ଦୁଃଖ ପରିବାର ଉପରେ ବୋଝ ସାଜିଛି, ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀଣା ଭାଇ ଭଉଣୀ…ଘରେ ଚୁଳା ଜଳିବାକୁ ନାହିଁ….

ବିଛଣାରେ ଶଯ୍ୟାଶାୟୀ ଭାଇ ଓ ଭଉଣୀ ଚିକିତ୍ସା ପାଇଁ ଅର୍ଥସାଜିଛି ବାଧକ।ଅସହ୍ୟ ଯତ୍ନଣା ସାଙ୍ଗକୁ ଅର୍ଥର ଅଭାବ ସତେ ଯେପରି ଘରର ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଯତ୍ନଣା ସହି ନପାରି କେବେ କେବେ ଚିକିତ୍ସା ପାଇଁ ମନ ବଳାନ୍ତି ଭାଇ ଭଉଣୀ ହେଲେ ଅର୍ଥର ଅଭାବ ସାମ୍ନାକୁ ଆସିଲେ ସେହି ଯତ୍ନଣା କୁ ଆଖି ବୁଝି ସହିଯାଇଥାନ୍ତି।

ପ୍ରଶାସନକୁ ଗୁହାରି କରି କରି ଥକି ଗଲେଣି ପରିବାର ଲୋକେ କହିବେ କାହାକୁ ଆଉ ଏହି ଗରିବ ଲୋକଙ୍କ କଥା ଶୁଣିବ ବା କିଏ ଭାଗ୍ୟକୁ ଆଦରି ଭଗବାନଙ୍କୁ ଡାକି ଖାଲି ଯାହା ରୋଗ ଯନ୍ତ୍ରଣାରେ ଛଟପଟ ହୁଅନ୍ତି ପରିବାର ଲୋକେ। ଦିନ ଥିଲା ପରିବାର ବେଶ ହସ ଖୁସିରେ ଫାଟି ପଡୁଥିଲା ଅର୍ଥର ଅଭାବ ଥିଲେ ବି ତାହା ବେସି କଷ୍ଟ ଦେଇନଥିଲା। ହେଲେ ଏକା ସାଙ୍ଗେ ଘରର ଦୁଇ ଜଣଙ୍କୁ ରୋଗ ଗ୍ରାସ କରିବା ସତେ ଯେପରି ପରିବାରକୁ ଅସହ୍ୟ ଯତ୍ନଣା ଦେଉଛି।

ଯେତେବେଳେ ଘରର ଦୁଇ ଦୁଇ ଜଣ ରୋଗାଗ୍ରସ୍ତ ହୋଇ ପଡିରହିଛନ୍ତି ସେତେବେଳେ କିପରି ବା ଘରର ଚୁଲି ଚଳିବ। ଦିନେ ଖାଇଲେ ଦୁଇ ଦିନ ଉପାସ ଭୋକରେ କାଟି ଦେଉଛନ୍ତି ପରିବାର ଲୋକେ।ଆଉ ଏପଟେ ଘରର ଆର୍ଥକ ଅବସ୍ଥା ସେତେ ଭଲ ନଥିବାରୁ ଚିକିତ୍ସା ଅଭାବରୁ ରୋଗ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ନିମାପଡା ବ୍ଳକ ତୁଳସୀ ପୁର ପଞ୍ଚାୟତ ଦଣ୍ଡିକିରା ଗ୍ରାମରେ।

ଏହି ଗ୍ରାମର ବସବାସ କରନ୍ତି ଦିଲ୍ଲୀପ ମଲ୍ଲିକ ଓ ତାଙ୍କ ପରିବାର ଲୋକେ। ପରିବାରର ଆର୍ଥିକ ଅବସ୍ଥା ସେତେଟା ଭଲ ନଥିଲେ ବି ଯାହା ଯେମିତି ରୋଜଗାର କରନ୍ତି ସେତିକିରେ ପରିବାର ବେଶ ହସ ଖୁସିରେ ଚାଲିଯାଆନ୍ତି। ଅର୍ଥର ଅଭାବ ବି ଦିନ ଥିଲା ସେମାନଙ୍କ ଉପରେ କୌଣସି ବିଶେଷ ପ୍ରଭାବ ପକାଇ ପାରୁନଥିଲା। କାରଣ ପରିବାରରେ ଥିଲା ଶାନ୍ତି ସମସ୍ତଙ୍କର ସମସ୍ତଙ୍କ ସହିତ ଅନାବିଳ ନିବିଡ଼ ସମ୍ପର୍କ।

ହେଲେ କେଉଁଠି ଥିଲା କେଜାଣି ଏ ରୋଗ ହଟାତ ପରିବାର ଉପରକୁ ବୋଝ ଭଳି ଚାଲି ଆସିଲା। ଆଉ କେଉଁ ଡାହାଣୀର ନଜର ଲାଗି ଗଲା ପରି ପରିବାର ହସ,ଖୁସି, ଶାନ୍ତି,ଭଲପାଇବା ଛଡାଇ ନେଇଗଲା ଆଉ ଖାଲି ଯାହା ଦେଇଗଲା ଦୁଃଖ ଉପରେ ଦୁଃଖ। ବନ୍ଧୁଗଣ ଏମାନଙ୍କ କାହାଣୀ ଶୁଣିଲେ ଆଖିର ଲୁହ ବନ୍ଧ ବାଡ଼ ନମାନି ଖସି ଆସିଯିବ। ହଁ ଆଜ୍ଞା ପରିବାରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ ଏହି ଦିଲ୍ଲୀପ ଯିଏ ଏବେ ବିଛଣାରେ ରୋଗାକ୍ରାନ୍ତ ହୋଇ ବସିରହିଛନ୍ତି।

ଦିଲ୍ଲୀପ କଲିକତାରେ ରହି କାର୍ଯ୍ୟକରୁଥିବା ବେଳେ ପରିବାର ବେଶ ଖୁସିରେ ଚାଲିଯାଉଥିଲା ମାତ୍ର ହଟାତ ଦିଲ୍ଲୀପଙ୍କ ଶରୀର ଅସୁସ୍ଥ ହେବାରୁ ସେ କଲିକତା ରୁ ନିଜ ଗ୍ରାମକୁ ଫେରି ଆସିଥିଲେ। ଆଉ ପାଖରେ ଯାହା ଯେତିକି ସଞ୍ଚିତ ଅର୍ଥ ଥିଲା ତାହା ସବୁ ଚିକିତ୍ସା ରେ ସରିଗଲା। ଏପରିକି ଦିଲ୍ଲୀପଙ୍କ ସ୍ତ୍ରୀ ମଧ୍ୟ ଧାରା କରଜ କରି ସବୁ ଅର୍ଥ ଆଣି ଦିଲ୍ଲୀପଙ୍କ ସ୍ୱାସ୍ଥ୍ୟ ରେ ଖର୍ଚ୍ଚ କରିଦେଲେ। ହେଲେ ବି ଅଧିକ ଚିକିତ୍ସା ପାଇଁ ଏବେ ଦିଲ୍ଲୀପଙ୍କ ପରିବାର ପାଖରେ ଅର୍ଥ ନାହିଁ।

ଡାକ୍ତରଙ୍କ କହିବା ମୁତାବକ ଦିଲ୍ଲୀପ କିଡ୍ନୀ ଓ ଲିଭର ରୋଗର ଆକ୍ରାନ୍ତ ହୋଇଛନ୍ତି ତେଣୁ ଦିଲ୍ଲୀପଙ୍କୁ ଚିକିତ୍ସା ଦରକାର ସେଥିପାଇଁ ତାଙ୍କୁ ତିନି ମାସ ଔଷଧ ଖାଇବାର ଆବଶ୍ୟକତା ରହିଛି। ମାତ୍ର ଯେତେବେଳେ ତାଙ୍କ ପତ୍ନୀ ଙ୍କ ପାଖରେ ଔଷଧ କିଣିବାକୁ ପଇସା ନାହିଁ ସେ ଦିଲ୍ଲୀପଙ୍କୁ କିପରି ଔଷଧ ଆଣି ଦେଇ ପାରିବେ। ତେଣୁ ପରିବାର ଲୋକେ ଦିଲ୍ଲୀପଙ୍କ ତିନି ମାସର ଔଷଧ କିଣିବାରେ ଅକ୍ଷମ ଏନେଇ ପ୍ରଶାସନର ସାହାଯ୍ୟ ଲୋଡିଥିଲେ ହେଲେ ଏହି ଗରିବ ଅସହାୟ ପରିବାରର ଗୁହାରି କେହି ହେଲେ ସୁଦ୍ଧା ଶୁଣିଲେ ନାହିଁ।

ସେପଟେ ଔଷଧ ନଖାଇବା ଯୋଗୁ ଦିଲ୍ଲୀପଙ୍କ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି।ଆଉ ଦିଲ୍ଲୀପଙ୍କ ଘରର ଆର୍ଥିକ ପରିସ୍ଥିତି ଯୋଗୁ ଛୋଟ ପୁଅ ଝିଅଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହେବାକୁ ବସିଲାଣି। ତେଣୁ ଦିଲ୍ଲୀପଙ୍କ ପରିବାର ଲୋକେ ଗୁହାରି କରିଛନ୍ତି କି ଯଦି ସରକାର କିମ୍ବା ଜିଲ୍ଲା ପ୍ରଶାସନ ଦିଲ୍ଲୀପଙ୍କ ପରିବାରକୁ ସହାୟତାର ହାତ ବଢାନ୍ତି ତେବେ ଦିଲ୍ଲୀପ ରୋଗରୁ ମୁକ୍ତି ପାଇବା ସହିତ ପରିବାର ଶାନ୍ତିରେ ନିଶ୍ୱାସ ମାରନ୍ତେ।

Leave a Reply

Your email address will not be published. Required fields are marked *