ପିଣ୍ଟୁ ନନ୍ଦଙ୍କୁ ନେଇ ମୁଁହ ଖୋଲିଲେ ନିର୍ଦ୍ଦେଶକ ରୁଦ୍ର , କହିଲେ ଏତେ ବଡ କଳାକାରଙ୍କ ପାଖରେ ଟଙ୍କା ନାହିଁ ?

ନିଜ ଜୀବନ ଆଉ ମରଣ ମଧ୍ୟରେ ସଂ-ଘର୍ଷ କରୁଥିବା ଜଣେ ମଣିଷ ପାଲଟି ଯାଇଛନ୍ତି ଓଲିଉଡ ଜଗତର ଜଣେ ପ୍ରସିଦ୍ଧ କଳାକାର ପିଣ୍ଟୁ ନନ୍ଦ । ଯିଏ ବର୍ଷ ବର୍ଷ ଧରି ନିଜ ଅଭିନୟର ଯାଦୁ ଲୋକଙ୍କ ମନରେ ଲଗାଇ ଦେଇଛନ୍ତି । ଯିଏ ପରଦା ଉପରକୁ ଆସିଲେ , ସମସ୍ତଙ୍କ ଓଠରେ ହସ ଫୁଟି ଯାଇଥାଏ । ଯାହାଙ୍କ ଅଭିନୟର ସମସ୍ତେ ପାଗଳ ଆଉ ତାଙ୍କ ଫିଲ୍ମ ଦେଖିବା ପାଇଁ ଆଜି ବି ବାପା ଆଉ ଜେଜେ ମାନେ ଖୁସି ହୁଅନ୍ତି । କାହିଁକି ନା ତାଙ୍କ ଅଭିନୟରେ ଏପରି କିଛି ଯାଦୁ ରହିଛି , ଯାହା ଆଜି ଯାଏଁ ମଧ୍ୟ ଲୋକଙ୍କୁ ଆକର୍ଷିତ କରି ରଖିଛି । ଆଉ ଲୋକେ ତାଙ୍କୁ ଭୁଲି ପାରିବେ ନାହିଁ । ସବୁବେଳେ ନିଜର ଏପରି କିଛି ସ୍ଵତନ୍ତ୍ର ଚରିତ୍ର ପାଇଁ ଲୋକଙ୍କ ମଧ୍ୟରେ ସେ ଆଲୋଚନାର ବିଷୟ ପାଲଟି ଯାଇଥାନ୍ତି । ତେବେ ବର୍ତ୍ତମାନ ଆଉ କିଛି କାରଣ ପାଇଁ ତାଙ୍କୁ ନେଇ ଚର୍ଚ୍ଚା ।

ଜଣେ ଏତେ ବଡ କଳାକାର ବର୍ତ୍ତମାନ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଦିନ କାଟୁଛନ୍ତି । କିଛି ଦିନ ଆଗରୁ ଜଣା ପଡ଼ିଥିଲା କି , ଲିଭର ସିରୋସିସ ରୋଗରେ ପୀ-ଡିତ ଅଛନ୍ତି ପିଣ୍ଟୁ । ଆଉ ଚିକିତ୍ସା କରାଇବା ପାଇଁ ତାଙ୍କୁ ଦିଲ୍ଲୀ ନେବାକୁ ପଡିବ । ତେବେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଆଉ ଲିଭର ଟ୍ରାନପ୍ଲାଣ୍ଟସନ୍ କରିବା ପାଇଁ ଅନେକ ଟଙ୍କା ଦରକାର ବୋଲି ଗଣମାଧ୍ୟମରେ ଚର୍ଚା ହୋଇଥିଲା । ଯେଉଁଥି ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ ବୋଲି ସମସ୍ତେ କହିଥିଲେ ତାଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଅନୁରୋଧ କରା ଯାଇଥିଲା । ଯାହା ପରେ ଲୋକେ ତାଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଆଗକୁ ଆଗେଇ ଆସିଥିଲେ । ଜଣେ କଳାକାର ଭଲ ହୋଇ ଯାଆନ୍ତୁ ବୋଲି ସମସ୍ତେ ମନରେ ଆଜି ଆଶା ରଖିଛନ୍ତି । ପୁଣି ସେ ଭଲ ହୋଇ ଯାଆନ୍ତୁ ଆଉ ପରଦାକୁ ଫେରି ଆସନ୍ତୁ ବି ସମସ୍ତେ କହିବାରେ ଲାଗିଛନ୍ତି । ଆଉ ସେଥିପାଇଁ ଟଙ୍କା ମଧ୍ୟ ଦେଉଛନ୍ତି।

ତେବେ ବର୍ତ୍ତମାନ ସମୟରେ ଏହି ଟଙ୍କା ଆଉ ପିଣ୍ଟୁ ନନ୍ଦଙ୍କୁ ନେଇ ମୁଁହ ଖୋଲିଛନ୍ତି ଚଳଚିତ୍ର ଜଗତର ଜଣେ ନିର୍ଦ୍ଦେଶକ ରୁଦ୍ର । ତାଙ୍କ କହିବା ଅନୁଯାୟୀ ଏତେ ବଡ କଳାକାର ହୋଇ ମଧ୍ୟ ଲୋକଙ୍କ ଆଗରେ ହାତ ଦେଖାଉଛନ୍ତି ସେ । କଣ ଏତେ ବର୍ଷ ଧରି ଅଭିନୟ କରିବା ପରେ ତାଙ୍କ ପାଖରେ ଟଙ୍କା ନାହିଁ । ଏହା ସତ କି ମିଛ ସେ କଥା ସେ ଜାଣି ପାରୁ ନାହାନ୍ତି । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ତାଙ୍କ ପରିବାର ପାଖରେ ଆଉ ବନ୍ଧୁବାନ୍ଧବ ପାଖରେ ତ ନିଶ୍ଚିତ ଏତିକି ଟଙ୍କା ଥିବ । ତାଙ୍କୁ କିଛି ବି ହାତ ଦେଖାଇବାର ଆବଶ୍ୟକତା ନାହିଁ । କାହିଁକି ସେ ସମସ୍ତଙ୍କ ଆଗରେ ହାତ ଦେଖାଉଛନ୍ତି । ଏହାକୁ ନେଇ ଅନେକ ପ୍ରଶ୍ନ ତାଙ୍କ ମନରେ ଉଙ୍କି ମା-ରୁଛି । କଣ ସତରେ ଏପରି ଅବସ୍ଥା ପିଣ୍ଟୁ ନନ୍ଦଙ୍କର ହୋଇଯାଇଅଛି । ଆଉ ସେ ଲୋକଙ୍କ ଆଗରେ ହାତ ଦେଖାଉଛନ୍ତି ।

ଅନ୍ୟ ପକ୍ଷରେ ସେ କହିଛନ୍ତି କି , ଏହି ଫିଲ୍ମ ଇଣ୍ଡଷ୍ଟ୍ରିରେ ଯାହା ଦେଖାଯାଉଛି ତାହା ପ୍ରକୃତରେ ହୋଇ ନଥାଏ । ସବୁକିଛି ଓଲଟା ପାଲଟା ହୋଇଥାଏ । ତେଣୁ ଯାହା କିଛି ବି ହେଉଛି ଭଗବାନ ସବୁ ଦେଖିଛନ୍ତି ଆଉ ସବୁର ହିସାବ ସେ କରିବେ । ଆହୁରି ମଧ୍ୟ ସେ କହିଛନ୍ତି କି , ଯେଉଁ ଟଙ୍କା ପାଇଁ ଏତେ ଚର୍ଚ୍ଚା ସେହି ଟଙ୍କା ପ୍ରକୃତରେ ତାଙ୍କୁ ଦରକାର୍ ନା ନାହିଁ କି ତାଙ୍କର ଚିକିତ୍ସା ହେବା ପରେ ଆଉ ଯେଉଁ ଟଙ୍କା ରହିବ , ସେହି ଟଙ୍କା କିଏ ନେବ । କି ଟଙ୍କା ସହିତ କଣ ହେଉଛି ସେ କଥା ତ ସାଧାରଣ ଲୋକ ମାନେ ଜାଣିପାରିବେ ନାହିଁ । ତେଣୁ କାହିଁକି ଏପରି କରାଯାଉଛି ବୋଲି ସେ କହିଛନ୍ତି । ଜଣେ ଏତେ ବଡ କଳାକାର ପାଖରେ ଆଉ ଏତେ ବର୍ଷ ଧରି ଫିଲ୍ମ କରୁଥିବା ଲୋକ ପାଖରେ ଯଦି ଟଙ୍କା ନାହିଁ , ତେବେ ଏହାପରେ ସାଧାରଣ ଲୋକଙ୍କ କଥା ନ କହିବା ତ ଭଲ ବୋଲି ସେ କହିଛନ୍ତି

Leave a Reply

Your email address will not be published. Required fields are marked *