ଘାଟୀ ଡିଭାଇଡରରେ ପିଟି ହେଲା ସ୍କୁଟି । ଆଉ ଘାଟୀକୁ ଗଳି ପଡ଼ିଲେ ମହିଳା: ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସମୟରେ ସଡ଼କ ଦୁର୍ଘ-ଟଣାର ମାତ୍ରା ବେଶ ଅଧିକ ବଢ଼ି ଯାଇଛି । ଅନେକ କାରଣ ବଶତଃ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ସେଥିମଧ୍ୟରୁ ସବୁଠାରୁ ବଡ଼ ଏବଂ ସାଙ୍ଘାତିକ କାରଣ ହେଉଛି ମଣିଷର ନିଜର ଭୁଲ । ଅର୍ଥାତ କହିବାକୁ ଗଲେ ମନୁଷ୍ୟ ନିଜର ଅବହେଳା ପାଇଁ ହିଁ ଦୁର୍ଘଟଣାର ଶିକାର ହୋଇଥାଏ ।

ସଡ଼କ କୌଣସି ଗାଡ଼ି ଡ୍ରାଇଭ ଶିଖିବାର ସ୍ଥାନ ନୁହେଁ । ସଡ଼କକୁ ଗାଡ଼ି ନେଇ ସେତେବେଳେ ଓଲ୍ହାଇବା ଉଚିତ , ଯେତେବେଳେ ଜଣେ ଗାଡ଼ି ଚାଳନାରେ କୁଶଳୀ ହୋଇଯିବ । ନଚେତ କୌଣସି ସମୟରେ ବି ମନୁଷ୍ୟ ଦୁ-ର୍ଘଟଣାର ଶିକାର ହୋଇପାରେ । ଆଉ ଯାହାକୁ ଟାଳିବା ମଧ୍ୟ ଗୋଟିଏ ପ୍ରକାର ଅସମ୍ଭବ ଅଟେ ।

ପ୍ରାୟତଃ ସୋସିଆଲ ମିଡିଆରେ ସମୟ ସମୟରେ ଅନେକ ସଡ଼କ ଦୁର୍ଘଟଣାର ଲାଇଭ ଭିଡ଼ିଓ ଭାଇରଲ ହୋଇଥାଏ । ତେବେ ବର୍ତ୍ତମାନ ସମୟରେ ମଧ୍ୟ ଏକ ଲାଇଭ ସଡ଼କ ଦୁର୍ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁଠି ଜଣେ ମହିଳାଙ୍କର ସ୍କୁଟି ଏକ ଘାଟୀ ରାସ୍ତାରେ ଦୁ-ର୍ଘଟଣାର ଶିକାର ହୋଇଛନ୍ତି । ତେବେ ଏହି ଘଟଣାର ଲାଇଭ ଭିଡ଼ିଓ କିଛି ଲୋକଙ୍କ ଫୋନରେ ରେକର୍ଡ଼ ହୋଇ ଯାଇଥିଲା । ସୂଚନା ଅନୁଯାୟୀ ଏହି ଘଟଣା ଗଞ୍ଜାମ ଜିଲ୍ଲା ଚିକିଟି ବାଲକୁମାରି ଘାଟୀର ଅଟେ । ଯେଉଁଠି ଦୁର୍ଘଟଣା ସମୟର ଲାଇଭ ଭିଡ଼ିଓ ମଧ୍ୟ ଭାଇରଲ ହେବାରେ ଲାଗିଛି ।

ଘଟଣା ଏହା ଥିଲା ଯେ କିଛି ଲୋକ ସେହି ଘାଟୀ ରାସ୍ତା ଦେଇ ଯାଉଥିବା ସମୟରେ ସେଠାରେ ସକାଳ ଦୃଶ୍ୟକୁ ନିଜ ଫୋନରେ ରେକର୍ଡ କରୁଥିଲେ । ସେହି ସମୟରେ ଏହିପରି ଏକ ଘଟଣା ଘଟି ଯାଇଥିଲା । ପଛରୁ ଜଣେ ମହିଳା ଗାଡ଼ିକୁ କ୍ଷିପ୍ର ଗତିରେ ଆଣି ଘାଟୀ ପାଖରେ ଥିବା ଡିଭାଇଡରରେ ବାଡେଇ ହୋଇଥିଲେ । ଗାଡ଼ିଟି ରାସ୍ତାରେ ପଡ଼ି ଯାଇଥିବା ବେଳେ ମହିଳା ଜଣକ ରାସ୍ତା ଆରପଟକୁ ଥିବା ଘାଟୀକୁ ଗଳି ପଡ଼ିଥିଲେ । ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ ମହିଳା ଜଣକ । ନୂଆ ଗାଡ଼ି ଚାଳନା ଶିଖୁଥିବାରୁ ଏମିତି ହୋଇଥିବା ସୂଚନା ମିଳିଛି ।

ତେବେ ଏହି ଦୁ-ର୍ଘଟଣାରେ ମହିଳାଙ୍କର ବିଶେଷ କିଛି ହୋଇ ନଥିଲା । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଯାଇ ମହିଳାଙ୍କୁ ଘାଟୀରୁ ଉଦ୍ଧାର କରିଥିଲେ । ଏହି ଘଟଣାର ଲାଇଭ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି ଯାହାକି କହିବାକୁ ଗଲେ ଅତ୍ୟନ୍ତ ଭୟଙ୍କର ମଧ୍ୟ । ଭାଗ୍ୟ ବଶତଃ ଘାଟୀ ଏତେ ଗଭୀର ବି ନଥିଲା । ତେବେ ଆମେ କହି ରଖିବୁ ଯେ ଗାଡ଼ି ଚାଳନା କିମ୍ବା ଅନ୍ୟ ବାହନ ଡ୍ରାଇଭରେ କୁଶଳୀ ହେବା ପରେ ହିଁ ଲୋକେ ରାସ୍ତାକୁ ଗାଡ଼ି ନେଇ ଆସିବା ଉଚିତ । ନଚେତ ଅକାରଣେ ମୂଲ୍ୟବାନ ଜୀବନ ମଧ୍ୟ ବାଜି ଲାଗିପାରେ ।

Leave a Reply

Your email address will not be published. Required fields are marked *