ଅର୍ଚ୍ଚନା ନାଗଙ୍କୁ ବଡ ଝଟକା , ସରକାରୀ ଅଫିସର ତାଙ୍କ ଘରର କଲେ ମାପଚୁପ

ଅନେକ ଦିନ ହୋଇ ଗଲାଣି ତଥାପି ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ଆଉ ତାଙ୍କ ସ୍ଵାମୀ ଜଗବନ୍ଧୁ ଜେଲର ଚାରି କାନ୍ଥ ମଧ୍ୟରୁ ବାହାରକୁ ବାହାରି ପାରୁ ନାହାଁନ୍ତି । ବର୍ତ୍ତମାନ ମଧ୍ୟ ସେମାନେ ଜେଲ ଭିତରେ ରହି ବାହାରକୁ ବାହାରିବା ପାଇଁ ବାଟ ଖୋଜୁଛନ୍ତି । କିନ୍ତୁ ସେମାନଙ୍କର କିଛି ଯୋଜନା ମଧ୍ୟ କାର୍ଯ୍ୟକାରୀ ହୋଇ ପାରୁ ନାହିଁ । ଆଉ କେତେ ଦିନ ସେମାନଙ୍କୁ ସେହି ଜେଲ ଭିତରେ ରହିବାକୁ ପଡ଼ିବ , ସେ କଥା କେହି ଜାଣି ନାହାଁନ୍ତି । କିଛି ଦିନ ପୂର୍ବରୁ ଅର୍ଚ୍ଚନା ନାଗଙ୍କୁ ଜେରା କରିବା ପାଇଁ ଇଡି କାର୍ଯ୍ୟାଳୟ ଦୌଡ଼ିବାକୁ ପଡ଼ିଥିଲା ଆଉ ଯେଉଁଥିପାଇଁ ଇଡି ତାଙ୍କୁ ରିମାଣ୍ଡରେ ମଧ୍ୟ ନେଇଥିଲା କିନ୍ତୁ ଶେଷରେ ଫଳ କିଛି ମିଳି ପାରିଲା ନାହିଁ ।

ଇଡି କଣ ଆଉ କେଉଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅର୍ଚ୍ଚନା ନାଗ ଠାରୁ ବାହାର କରିଛି , ସେ କଥା କହିବା କଷ୍ଟକର । କାହିଁକି ନା ଇଡି ବର୍ତ୍ତମାନ ସେ ଉପରେ କିଛି ଆଲୋକପାତ କରି ନାହିଁ ଆଉ ଇଡି ଗୋଟିଏ କଥା କହିବାରେ ଲାଗିଛି କି , ତଦନ୍ତ ଜାରି ରହିଛି । ତେବେ ବର୍ତ୍ତମାନ ସମୟରେ ଏପରି ଏକ ନୂଆ କଥା ସାମ୍ନାକୁ ଆସିଛି , ଯାହା ବିଷୟରେ ଜାଣିବା ନିହାତି ଦରକାର ।

ତେବେ ସୂଚନା ଅନୁଯାୟୀ , ଇଡି ବର୍ତ୍ତମାନ କେତେକ ସରକାରୀ ଅଫିସର ତଥା ଅମିନ ସହିତ ମିଶି ଅର୍ଚ୍ଚନା ନାଗଙ୍କ ଘରର ମାପଚୁପ ରେ ସହାୟତା କରିଛି । ଏହା ବ୍ୟତୀତ ଅର୍ଚ୍ଚନା ନାଗଙ୍କ ଘରେ କେତେ ଟଙ୍କା ଲାଗିଛି , ତାହାର ମଧ୍ୟ ତଦନ୍ତ କରିବାରେ ଲାଗିଛି । ସରକାରୀ ଅଫିସର ବର୍ତ୍ତମାନ ସବୁ ଦିଗ ଉପରେ ଧ୍ୟାନ ଦେଉଛନ୍ତି।

ତେଣୁ ଗତକାଲି ସତ୍ୟନଗର ସ୍ଥିତ ଅର୍ଚ୍ଚନା ନାଗଙ୍କ ବିଳାସପୂର୍ଣ୍ଣ ଘର ଉପରେ ଇଡି ଚଢାଉ କରିଥିଲା ଆଉ ସେଠାରେ କାମ କରିଥିଲା । ତେବେ ଅର୍ଚ୍ଚନା ନାଗଙ୍କ ଘର ବିକ୍ରି ହେବ ନାହିଁ ବୋଲି ଶୁଣିବାକୁ ମିଳିଛି । କିନ୍ତୁ ଏହା ପଛର କାରଣ କଣ , ସେ ବିଷୟରେ ସ୍ପଷ୍ଟ ହୋଇ ପାରି ନାହିଁ । ତେବେ ବର୍ତ୍ତମାନ ସମୟରେ ଆଗାମୀ ୧୩ ତାରିଖ ଯାଏଁ ଅପେକ୍ଷା କରି ସମସ୍ତେ ରହିଛନ୍ତି ।

କାହିଁକି ନା ସେଦିନ ଶୁଣାଣି ହେବ , ଆଉ ସେହି ଦିନ ହିଁ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିବ । ଏହା ଭିତରେ ଅର୍ଚ୍ଚନା ନାଗ କେବେ ଜେଲରୁ ମୁକୁଳିବେ ସେ ବିଷୟରେ କିଛି ଶୁଣିବାକୁ ମିଳି ନାହିଁ। ଆହୁରି କେତେ ଦିନ ସେମାନଙ୍କୁ ଏପରି ଦିନ ଦେଖିବାକୁ ମିଳିବ , ସେ କଥା ସମୟ କହିପାରିବ ।

ତେବେ ଏହାରି ଭିତରେ ଆପଣ ସମସ୍ତେ ଜାଣିଥିବେ ଯେ , ଅର୍ଚ୍ଚନା ନାଗ ଲେଡୀ ବ୍ଲାକମେଲର ତଥା ବ୍ଲାକମେଲ କୁଇନ ଭାବରେ ଜଣାଶୁଣା । ବଡ ବଡ ଲୋକଙ୍କୁ ନିଜ ଜାଲରେ ଫସାଇ ଦେଉଥିଲେ ଅର୍ଚ୍ଚନା ନାଗ ଆଉ ତାଙ୍କ ସହିତ ସମ୍ପର୍କ ରଖି ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ । ଆଉ ସେହିପରି ଭାବରେ ନିଜର ଅପରାଧର ସାମ୍ରାଜ୍ୟ ଗଢିଥିଲେ ଅର୍ଚ୍ଚନା ନାଗ । ତେବେ ଏଥିରେ କେବଳ ସେ ନୁହେଁ , ତାଙ୍କ ସହିତ ତାଙ୍କ ସ୍ଵାମୀ ମଧ୍ୟ ଅନ୍ତର୍ଭୁକ୍ତ ରହିଥିଲେ । ଆଉ ଦୁହେଁ ସେହି ଟଙ୍କାରେ ନିଜର ବିଳାସପୂର୍ଣ୍ଣ ଜୀବନ ବଞ୍ଚିବା ସହିତ ଦାମୀ ଦାମୀ ଗାଡ଼ି , ଦାମୀ ଜିନିଷ ଘରେ ରଖିଥିଲେ । ତେବେ ବର୍ତ୍ତମାନ ଦୁହିଁଙ୍କ କଳା କାରନାମା ଧରା ପଡିଯାଇଛି ।

Leave a Reply

Your email address will not be published. Required fields are marked *