ସମସ୍ତଙ୍କର ପସନ୍ଦ Parle-G, କଣ ଆପଣ ଜାଣିଛନ୍ତି G ର ଅର୍ଥ ? ୯୦ ପ୍ରତିଶତ ଲୋକେ ଉତ୍ତର ଦେବାରେ ଅସଫଳ, ଯଦି ଜାଣି ନାହାଁନ୍ତି ତେବେ ଏବେ ହିଁ ଜାଣନ୍ତୁ।

ଆଜିର ସମୟରେ ମାର୍କେଟକୁ ବିଭିନ୍ନ ପ୍ରକାର ବିସ୍କୁଟ ଆସି ସାରିଲାଣି। କିନ୍ତୁ ସବୁ ବିସ୍କୁଟ ଠାରୁ Parle-G ଏକ ନିଆରା ବିସ୍କୁଟ ଅଟେ। କାରଣ ଏହି ବିସ୍କୁଟ ସମସ୍ତଙ୍କ ପିଲା ବେଳର କଥା ମନେ ପକେଇ ଦେଇଥାଏ। ତେବେ ୯୦ ଦଶକରେ ଜନ୍ମ ହୋଇଥିବା ଏପରି କେହି ଲୋକ ନାହାଁନ୍ତି ଯିଏକି ପାର୍ଲେଜି ଖାଇ ନଥିବ। ଏହି ବିସ୍କୁଟର ସ୍ୱାଦ ସମସ୍ତଙ୍କ ହୃଦୟ ସ୍ପର୍ଶ କରି ଦେଇଛି। ତେବେ ଆଜି ଆମେ ଆପଣଙ୍କୁ ଏହି ବିସ୍କୁଟ ସହ ଜଡିତ ଏକ ରହସ୍ୟ ଜନକ କଥା କହିବାକୁ ଯାଉଛୁ। ତେବେ ତାହା ହେଉଛି ଏହି ବିସ୍କୁଟରେ ‘ଜି’ କଣ ପାଇଁ ଲାଗିଥାଏ।

Parle-G ରେ ଜି ର ଅର୍ଥ genius ନୁହେଁ।

ତେବେ ଆପଣଙ୍କ ମଧ୍ୟରୁ ସମସ୍ତଙ୍କୁ ଲାଗୁଥିବା କି G ର ଅର୍ଥ genius ଅଟେ। କିନ୍ତୁ ଆମେ ଆପଣଙ୍କୁ କହି ରଖୁଛୁ ଯେ G ର ଅର୍ଥ genius ନୁହେଁ। ତେବେ ଜି ର ଅର୍ଥ ଜାଣିବାକୁ ହେଲେ ପ୍ରଥମେ ଆପଣଙ୍କୁ ଏହି ବିସ୍କୁଟର ଇତିହାସ ଜାଣିବାକୁ ପଡିବ। ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ପାର୍ଲେଜି ବିସ୍କୁଟ ସ୍ୱାଧୀନତା ପୂର୍ବରୁ ଅର୍ଥାତ ୧୯୨୮ ମସିହାରୁ ଏହି କମ୍ପାନୀ ବିସ୍କୁଟ ଉତ୍ପାଦନ କରିବା ଆରମ୍ଭ କରିଥିଲା। ତେବେ ସେହି ସମୟରେ ଏହି ବିସ୍କୁଟର ନାମ ପାର୍ଲେ ଗ୍ଲୋକୋ ଥିଲା। ପ୍ରଥମରୁ ହିଁ ଗ୍ଲୋକୋ ନାମରେ ବିସ୍କୁଟକୁ ବିକ୍ରି କରିବା ପ୍ରକ୍ରିୟା ଆରମ୍ଭ କରାଗଲା।

୧୯୮୦ ମସିହାରେ ଗ୍ଲୋକୋ ବିସ୍କୁଟ ନାମ ପରିବର୍ତ୍ତନ କରାଯାଇ Parle G ରଖାଗଲା।

ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଦେଶ ସ୍ଵାଧୀନ ହେବା ପରେ ଏହି ବିସ୍କୁଟ କମ୍ପାନୀ ବନ୍ଦ ହୋଇଗଲା। ତେବେ ଏହା ପଛରେ କାରଣ ହେଉଛି ବିସ୍କୁଟ ଉତ୍ପାଦନ କରିବାର ମୁଖ୍ୟ ଉତ୍ସ ହେଉଛି ଗହମ। ତେବେ ସ୍ୱାଧୀନତା ହାସଲ ପରେ ଶସ୍ୟର ଅଭାବ ଦେଖିବାକୁ ମିଳିଲା। କିନ୍ତୁ ପରବର୍ତ୍ତୀ ସମୟରେ ବିସ୍କୁଟ କମ୍ପାନୀ ଉତ୍ପାଦନ ଆରମ୍ଭ କରିବା ପାଇଁ ବାହାରିଲା ସେତେବେଳେ ମାର୍କେଟକୁ ବ୍ରିଟାନିଆ ଭଳି କମ୍ପାନୀ ପ୍ରତିଯୋଗିତାକୁ ଓହ୍ଲେଇ ଆସିଥିଲା।

ସୂଚନା ଅନୁଯାୟୀ, ବ୍ରିଟାନିଆ କମ୍ପାନୀ ସେତେବେଳେ ଗ୍ଲୁକୋଜ ଡି (Glucose-D) ବିସ୍କୁଟ ଉତ୍ପାଦନ କରୁଥିଲା। ତେବେ ଏହି ସମୟରେ ୧୯୮୦ ମସିହାରେ ପାର୍ଲେ ଜି ନିଜର ନାମ ପରିବର୍ତ୍ତନ କଲା। କାରଣ ପାର୍ଲେଜି ମଧ୍ୟ ଗ୍ଲୋକୋ ନାମରେ ପ୍ରଥମେ ବିସ୍କୁଟ ଉତ୍ପାଦନ କରୁଥିଲା। ତେବେ ନାମକୁ ନେଇ ଲୋକଙ୍କ ଭିତରେ ବିଭ୍ରାନ୍ତ ସୃଷ୍ଟି ନ ହେବା ପାଇଁ ନାମ ପରିବର୍ତ୍ତନ କଲା।

ତେବେ ଏହି ଜି ର ଅର୍ଥ ହେଉଛି ଗ୍ଲୁକୋଜ (Glucose) ଅଟେ। ତେବେ ଏହି ନାମ ମାର୍କେଟରେ ଏତେ ନାମ କମେଇଲା ଯେ ପାଞ୍ଚ ଦଶକ ବିତି ଯାଇଥିଲେ ମଧ୍ୟ ଏହାର କମାଲ ଏବେବି ରହିଛି। ବିଶେଷ କଥା ହେଉଛି କମ୍ପାନୀ ୨୦୦୦ ମସିହାରେ G ର ଅର୍ଥ genius କହି ପ୍ରମୋଟ କରିଥିଲା। କିନ୍ତୁ ବାସ୍ତବରେ ପାର୍ଲେଜିର ଅର୍ଥ ଗ୍ଲୁକୋଜ ହିଁ ଅଟେ।

Leave a Reply

Your email address will not be published. Required fields are marked *