ଏଭଳି ଭିଡିଓ ଆପଣଙ୍କ ହୋସ ଉଡ଼ାଇ ଦେବ, ହସି ହସି ହୋଇଯିବେ ବେଦମ

ଆଜିର ବ୍ୟସ୍ତ ବହୁଳ ଜୀବନରେ କେହି ବି ଶାନ୍ତିରେ ବସି ଉଠି ପାରୁ ନାହାଁନ୍ତି । ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ରହି ଯାଉଛନ୍ତି । ତେଣୁ ହସିବା ଲୋକମାନେ ଭୁଲି ଯାଉଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଘଟଣା ବିଷୟ ରେ କହିବାକୁ ଯାଉଛୁ , ଯାହାକୁ ଦେଖିବା ପରେ ଆପଣ ହସି ହସି ଗଡି ଯିବେ ।

ଆପଣ ସମସ୍ତେ ରଣବିର ସିଂଙ୍କର ଗୋଟିଏ ଫିଲ୍ମ ଦେଖିଥିବେ, ଯେଉଁଥିରେ ସେ ଗାମୁଛା ଖୋଲି ନାଚୁଥିବେ । ତେବେ ଏହାକୁ ଜଣେ ବ୍ୟକ୍ତି କରୁଥିଲେ ଆଉ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତେ । କିନ୍ତୁ ମଜାର କଥା ଏହା ଯେ, ଏହି ଭିଡିଓ କରୁଥିବା ବେଳେ ତାଙ୍କ ଭାଇ ସେଠାକୁ ଚାଲି ଆସିଲା ଆଉ ବ୍ୟକ୍ତି ଜଣକ ଗାମୁଛା ଘୋଡ଼ି ହୋଇ ପଡିଲେ ।

ଗୋଟିଏ ସ୍ଥାନରେ ମ୍ୟୁଜିକ ଚେୟାରରେ ମହିଳା ଜଣକ ଏପରି ମ୍ୟୁଜିକ୍ ଚେୟାର ଖେଳିଲେ, ଯାହାକୁ ଦେଖି ସମସ୍ତେ ହସି ହସି ଗଡ଼ିଗଲେ । ମ୍ୟୁଜିକ ଚେୟାର ଖେଳିବା ସମୟରେ ମହିଳା ଜଣକ ଚେୟାର ଉପରକୁ ଡିଆଁ ମାରି ବସି ପଡ଼ିଲେ ଆଉ ଚେୟାର ଭାଙ୍ଗି ଗଲା ।

ରାଜସ୍ଥାନର ଗୋଟିଏ ଜାଗାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କ ପାଇଁ ରାଲି କରା ଯାଉଥିବା ବେଳେ ଜଣେ ବ୍ୟକ୍ତି ଏପରି କିଛି କହିଦେଲେ , ଯାହା ପାଇଁ ସେଠାରେ ସମସ୍ତେ ହସିବାକୁ ଲାଗିଲେ । ସେ ରାଲୀ ମଝିରେ ଅଶୋକ ଗେହଲେଟ ଆଇ ଲଭ୍ ୟୁ ବୋଲି କହିଦେଲେ ।

ଭାରତୀୟ ବିବାହରେ ନିଶ୍ଚିତ ଭାବରେ କିଛି ନା କିଛି ଡ୍ରାମା ଦେଖିବାକୁ ମିଳିଥାଏ । ତେବେ ଏକ ବିବାହରେ ଏପରି କିଛି ମଜାଦାୟକ ଦୃଶ୍ୟ ଦେଖିବାକୁ ମିଳିଥିଲା । ବର କନ୍ୟାଙ୍କ ହାତରେ ଜଣେ ବ୍ୟକ୍ତିଙ୍କୁ କ୍ଷୀର ଢ଼ାଳିବାର ଥିଲା କିନ୍ତୁ ସେ ତାଙ୍କ ମୁଣ୍ଡ ଉପରେ ଢାଳି ଦେଲେ ।

ଆଉ ଏକ ମଜାଦାୟକ ଖବର ହେଉଛି , ଜଣେ ବ୍ୟକ୍ତି ଗରମରୁ ରକ୍ଷା ପାଇବା ପାଇଁ ନିଜ ଗାଡ଼ି ଉପରେ ଏକ ପବନ ଚକ୍ର ଲଗାଇଛନ୍ତି , ଯାହା ଫଳରେ ଗାଡ଼ି ଭିତରେ ଥଣ୍ଡା ଲାଗୁଛି ।

ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା , ଯାହା ଆପଣଙ୍କ ହୋସ ଉଡ଼ାଇ ଦେବ । ଆପଣ ହସି ହସି ଗଡିଯିବେ । ଆଜିକାଲିର ଛାତ୍ର ମାନେ ସ୍କୁଲକୁ ପାଠ ପଢ଼ିବାକୁ ଯାଉ ନାହାଁନ୍ତି । ମଜା କରିବାକୁ ଯାଉଛନ୍ତି । ଜଣେ ଛାତ୍ର ନିଜ ଶିକ୍ଷୟିତ୍ରୀଙ୍କ ସହ ଏପରି ନାଚିବାକୁ ଲାଗିଲା ଯେ , ସେଠାରେ ଉପସ୍ଥିତ ଥିବା ସମସ୍ତେ ପେଟରେ ହାତ ଦେଇ ହସିବାକୁ ଲାଗିଲେ ।

Leave a Reply

Your email address will not be published. Required fields are marked *