ବାଲି ଖାଇବା ପାଲଟିଛି ନିଶା , ଦୀର୍ଘ ୪୦ ବର୍ଷ ଧରି ବାଲି ଖାଉଛନ୍ତି ବୃଦ୍ଧ

ସମସ୍ତଙ୍କର ଭିନ୍ନ ଭିନ୍ନ ଜିନିଷ ପ୍ରିୟ ରହିଥାଏ । ଆଉ ସମସ୍ତଙ୍କର ପସନ୍ଦ ଆଉ ନା ପସନ୍ଦ ମଧ୍ୟ ରହିଥାଏ । କାହାକୁ ଆମିଷ ଖାଇବାକୁ ଭଲ ଲାଗିଥାଏ ତ ଆଉ କାହାକୁ ନିରାମିଷ । ତେବେ ସମସ୍ତଙ୍କର ପସନ୍ଦ ଅଲଗା ରହିଥାଏ । ତେବେ ଆପଣ ମାନେ ଜାଣିଥିବେ କି ମଝିରେ ମଝିରେ ଏଭଳି ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଯାହାକୁ ଦେଖିବା ପରେ ବାସ୍ତବରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଲାଗିଥାଏ । ଲୋକେ ନିଜ ମନ ଇଚ୍ଛା ଖାଦ୍ୟ ବ୍ୟତୀତ ପ୍ରକୃତିରେ ମିଳୁଥିବା ଜିନିଷ ଗୁଡିକୁ ସେବନ କରିବାରେ ଲାଗିଥାନ୍ତି ।

ତେବେ ବର୍ତ୍ତମାନ ସମୟରେ ଏଭଳି ଏକ କଥା ସାମ୍ନାକୁ ଆସିଛି । ବ୍ୟକ୍ତି ଜଣଙ୍କୁ ବାଲି ଖାଇବାକୁ ବହୁତ ଭଲ ଲାଗିଥାଏ । ବାଲି ବିନା ଜୀବନ ଅଧୁରା । ଆଉ ବାଲି ନ ଖାଇଲେ ତାଙ୍କ ଦେହ ଭଲ ଲାଗେନାହିଁ । ତେବେ ବ୍ୟକ୍ତି ଜଣକ ହେଉଛନ୍ତି ଉତ୍ତରପ୍ରଦେଶର ଆଉ ତାଙ୍କ ନାମ ହେଉଛି ହରିଲାଲ ସକ୍ସେନା ଆଉ ବୟସ ୭୨ । ଦୀର୍ଘ ୩୫ ରୁ ୪୦ ବର୍ଷ ଧରି ସେ ଏଭଳି ବାଲି ଖାଇ ଆସୁଛନ୍ତି ।

ଆଉ ବର୍ତ୍ତମାନ ତାହା ଅଭ୍ୟାସରେ ପାଲଟି ଗଲାଣି । ବାଲି ନ ଖାଇଲେ ତାଙ୍କୁ ଭଲ ମଧ୍ୟ ଲାଗୁନାହିଁ । ତେବେ ଏ ବିଷୟରେ ତାଙ୍କୁ ପଚରା ଯିବାରୁ ସେ କହିଥିଲେ କି ଆପଣ ମାନେ ଯେମିତି ମସଲା ଖାଇବାକୁ ଭଲ ପାଇଥାନ୍ତି , ତାଙ୍କୁ ମଧ୍ୟ ସେମିତି ବାଲି ଖାଇବାକୁ ଭଲ ଲାଗିଥାଏ ।

ବୟସର ଅପରାହ୍ନରେ ପହଞ୍ଚି ଗଲେଣି ସେ , ତଥାପି ବାଲି ଖାଇବାକୁ ଭଲ ପାଉଛନ୍ତି । ଆଉ ବାଲି ନ ଖାଇଲେ ତାଙ୍କ ଦେହ ଭିତରୁ ଭଲ ଲାଗେନାହିଁ , ଦୁର୍ବଳ ଅନୁଭବ ହୋଇଥାଏ । ତେବେ ଏ ବିଷୟରେ ମନ୍ତବ୍ୟ ଦେଇଛନ୍ତି ଗ୍ରାମ ମୁଖିଆ । ସେ କହିଛନ୍ତି ଯେ ହରିଲାଲ ବର୍ଷକୁ ଗଞ୍ଜାମ ଆସିଥାନ୍ତି । ଆଉ ତାଙ୍କୁ ଏଭଳି ଦେଖି ଆସିଛନ୍ତି । ବାଲି ଖାଇବାକୁ ସେ ବହୁତ ଭଲ ପାଆନ୍ତି ଆଉ ଯଦି ବାଲି ନ ମିଳେ , ତେବେ ସେ ନିକଟସ୍ଥ ପାହାଡ଼ କିମ୍ବା ସମୁଦ୍ର ପାଖକୁ ଯାଇ ବାଲି ଆଣି ଖାଇଥାନ୍ତି । ବାସ୍ତବରେ ଏଭଳି ଗୁଣ ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଅଟେ ।

Leave a Reply

Your email address will not be published. Required fields are marked *