ଦୁଇ ଛୁଆଙ୍କୁ ଠେଲି ନିଜେ ଟ୍ରେନ ରୁ ଡେଇଁ ପଡ଼ିଲେ ମା :- ଦେଖନ୍ତୁ ଭିଡିଓ

କୌଣସି ବି ଯାନବାହନ ଚଳାଇବା କିମ୍ବା ସେଥିରେ ଯାତ୍ରା କରିବା ସମୟରେ ସାବଧାନତା ଅବଲମ୍ବନ କରିବା ନିତାନ୍ତ ଜରୁରୀ ହୋଇଥାଏ । ଆଉ ଦେଖିବାକୁ ଗଲେ ବର୍ତ୍ତମାନ ସମୟରେ ସଡ଼କ ଦୁର୍ଘ-ଟଣା ହାର ବୃଦ୍ଧି ହେବାରେ ଲାଗିଛି । ତାର ପ୍ରଥମ କାରଣ ହେଉଛି ବେପାରୁଆ ଗାଡ଼ି ଚାଳନା ଏବଂ ଦ୍ୱିତୀୟ କାରଣ ହେଉଛି ଯାତ୍ରୀଙ୍କ ଅସାବଧାନତା । ତେବେ ଏହି ଅସାବଧାନତା କାରଣରୁ ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏକ ସିସିଟିଭି ରେକର୍ଡ଼ିଂ ବିଷୟରେ କହିବୁ ଯେଉଁଠି ଜଣେ ମହିଳା ଟ୍ରେନରୁ ଡେଇଁ ପଡ଼ିଛନ୍ତି । ତେବେ ଘଟଣା ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ତେବେ ବର୍ତ୍ତମାନ ସମୟରେ ଭାଇରଲ ହେଉଥିବା ଏହି ଭିଡ଼ିଓରେ ଆପଣ ମାନେ ଦେଖି ପାରିବେ ଯେ ଜଣେ ବ୍ୟକ୍ତି ନିଜର ସ୍ତ୍ରୀ ଏବଂ ଦୁଇ ପିଲାଙ୍କ ସହ ପ୍ଲାଟଫର୍ମ ଆସନ୍ତି । ଆଉ ପ୍ଲାଟଫର୍ମକୁ ଆସିଥିବା ଜୟପୁର ଓ ନାଗପୁର ଟ୍ରେନକୁ ଭୁଲ ବଶତଃ ନିଜର ଦୁଇ ଛୁଆଙ୍କ ସହ ଉଠି ଯାଇଛନ୍ତି । କିନ୍ତୁ କିଛିବି ଭାବିବା ଆଗରୁ ଟ୍ରେନ ଚାଲିବା ଆରମ୍ଭ କରିଛି । ଯାହାଦ୍ୱାରା ମହିଳା ଜଣକ ବ୍ୟସ୍ତ ହୋଇ ଟ୍ରେନରୁ ଓଲ୍ହାଇବାକୁ ଚେଷ୍ଟା କରିଛନ୍ତି ।

ଏହି ସମୟରେ ମହିଳା ଜଣକ ନିଜର ଦୁଇ ଛୁଆଙ୍କୁ ପ୍ରଥମେ ଟ୍ରେନରୁ ଠେଲି ଦେଇଛନ୍ତି ଏବଂ ପରେ ନିଜେ ଟ୍ରେନରୁ ଡେଇଁ ପଡ଼ିଛନ୍ତି । ଆଉ ଯେଉଁ ଦୃଶ୍ୟରୁ ଏହା ଜଣା ପଡ଼ୁଛି ଯେ ଆଉ ମାତ୍ର ଟିକିଏ ବିଳମ୍ବ ହୋଇଥିଲେ ମହିଳାଙ୍କ ଜୀବନ ଟ୍ରେନ ଲାଇନରେ ଚାଲି ଯାଇଥାନ୍ତା । କିନ୍ତୁ ସୌଭାଗ୍ୟ ବଶତଃ ସେଠାରେ ଉପସ୍ଥିତ ଥିବା ଜଣେ ଆରପିଏଫ ଯବାନ ମୁକେଶ କୁଶବାହ ଦୁଇ ପିଲାଙ୍କୁ ଉଠାଇ ପୁଣି ମହିଳାଙ୍କୁ ମଧ୍ୟ ଠିକ ସମୟରେ ବଞ୍ଚାଇ ଦେଇଛନ୍ତି । ଯାହାଦ୍ୱାରା ତିନୋଟି ଜୀବନ ବଞ୍ଚି ଯାଇଛି ।

ତେବେ ମହିଳା ଡେଇଁବାର କାରଣ ଏହା ଯେ ସେ ଭୁଲରେ ଅନ୍ୟ ଟ୍ରେନକୁ ଚଢ଼ି ଯାଇଥିଲେ । ଆଉ ଜାଣିବା ପରେ ବ୍ୟସ୍ତ ହୋଇ ଟ୍ରେନରୁ ଡେଇଁ ପଡ଼ିଥିଲେ । ଯାହା କରିବା ଉଚିତ ନଥିଲା । ତେବେ ଆରପିଏଫ ଯବାନ ମୁକେଶ କୁସବାହଙ୍କର ଏପରି କାର୍ଯ୍ୟ ଦେଖି ଲୋକେ ଖୁବ ପ୍ରଶଂସା କରିଛନ୍ତି । ଆଉ ପ୍ଲାଟଫର୍ମର ସିସିଟିଭିରେ ରେକର୍ଡ଼ ହୋଇଥିବା ଏହି ଭୟଙ୍କର ଘଟଣାର ଭିଜୁଆଲ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

Leave a Reply

Your email address will not be published. Required fields are marked *