ଦିନେଶ ଓ ଦୀପିକାଙ୍କ ପ୍ରେମ କାହାଣୀକୁ ଗୋଟି ଗୋଟି କରି ବଖାଣିଲେ ଦୀପିକାଙ୍କ ମା। କହିଲେ ପ୍ରଥମେ ଦୁହେଁ ଦୁହିଁଙ୍କୁ ଭଲ ପାଇଲେ ଦୁହେଁ ମନ ଦିଆ ନିଆ ହେଲେ ମୁଁ ଏହାକୁ ବି-ରୋଧ କରିଥିଲେ ବି ଦିନେଶ ମତେ ବୁଝାଇବାକୁ ଯାଇ କହିଥିଲେ ଆପଣ କଣ ଚାହୁଁନାହାନ୍ତି ଆପଣଙ୍କ ଝିଅ ବଡ଼ ଘରର ବୋହୁ ହେଉ ବୋଲି।
ଦିନେଶ ଆହୁରି କହିଥିଲେ ସେ ମୋ ଝିଅକୁ ବହୁତ ଭଲ ପାଆନ୍ତି ତାକୁ ଛାଡି ରହି ପାରିବେ ନାହିଁ।ମୁଁ ଦୁହିଁଙ୍କ ଖୁସି ପାଇଁ ଦୁହିଁଙ୍କୁ ବାରଣ କଲି ନାହିଁ। ଦିନେଶ ଦୀପିକାଙ୍କୁ ପତ୍ନୀ ଭଳି ବ୍ୟବହାର କରୁଥିଲେ ଦୀପିକାଙ୍କ ସହ ଭୁବନେଶ୍ୱର କୋଲକାତା ଯାଇ ଦୋକାନ ଜିନିଷ ଆଣୁଥିଲେ ଦୋକାନରେ ଯାହା ବ୍ୟବସାୟ ହେଉଥିଲା ଦିନେଶ କହୁଥିଲେ ସେ ଟଙ୍କା ମତେ ଦିଅ ମୁଁ ନେଇ ବ୍ୟାଙ୍କ ରେ ଜମା କରି ଆସିବି।
କେବଳ ଏତିକି ନୁହେଁ ଦିନେଶ ଆମ ଘରକୁ ଆସେ ମୁଁ ଯେତେ ମନା କରେ ଦୀପିକା ଘରେ ନାହିଁ ମାମୁ ଘର ଯାଇଛି କହି ଯେତେ ମି-ଛ କହିଲେ ମଧ୍ୟ ସେ ଆମ ଘର ଆଗରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରୁହେ ଓ କୁହେ ଆଣ୍ଟି ଟିକେ ପ୍ଲିଜ ଦୀପିକାଙ୍କୁ ଡାକନ୍ତୁ ଆଉ ଦିନେଶ ଯେ ପର୍ଯ୍ୟନ୍ତ ଦୀପିକାଙ୍କୁ ଦେଖା କରିନଥାନ୍ତି ସେ ପର୍ଯ୍ୟନ୍ତ ଘର ଆଗରୁ ଯାଆନ୍ତି ନାହିଁ।
ଦୀପିକାଙ୍କ ମା କହିଛନ୍ତି ଦୁହିଁଙ୍କ ପ୍ରେମ ଠିକ ଠାକ ଚାଲିଥିଲା ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ହେଲେ ଯେତେବେଳେ ଦିନେଶ ଜାଣିବାକୁ ପାଇଥିଲେ ଦୀପିକା ତାଙ୍କ ପିଲାର ମା ହେବାକୁ ଯାଉଛନ୍ତି ସେତେବେଳେ ଦିନେଶ ତାଙ୍କୁ ଧୋ-କା ଦେଇଥିଲେ। ଦୀପିକା ଏନେଇ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ ମଧ୍ୟ ଦିନେଶଙ୍କ ପରିବାର ସିଧାସଳଖ ମନା କରିଥିଲେ ସେମାନେ ଦୀପିକାଙ୍କୁ ବୋହୁ ଭାବେ ଗ୍ରହଣ କରିବେ ନାହିଁ।
ଦୀପିକା ଯେତେବେଳେ ତାଙ୍କ ଘରକୁ ଯାଇଥିଲେ ଦିନେଶଙ୍କ ମା ଗାଳି କରି ଫେରାଇ ଦେଇଥିଲେ। ଦିନେଶଙ୍କ ବାପା ଟଙ୍କା ଦେଇ ସମାଧାନ କାରିବାକୁ ଚେଷ୍ଟା କରୁଥିଲେ ମାତ୍ର ଦୀପିକା ଯେତେବେଳେ ଏଥିରେ ରାଜି ହୋଇନଥିଲେ ସେତେବେଳେ ଦିନେଶ ଦୀପିକାଙ୍କୁ ଗା-ଳି କରିଥିଲେ ତାଙ୍କ ଦୋକାନରେ ପଶି ଜିନିଷ ଭଙ୍ଗା ରୁ-ଜ୍ଜା କରିଥିଲେ ଆଉ ଏହାକୁ ନେଇ ଦୀପିକା ଥା-ନାରେ ଅଭି-ଯୋଗ କରିଥିବା ଦୀପିକାଙ୍କ ମା ଗଣ ମାଧ୍ୟମ ଆଗରେ ବଖାଣିଛନ୍ତି।
ଦୀପିକାଙ୍କ ମା ଆହୁରି ମଧ୍ୟ କହିଛନ୍ତି ପୋଲିସ ଦୁଇ ଜଣଙ୍କୁ ଡାକି ବୁଝାଇବାକୁ ଚେଷ୍ଟା କରିଥିଲେ ଦିନେଶଙ୍କୁ ପୋ-ଲିସ ଖୁବ ବୁଝାଇଥିଲେ ହେଲେ ଦିନେଶକହିଥିଲେ କି ଯଦି ମୋ ମା ବାପା ରାଜି ହୋଇଯିବେ ତେବେ ମୁଁ ଦୀପିକାଙ୍କୁ ବିବାହ କରିବି। ଘଣ୍ଟା ଧରି ପୋଲିସ ବୁଝାଇବା ପରେ ଦିନେଶ ଯେତେବେଳେ ନ ବୁଝିଥିଲେ ଦୁହିଁଙ୍କ DNA ଟେଷ୍ଟ ରି-ପୋର୍ଟ ଅନୁଯାୟୀ ଦିନେଶଙ୍କୁ ଜେଲ ହୋଇଥିଲା ଓ ଦିନେଶ ୪ ମାସ ଜେ-ଲରେ ରହିଥିଲେ
ହେଲେ ଦିନେଶ ଯେତେବେଳେ ଜେ-ଲରୁ ବେଲରେ ଆସିଥିଲେ ତାଙ୍କ ବାପା ଦିନେଶଙ୍କ ପାଇଁ ଏକ ଝିଅ ଠିକ କରିଥିଲେ ଦିନେଶଙ୍କ ପାଇଁ ତେବେ ଏହି ଖବର ଯେତେବେଳେ ଦୀପିକା ପାଇଥିଲେ ସେତେବେଳେ ନିରୁପାୟ ହୋଇ ଦୀପିକା ଦିନେଶଙ୍କ ଘର ଆଗରେ ଧାରଣାରେ ବସିଥିବା ତାଙ୍କ ମା କହିଛନ୍ତି। ତାଙ୍କୁ ନ୍ୟା-ୟ ଦରକାର ନାତିକୁ ଦିନେଶ ଗ୍ରହଣ କରିବା ଦରକାର ଝିଅକୁ ସ୍ତ୍ରୀ ଭାବେ ଗ୍ରହଣ କରି ସମ୍ମାନର ସହ ଘରକୁ ନେବାକୁ ସେ କହିଛନ୍ତି।ଆଉ ନ୍ୟା-ୟ ନମିଳିବା ଯାଏଁ ଝିଅ ଧାରଣାରେ ବସିରହିବ।