତ୍ରରେ ଅଭିନୟ କରୁଥିବା ରାବଣ ହେଉଛନ୍ତି ବଲାଙ୍ଗୀର ମେଡିକାଲର ପ୍ରସୂତି ବିଭାଗର ଡାକ୍ତର ରୁଦ୍ର ପଟେଲ। ଦିନ ବେଳା ରୋଗୀଙ୍କ ସେବା କରୁଛନ୍ତି ଏବଂ ରାତିରେ କଳାକାର ସାଜି ଅଭିନୟ କରୁଛନ୍ତି। ଏହି କାରଣରୁ ସେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କେବଳ ସେତିକି ନୁହେଁ ତାଙ୍କର ଏହି ଦୁଇଟି ରୂପ ସୋସିଆଲ ମିଡିଆରେ ଘୁରି ବୁଲୁଛି। ତେବେ ଆସନ୍ତୁ ଜାଣିବା ସେ ସାକ୍ଷାତକାରରେ କଣ କହିଲେ।

ଯେତେବେଳେ ଡାକ୍ତର ରୁଦ୍ର ପଟେଲଙ୍କୁ ନିଜର ଦୁଇଟି ରୂପ ବିଷୟରେ ପଚରା ଯାଇଥିଲା ସେତେବେଳେ ସେ ଅତି ସୁନ୍ଦର ଭାବେ ଏହାର ଉତ୍ତର ଦେଇଥିଲେ। ପ୍ରଥମେ ସେ କହିଲେ କି ଦୁଇ ଟି ଯାକ ତାଙ୍କର କାର୍ଯ୍ୟ ଅଟେ। ଡାକ୍ତରୀ ପାଠ ପଢି ଥିବାରୁ ରୋଗୀଙ୍କ ସେବା କରିବା ହେଉଛି ମୋର ଧର୍ମ ଏବଂ ରାମଲୀଳା ରେ ମୋତେ ଅଭିନୟ କରିବାର ସୁଯୋଗ ମିଳିବା ହେଉଛି ମୋର କର୍ମ। ମୋତେ ତାକୁ ବି ନିଖୁଣ ହିସାବରେ ଚେଷ୍ଟା କରି ବାହାର କରିବାର ଅଛି ଆଉ ଦିନ ବେଳେ ରୋଗୀ ମାନଙ୍କର ଦୁଃ-ଖ ସୁଖରେ ଭାଗୀଦାର ହେବାର ଅଛି।

ସେ ଏକଥା ମଧ୍ୟ କହିଛନ୍ତି ଯେ ମୋତେ ଦୁଇ ଯାକ କାର୍ଯ୍ୟ କରିବା ବେଳେ କୌଣସି ପ୍ରକାର ବାଧା ଲାଗି ନଥାଏ। ମୁଁ ଅତି ଆନନ୍ଦ ସହ ଦୁଇ ଟି କାର୍ଯ୍ୟକୁ ସୁଚାର ରୂପେ ତୁଲେଇବା ପାଇଁ ସର୍ବଦା ଚେଷ୍ଟା କରିଥାଏ। ମୁଁ ରୋଗୀ ଦେଖିବା ବେଳେ ଓ ମୋ ଦୈନଦିନ ଜୀବନରେ ସେଲ୍ଫ ରିଏଲସେଲ କରେ। ସେ ଭାବନାକୁ ମୁଁ ସବୁବେଳେ ରଖିକି କାମ କରେ।

Leave a Reply

Your email address will not be published. Required fields are marked *