ପରିସ୍ଥିତି ଉତେଜନା ମୂଳକ….କେ ଦୀପିକା କହିଲେ ମତେ ସ୍ତ୍ରୀ ଭାବେ ଗ୍ରହଣ ନକରିବା ଯାଏଁ ମୁଁ ଉଠିବି ନାହିଁ…. ଦେଖନ୍ତୁ ଭିଡିଓ

ହଁ ମୁଁ ହେଇପାରେ ବେଶ୍ୟା ହେଲେ ମତେ ନ୍ୟାୟ ଦରକାର। ମତେ କିଏ ବେଶ୍ୟା ସଜେଇଛି ? କାହା ପାଇଁ ଲୋକେ ମତେ ଆଙ୍ଗୁଳି ଉଠାଇ ନାନା କଥା କହୁଛନ୍ତି ? ମୁଁ ତ ମୋ ଦୁନିଆରେ ବେଶ ଖୁସିରେ ଥିଲି କାହିଁକି ମୋ ଜୀବନକୁ ଧସେଇ ଆସିଲ ? କାହିଁକି ମୋତେ ବିବାହର ପ୍ରତିଶ୍ରୁତି ଦେଇ ମୋ ଶରୀର ସହିତ ଖେଳ ଖେଳିଲ ? କାହିଁକି ମତେ ଗର୍ଭବତୀ କରି ଛାଡି ଚାଲିଗଲ ? ମୁଁ କି ଭୁଲ କରିଥିଲି ଦିନେଶ କେଉଁ ଭୁଲର ଶାସ୍ତି ମତେ ଦେଉଛ।

ଏମିତି କିଛି କହି ନିଜର କ୍ଷୋଭ ପ୍ରକାଶ କରିଛନ୍ତି ବ୍ରହ୍ମପୁର ବଡବଜାର ଦେଶୀ ବେହାରା ସାହିର କେ ଦୀପିକା। ପ୍ରେମିକର ଘର ଆଗରେ ନ୍ୟାୟ ପାଇଁ ଦୀର୍ଘ ଦିନ ଧରି ଧାରଣାରେ ବସିଥିବା କେ ଦୀପିକାଙ୍କ ସହ ଆଜି କିଛି ଲୋକେ ସାମ୍ନା ସାମ୍ନି ହୋଇଥିବା ବେଳେ ଘଟଣା ସ୍ଥଳରେ ପରିସ୍ଥିତି ଉତେଜନା ପୂର୍ଣ ସୃଷ୍ଟି ହୋଇଥିଲା। କେ ଦୀପିକା କହୁଥିଲେ ମତେ ତୁମେ ବେଶ୍ୟା କି ଯାହା କୁହ ମତେ କିଛି ଫରକ ପଡିବନି।

ମତେ ନ୍ୟାୟ ଦରକାର ମୋ ଛୁଆକୁ ବାପାର ପରିଚୟ ଦରକାର। ସେପଟେ କେ ଦୀପିକା ନିଜ ପ୍ରେମିକଙ୍କ ପରିବାର ନାମରେ ଅନେକ ଅଭିଯୋଗ ଆଣୁଥିବା ବେଳେ ଗଣ ମାଧ୍ୟମରେ ପ୍ରକାଶ କରିଥିଲେ କି ତାଙ୍କ ଉପରକୁ ଉପରୁ ମାଂସ କଣ୍ଟା ଫୋପାଡୁଥିଲେ ପ୍ରେମିକଙ୍କ ପରିବାର ଲୋକେ ଏଥିସହିତ ତାଙ୍କ ମୁଣ୍ଡ ଉପରେ ଥିବା ଜରି ପାଲ ଖଣ୍ଡିକୁ ମଧ୍ୟ ନିଆଁ ହୁଳା ଫୋପାଡ଼ି ନିଆଁ ଲଗାଇ କଣା କରିଦେଇଥିବା ବେଳେ ଆଜି ଦୀପିକାଙ୍କୁ ମାଡ଼ ମାରି କ୍ଷତ ସୃଷ୍ଟି କରିଥିବା କହିଛନ୍ତି। ଅନ୍ୟପଟେ ଏହି ଅଭିଯୋଗକୁ ଜଣେ ଯୁବକ ଖଣ୍ଡନ କରି କହିଛନ୍ତି କି ପବ୍ଲିକଙ୍କ ସହ ଟଣା ଟଣି ବେଳେ ହାତ ବାଜି ଖଣ୍ଡିଆ ହୋଇଥିବା ଯୁବକ କହିଛନ୍ତି।

ତେବେ ସେ ଯାହାବି କିଛି ହେଉ। ଦୀପିକାଙ୍କ ଗୋଟିଏ କଥା ଯେତେ ବାଧା ବିଘ୍ନ ଆସିଲେ ସୁଦ୍ଧା ଦୀପିକା କେବେ ହେଲେ ଧାରଣାରୁ ଓଲ୍ହାଇବେ ନାହିଁ। ସେପଟେ ଜଣେ ଯୁବକଙ୍କ କହିବା ଅନୁଯାୟୀ ଦୀପିକାଙ୍କ ପ୍ରେମିକ ଦିନେଶ ଥାନାରେ ବସିଥିବା ବେଳେ ଦୀପିକା ସେଠାକୁ ଯାଉ ନାହାଁନ୍ତି। ଯାହା ଫଳରେ ଆଜି ପରିସ୍ଥିତି ଉତେଜନା ପୂର୍ଣ ଦେଖିବାକୁ ମିଳିଛି।


ତେବେ ଦୀର୍ଘ ୧୦ ଦିନ ଧାରଣାରେ ବସିଥିବା ଦୀପିକାଙ୍କ ଘଟଣାର କେବେ ହେଉଛି ଦି ଏଣ୍ଡ ତାହା ଦେଖିବାକୁ ବାକି ଥିବା ବେଳେ କେବେ ମିଳୁଛି ଦୀପିକାଙ୍କୁ ନ୍ୟାୟ ଓ ତାଙ୍କ ପୁଅକୁ ବାପାର ପରିଚୟ ତାହା ସମୟ ସାପେକ୍ଷ।

Leave a Reply

Your email address will not be published. Required fields are marked *