ଶାରୀରିକ ସମ୍ପର୍କ ବେଳେ ଦେଖି ନଥିଲା ଜାତି । ଆଉ ଏବେ ସ୍ତ୍ରୀ ର ଅଧିକାର ଦାବି କରିବାରୁ ଛୋଟ ଜାତି କହି ଛାଡ଼ିଦେଲା ସ୍ୱାମୀ:-

ଜାତିଆନା ଭେଦଭାବ ଆଜିବି ଅନେକ ଲୋକଙ୍କ ଚିନ୍ତାଧାରା ଉପରେ ପ୍ରଭାବୀ ରହିଛି । ମାନବିକତା ଆଗରେ ଲୋକେ ଜାତିକୁ ରଖିଛନ୍ତି । କିନ୍ତୁ ଲୋକର ଆବଶ୍ୟକତା ପଡ଼ିଲେ ଲୋକେ ଆଉ ଜାତି ଦେଖନ୍ତି ନାହିଁ ବରଂ ଅନ୍ୟର ସରଳତାର ଫାଇଦା ଉଠାଇବାରେ ଲାଗି ପଡ଼ନ୍ତି । ବର୍ତ୍ତମାନର ଆଧୁନିକ ସମାଜରେ ଯୁବପିଢ଼ି ହୁଅନ୍ତୁ କିମ୍ବା ବୟସ୍କ ଲୋକ ହୁଅନ୍ତୁ , ନିଜର ଫାଇଦା ସମୟରେ ଜାତି ଦେଖନ୍ତି ନାହିଁ , ବରଂ ଯେତେବେଳେ ସମାଜ ଏବଂ ସମାଜର ଲୋକଙ୍କ କଥା ଆସେ ସେତେବେଳେ ବିନା କୌଣସି ସମୟ ନଷ୍ଟରେ ଜାତିଆନା ଭେଦଭାବକୁ ପ୍ରଶ୍ରୟ ଦିଅନ୍ତି । ଯାହାଦ୍ୱାରା ଅଧିକାଂଶ ସମ୍ପର୍କ ଭାଙ୍ଗିଯାଏ ଏବଂ ଅନେକ ନିରୀହ ଯୁବକ ଯୁବତୀ ପୀଡ଼ିତ ହୁଅନ୍ତି ।

ବର୍ତ୍ତମାନ ସମୟରେ ଏମିତି ଜଣେ ନିରୀହ ମହିଳାଙ୍କ ଦୁଃଖଦ କରୁଣ କାହାଣୀ ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ବି ଦୁଃଖରେ ବିହ୍ଵଳିତ ହୋଇଯିବେ । ତେବେ ଗଣମାଧ୍ୟମ ସାମ୍ନାରେ ଜଣେ ମହିଳା ଦୁଃଖଦ ସ୍ୱରରେ କହିଛନ୍ତି ଯେ , ସେ ଛୋଟ ଜାତି ହୋଇଥିବାରୁ କିପରି ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ପଳାଇ ଯାଇଛନ୍ତି । ସେ ପୁଣି କେଉଁ ଯୌତୁକ ପାଇଁ ନୁହେଁ ଆଜ୍ଞା , ବରଂ ଜାତି ପାଇଁ । ମହିଳା ଜଣକ ଛୋଟ ଜାତି ହୋଇଥିବାରୁ ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ପଳାଇ ଯାଇଛନ୍ତି । ଯାହା ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । ମାତ୍ର ଆଜିବି ଅନେକ ଲୋକ ଏପରି ଅଛନ୍ତି ଯେଉଁ ମାନଙ୍କ ମଧ୍ୟରେ ଜାତିଆନା ଭେଦଭାବ ସେମିତି ବଜାୟ ରହିଛି ।

ସୂଚନା ଅନୁଯାୟୀ ସୁନିତା ବେହେରା ନାମକ ଜଣେ ମହିଳା ଏମିତି କିଛି ନିଜ ସ୍ୱାମୀ ନାମରେ କହିଛନ୍ତି । ତାଙ୍କର ପ୍ରେମ ବିବାହ ଥିଲା । ସ୍ୱାମୀ ସେତେବେଳେ ଆଉ ଜାତିଆନା ଭେଦଭାବ ଦେଖୁ ନଥିଲେ , ବରଂ ଦେଖୁଥିଲେ ଯୁବତୀଙ୍କ ଦେହ । ଶାରୀରିକ ସମ୍ପର୍କ ରଖିଲେ । ମାତ୍ର ବିବାହ କରିବାର କୌଣସି ଯୋଜନା ବୋଧହୁଏ ନଥିଲା । ମାତ୍ର ଯୁବତୀ ଅନୁରୋଧ କରିବାରୁ ସେ ବିବାହତ କଲେ କିନ୍ତୁ ଶାଶୁ ଘର ଲୋକେ ନିଚ୍ଚ ଜାତି କହି ଆଉ ଘରେ ପୁରେଇ ଦେଲେନି । ଯେଉଁ କାରଣରୁ ଉଭୟେ ଏକ ଭଡ଼ା ଘରେ ସୁଖର ସଂସାର କରିବାକୁ ଚିନ୍ତା କଲେ । ସୁନିତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ।

ଯେତେବେଳେ ସୁନିତା ଦ୍ଵିତୀୟ ଥର ପାଇଁ ଗର୍ଭବତୀ ହେଲେ ସେତେବେଳେ ତାଙ୍କ ସ୍ୱାମୀଙ୍କ ଅସଲ ଚେହେରା ସାମ୍ନାକୁ ଆସିଥିଲା । ସୁନିତାଙ୍କୁ ଶାରୀରିକ ନିର୍ଯାତନା ଦେବା ସହିତ ଅନ୍ୟ ଯୁବତୀ ସହିତ ରାତି ରାତି ଗପୁଥିଲେ ସ୍ୱାମୀ । ସୁନିତା ଯେତେବେଳେ ନଅ ମାସର ଗର୍ଭବତୀ ସେତେବେଳେ ସ୍ୱାମୀ ତାଙ୍କୁ ନିଚ୍ଚ ଜାତି କହି ପୁରୀ ଯିବେ କହି ତାଙ୍କୁ ଛାଡ଼ି ଚାଲି ଯାଇଥିଲେ ଏବଂ ଅନ୍ୟ ଜଣେ ପ୍ରେମିକା ସହିତ ବର୍ତ୍ତମାନ ଭୁବନେଶ୍ୱରର ବାଣୀବିହାରରେ ରହୁଥିବା ଶୁଣିବାକୁ ମିଳିଛି । ଦୀର୍ଘ ତିନି ବର୍ଷ ଚେଷ୍ଟା , ଅପେକ୍ଷା ଏବଂ ପୋଲିସ କେସ ପରେ ବି ତାଙ୍କ ସ୍ୱାମୀ ଫେରି ନାହାଁନ୍ତି । ଏକୁଟିଆ ଦୁଇ ପିଲାଙ୍କୁ ପାଳିବା ମଧ୍ୟ ତାଙ୍କ ପକ୍ଷେ କଷ୍ଟକର ହେଉଛି , ଯାହାକୁ ସେ ସମ୍ପୂର୍ଣ୍ଣ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ।

Leave a Reply

Your email address will not be published. Required fields are marked *