ଓଲିଉଡ ଅଭିନେତାଙ୍କ M Suman ନାମରେ ସଙ୍ଗୀନ ଅଭିଯୋଗ, ଲିଭିନି ରେ ରହି ସବୁ କଲେ ହେଲେ ଏବେ….

ଓଲିଉଡର ହ୍ୟାଣ୍ଡସମ ହିରୋଙ୍କ ନାମରେ ଆସିଛି ସଙ୍ଗୀନ ଅଭି-ଯୋଗ । ଅଭି-ଯୋଗର କାରଣ ହେଉଛି ପ୍ରମିକାଙ୍କୁ ପ୍ରତାରଣା । ଯାହାକୁ ନେଇ ପ୍ରେମିକା ଥାନାରେ ଲିଖିତ ଅଭି-ଯୋଗ ଆଣିଛନ୍ତି । ତେବେ ବର୍ତ୍ତମାନର ସୂଚନା ଅନୁଯାୟୀ ଅଭିନେତା ଏମ ସୁମନ କୁମାରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ ବର୍ତ୍ତମାନ ସମୟରେ ଓଲିଉଡରେ ଏହି ମାମଲା ବେଶ ଚର୍ଚ୍ଚା ସୃଷ୍ଟି କରିଛି ।

ଓଲିଉଡ ଅଭିନେତା ଏମ ସୁମନ କୁମାରଙ୍କ କ୍ୟାରିଅର ସମ୍ବନ୍ଧରେ କହିବାକୁ ଗଲେ ସେ ଅନେକ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତେବେ ସୂଚନା ଅନୁଯାୟୀ ସେ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଏମିତି ଦୁଇ ଦିନିଆ ପ୍ରେମ ନୁହେଁ ବରଂ ଦୁଇ ବର୍ଷ ହେବ ଦୁହେଁ ପ୍ରେମ ସମ୍ପର୍କରେ ରହିଥିଲେ । ଖାଲି ଯେ ପ୍ରେମ ସମ୍ପର୍କରେ ଥିଲେ ତାହା ନୁହେଁ ବରଂ ଦୁହେଁ ଲିଭ ଇନ ରିଲେଶନଶିପରେ ମଧ୍ୟ ରହୁଥିଲେ ।

ଉଭୟେ ଭୁବନେଶ୍ୱର ଉପକଣ୍ଠ ହଂସପାଳରେ ଏକ ଘର ଭଡ଼ା ନେଇ ସେଠାରେ ରହୁଥିଲେ । ବେଶ ଭଲ ଭାବରେ ଉଭୟଙ୍କ ସମ୍ପର୍କ ରହିଥିଲା । କିନ୍ତୁ ବର୍ତ୍ତମାନ ଯୁବତୀ ଜଣକ ଏମ ସୁମନ କୁମାରଙ୍କ ଉପରେ ପ୍ରତାରଣା ଅଭିଯୋଗ ଆଣିଛନ୍ତି । ଯାହା ଅନୁଯାୟୀ ସେ କହିଛନ୍ତି ଯେ ସୁମନ କୁମାର ତାଙ୍କ ସହ ପ୍ରତାରଣା କରିଛନ୍ତି ଏବଂ ଆଉ ଭଡ଼ା ଘରକୁ ଆସୁ ନାହାଁନ୍ତି । ଏମିତିକି ସେ ଅନ୍ୟ ଯୁବତୀ ସହିତ ସମ୍ପର୍କ ରଖିଥିବା ମଧ୍ୟ କହିଛନ୍ତି ।

ଏହାତ ବର୍ତ୍ତମାନ କଥା । ତେବେ ପୂର୍ବରୁ ମଧ୍ୟ ସୁମନ କୁମାର ଅନେକ ଯୁବତୀଙ୍କ ସହିତ ସମ୍ପର୍କରେ ଥିବା ନେଇ ଯୁବତୀ କହିଛନ୍ତି । କିନ୍ତୁ ଅତୀତ ଭାବି ସେ ତାଙ୍କ ସହିତ ସମ୍ପର୍କରେ ରହିଥିବା କହିଛନ୍ତି । କିନ୍ତୁ ବର୍ତ୍ତମାନ ସୁମନ କୁମାର ତାଙ୍କୁ ଧୋକା ଦେଇଛନ୍ତି ଏବଂ ବିବାହ କରିବେ ନାହିଁ ବୋଲି ରୋକଠୋକ ମନା କରିଛନ୍ତି । ଯାହାକୁ ନେଇ ଯୁବତୀ ପାହାଳ ଥାନାରେ ସୁମନ କୁମାରଙ୍କ ନାମରେ ଅଭିଯୋଗ ଆଣିଛନ୍ତି ।

ଏହା ପରେ ବି ଉଭୟଙ୍କ ପରିବାର ଲୋକେ ଦୁହିଁଙ୍କ ସମ୍ପର୍କ ସମ୍ବନ୍ଧରେ ଜାଣିଥିଲେ ଏମିତିକି ନଭେମ୍ବରରେ ବିବାହ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲେ । କିନ୍ତୁ ତଥାପି ଯୁବତୀଙ୍କ ସହିତ ପ୍ରତାରଣା କରିଥିଲେ । ତେଣୁ ବର୍ତ୍ତମାନ ପାହାଳ ଥାନା ପୋଲିସ ଲିଖିତ ଅଭିଯୋଗର ଆଧାରରେ ସୁମନ କୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *