ଦିନେଶ ଦୀପିକାଙ୍କ ମଧ୍ୟରେ ଫାଟ ସୃଷ୍ଟିକଲା ପ୍ରେଗନେଣ୍ଟ କିଟ, ପଜେଟିଭି ଜାଣି ଗୋଇଠା ମାରିଲେ ଦିନେଶ। : ଦେଖନ୍ତୁ ସେହି ଦିନର ଭିଡିଓ

ସେଦିନ ଖୁସିରେ ଆତ୍ମହରା ହୋଇଯାଉଥିଲେ ଦୀପିକା। ଦୀପିକାଙ୍କ ପାଦ ଲାଗୁନଥିଲା ମାଟିରେ କାରଣ ଦୀପିକା ଦିନେଶଙ୍କ ପିଲାର ମାଆ ହେବାକୁ ଯାଉଥିଲେ। ଦୀପିକା ଖୁବ ଖୁସି ହୋଇ ଏ ଶୁଭ ଖବର ଦିନେଶଙ୍କୁ ଦେବେ ବୋଲି ଭାବି ହେଉଥିଲେ। ଆଉ ଭାବୁଥିଲେ ଛୁଆଟା ଦୁନିଆକୁ ଆସିବ ଦିନେଶ ମୋ ମଥାରେ ସିନ୍ଦୁର ହାତରେ ସଙ୍ଖା ପିନ୍ଧାଇ ତାଙ୍କ ଘରକୁ ବୋହୁ କରି ନେବେ। ହସି ଉଠିବ ଆମ ସୁନା ସଂସାର ମାତ୍ର ବୋଧେ ହୁଏ ଦୀପିକା ଭୁଲ ଭାବିଥିଲେ।

ସେଦିନ ଦୀପିକା ଯାଇ ଦିନେଶଙ୍କୁ କହିଥିଲେ ଦିନେଶ ମୁଁ ତୁମ ପାଇଁ ଗୋଟେ ଖୁସିର ଖବର ଆଣିଛି। ଜାଣିଛ ଯେଉଁ ଖୁସି ଖବର ଶୁଣିଲେ ତୁମେ ନାଚି ଉଠିବ। ଶୁଣ ଦିନେଶ ଆମେ ନା ଦୁଇରୁ ତିନି ହେବା ମାନେ ତୁମେ ବାପା ହେବାକୁ ଯାଉଛ। ତୁମେ ଆଣି ଦେଇଥିବା ସେହି ପ୍ରେଗନେଣ୍ଟ କିଟରେ ମୁଁ ଟେଷ୍ଟ କରିଥିଲି ଆଉ ପଜେଟିଭି ଆସିଲା। ତୁମେ ବହୁତ ଖୁସି ନା ଦିନେଶ ? ଏମିତି କିଛି ଦିନେଶଙ୍କୁ ଖୁସିରେ ଆତ୍ମହରା ହୋଇ ଦୀପିକା କହିଥିଲେ ମନର କଥା ଆଉ ସେ କେତେ ଖୁସି ଅଛନ୍ତି ବୋଲି ପଚାରିଥିଲେ।

ମାତ୍ର ଦୀପିକାଙ୍କ ମୁହଁରୁ ଏ କଥା ଶୁଣିବା ପରେ ଦିନେଶ ରାଗି ଯାଇଥିଲେ। ଦୀପିକାଙ୍କ କହିବା ମୁତାବକ ଦିନେଶ ଗର୍ଭ ନଷ୍ଟ କରିବାକୁ ଜିଦ କରିଥିଲେ। ଆଉ ଏମିତି କି ଦିନେଶ ଶେଷରେ ଦୀପିକା ରାଜି ନହେବାରୁ ଗାଳି ଗୁଲଜ କରିବା ସହିତ ଦୀପିକାଙ୍କ ଦୋକାନର ଆକ୍ଵାରିୟମକୁ ଗୋଇଠା ମାରି ଭାଙ୍ଗିଦେଇଥିଲେ।ଏତେ ପରେ ବି ଯେତେବେଳେ ଦୀପିକା ଦିନେଶଙ୍କ କଥା ଶୁଣିଲେ ନାହିଁ ଦିନେଶ ଦୀପିକାଙ୍କ ସହ ପ୍ରତାରଣା କଲେ।

ଦୀପିକା ଏହି ଘଟଣାକୁ ନେଇ ଦିନେଶଙ୍କ ପରିବାରକୁ ଭେଟିଥିବା ଦୀପିକା କହିଛନ୍ତି ହେଲେ ଦିନେଶଙ୍କ ପରିବାର ଲୋକେ ମଧ୍ୟ ସେହି ସମାନ କଥା କହିଥିଲେ।ଟଙ୍କା ନେଇ ସମାଧାନ କରିବାକୁ ଦିନେଶଙ୍କ ବାପା ଦୀପିକାଙ୍କୁ କହିଥିବା ଦୀପିକା ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି।

ଏହାରି ଭିତରେ ଦିନେଶ ଓ ଦୀପିକାଙ୍କ ରକ୍ତରୁ ଜନ୍ମ ନେଇଥିବା ପୁତ୍ରକୁ ଏକ ବର୍ଷ ହୋଇଗଲାଣି। ଆଉ କିଛି ଦିନ ପୁଅ ସ୍କୁଲ ଯିବ। ସ୍କୁଲରେ ସାଙ୍ଗ ସାଥି ଯେତେବେଳେ ଦୀପିକାଙ୍କ ପୁଅକୁ ପ୍ରଶ୍ନ କରିବେ ତୁମ ବାପା କିଏ ପୁଅ କାହାକୁ ବାପାର ପରିଚୟ ଦେବ। ତେଣୁ ପୁଅକୁ ବାପାର ପରିଚୟ ଦେବାକୁ ପୁଅକୁ ନ୍ୟାୟ ଦେବାକୁ ଦୀର୍ଘ ଦିନ ଧରି ଧାରଣାରେ ବସିଛନ୍ତି ଦୀପିକା। ରାତି ଆସୁଛି ପୁଣି ସକାଳ ବି ହେଉଛି ଦୀପିକା କଷ୍ଟ ଯନ୍ତ୍ରଣାରେ ଧାରଣାରେ ବସିଥିବା ବେଳେ ଦିନେଶ କହିଛନ୍ତି ଆଇନ ଯାହା ନିଷ୍ପତ୍ତି ନେବ ସେ ମାନି ନେବେ ବୋଲି। ତେବେ ସମୟ କହିବ ଦୀପିକାଙ୍କୁ କେବେ ନ୍ୟାୟ ମିଳିବ।

Leave a Reply

Your email address will not be published. Required fields are marked *