ଦୁଇ ଯୁବତୀଙ୍କୁ ପ୍ରେମ କଲେ ଯୁବକ ଏବଂ ଶେଷରେ ଦୁହିଁଙ୍କୁ ହିଁ ବିବାହ କଲେ , ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ :-

କୁହାଯାଏ ଯେ ପ୍ରେମ ବୟସ, ଜାତି ଏବଂ ରଙ୍ଗ ମାନେ ନାହିଁ । ତେବେ ଆମେ କହିବୁ ଯେ ପ୍ରେମରେ କିଛିବି ହୋଇପାରେ ଏମିତିକି ଜଣେ ବ୍ୟକ୍ତିଙ୍କର ଦୁଇଟି ସ୍ତ୍ରୀ ମଧ୍ୟ ହୋଇପାରେ । ହୋଇପାରେ ବର୍ତ୍ତମାନ ସମୟରେ ଦେଶର ଆଇନ ଅନୁଯାୟୀ ଏହା ଠିକ ନୁହେଁ । ମାତ୍ର ପ୍ରେମ କରୁଛନ୍ତି ଦୁଇ ଜଣଙ୍କୁ , ଜଣଙ୍କୁ ବିବାହ କରି ଅନ୍ୟ ଜଣକୁ ଧୋକା ଦେଇ ପାରିବେ ନାହିଁ । କାରଣ ହେଉଛି ସେ ଦୁଇ ଜଣଙ୍କୁ ହିଁ ଭଲ ପାଉଛନ୍ତି ଏବଂ ଦୁହିଁଙ୍କ ବିନା ରହିପାରିବେ ନାହିଁ ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଘଟଣା ବେଶ ଭାଇରଲ ହେଉଛି । ଯେଉଁ ଘଟଣା ଅନୁଯାୟୀ ଜଣେ ଯୁବକ ଦୁଇ ଜଣ ଯୁବତୀଙ୍କୁ ବିବାହ କରିଛନ୍ତି । ତାହା ପୁଣି ପ୍ରେମ ବିବାହ । ସୂଚନା ଅନୁଯାୟୀ ଏହି ଘଟଣା ଝାଡ଼ଖଣ୍ଡର ଲୁହାଦାଗା ଅଞ୍ଚଳର ବଣ୍ଡା ଗ୍ରାମର ଅଟେ । ଘଟଣା ଅନୁଯାୟୀ କୁସୁମ ଲାକ୍ରା ଏବଂ ଶ୍ବାତି କୁମାରୀଙ୍କୁ ବଣ୍ଡା ଗ୍ରାମର ସନ୍ଦୀପ ନାମକ ଜଣେ ଯୁବକ ପ୍ରେମ ବିବାହ କରିଛନ୍ତି ତାହା ପୁଣି ପୁରା ପଞ୍ଚାୟତ ସାମ୍ନାରେ । ଆଉ ଏହି ଘଟଣା ଆଇନ ବିରୋଧୀ ହୋଇଥିଲେ ବି ସମସ୍ତେ ଗ୍ରହଣ କରିଛନ୍ତି । କାହିଁକି ନା ଦୁଇ ଯୁବତୀଙ୍କ ଇଜ୍ଜତ ବଞ୍ଚି ଯାଇଛି ।

ସୂଚନା ଅନୁଯାୟୀ ସନ୍ଦୀପ ଏବଂ କୁସୁମ ଗତ ୩ ବର୍ଷ ହେବ ଲିଭଇନରେ ରହୁଥିଲେ । ସେମାନଙ୍କର ଗୋଟିଏ ସନ୍ତାନ ମଧ୍ୟ ଅଛି । ମାତ୍ର ବର୍ଷେ ପୂର୍ବରୁ ସନ୍ଦୀପ ଏକ ଇଟା ଭାଟିରେ କାମ କରିବା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ ଯେଉଁଠି ଶ୍ବାତି କୁମାରୀ ନାମକ ଜଣେ ଯୁବତୀଙ୍କ ସହିତ ସାକ୍ଷାତ ହୋଇଥିଲା । ଦୁହିଁଙ୍କ ମିଳାମିଶା ଏତେ ଅଧିକ ହୋଇଥିଲା ଯେ ଦୁହେଁ ପ୍ରେମ ସମ୍ବନ୍ଧରେ ରହିଲେ । ପରେ ସନ୍ଦୀପ ଶ୍ବାତିଙ୍କୁ ନେଇ ଗାଁକୁ ଚାଲି ଆସିଲେ । ମାତ୍ର ପୂର୍ବ ପ୍ରେମିକା ଏବଂ ତାଙ୍କ ପରିବାର ଲୋକେ ସନ୍ଦୀପଙ୍କୁ ବିରୋଧ କଲେ । ଯାହାଦ୍ୱାରା ଗାଁରେ ପଞ୍ଚାୟତ ମଧ୍ୟ ବସିଲା ।

ସନ୍ଦୀପ ଉଭୟ ଯୁବତୀଙ୍କୁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ତାଙ୍କ ଅନୁଯାୟୀ ସେ ଉଭୟଙ୍କୁ ହିଁ ଭଲ ପାଉଛନ୍ତି ଏବଂ ଉଭୟଙ୍କ ବିନା ରହି ପାରିବେ ନାହିଁ । ତେଣୁ ପଞ୍ଚାୟତର ଉପସ୍ଥିତି ଏବଂ ଗାଁ ଲୋକଙ୍କ ସମ୍ମୁଖରେ ହିଁ ସନ୍ଦୀପ ଦୁଇ ଯୁବତୀଙ୍କୁ ବିବାହ କରିଛନ୍ତି । ଦୁହିଁଙ୍କୁ ବିବାହ କରିବା ବେଆଇନ ହୋଇପାରେ ମାତ୍ର ମଣିଷ ହିସାବରେ ଯେହେତୁ ଦୁହିଁଙ୍କୁ ଭଲ ପାଉଥିଲେ ତେଣୁ ଦୁହିଁଙ୍କୁ ସ୍ତ୍ରୀ ର ଅଧିକାର ଦେଇଛନ୍ତି ସନ୍ଦୀପ ।

Leave a Reply

Your email address will not be published. Required fields are marked *