ଏହି ସ୍ତ୍ରୀଙ୍କୁ ଦେଖିଲେ ଆଖିରେ ଲୁହ ଆସିଯିବ , ଶଯ୍ୟାଶାୟୀ ସ୍ତ୍ରୀଙ୍କ ପାଇଁ ଟଙ୍କା ଭିକ୍ଷା ମାଗୁଛନ୍ତି ସ୍ୱାମୀ.. ଦେଖନ୍ତୁ ଭିଡିଓ

ପ୍ରେମ ଏଭଳି ଏକ ଜିନିଷ ଜାହାକୁହୋଇଥାଏ ସେ ହିଁ ଜାଣି ପାରିଥାଏ ଏହାର ପ୍ରକୃତ ଅର୍ଥ କଣ । ପ୍ରେମ ପାଇଁ ସବୁକିଛି କରିବା ପାଇଁ ରାଜି ହୋଇଯାଏ ମଣିଷ । ଆଉ ଏବେ ଏହାର ଉଦାହରଣ ସାଜିଛନ୍ତି ତୁଷାର ଏବଂ ନିରୁପମା । ଦୁଇ ପ୍ରେମ ପକ୍ଷୀ ଏକାଠି ବୁଲୁଥିଲେ ଆଉ ଏକାଠି ହସଖୁସିର ସଂସାର କରିଥିଲେ । ଦୁହେଁ ଦୁହିଁଙ୍କୁ ଗୋଟିଏ ମୁହୂର୍ତ୍ତ ନ ଦେଖିଲେ ବ୍ୟସ୍ତ ହୋଇ ପଡୁଥିଲେ । କାହିଁକିନା ଦୁହେଁ ସାତ ଜନ୍ମର ସାଥି ହୋଇ ରହିବେ ବୋଲି ପରସ୍ପରକୁ କଥା ଦେଇଥିଲେ କିନ୍ତୁ କିଏ ବା ଜାଣିଥିଲା ତାଙ୍କର ଏହି ସୁଖର ସଂସାର ଦିନେ ଭାଙ୍ଗି ଯିବ ।

ତେବେ ଘଟଣାଟି ଅନୁଗୁଳ ତାଳଚେରର ଦମ୍ପତି ତୁଷାର ଏବଂ ଅନୁପମାଙ୍କର ଅଟେ । ତିନି ବର୍ଷ ପୂର୍ବରୁ ଦୁଇ ପ୍ରେମୀଯୁଗଳ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତୁଷାର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ଆଉ ସେଥିରେ ହସ ଖୁସିରେ ତାଙ୍କ ପରିବାର ଚଳି ଯାଉଥିଲା । ଅନ୍ୟପକ୍ଷରେ ଆର ବର୍ଷ ତାଙ୍କ ପରିବାରକୁ ଆଉ ଏକ ଖୁସି ଆସିଥିଲା ଆଉ ତାହା ହେଉଛି ସେମାନେ ପିତାମାତା ହୋଇ ଯାଇଥିଲେ । ତେବେ ଏହା ମଧ୍ୟରେ ପରିବାର ହସଖୁସିରେ ଫାଟି ପଡୁଥିଲା । କିନ୍ତୁ ହଠାତ ତାର ଗୋଟିଏ ଦିନ ପରେ ହଠାତ ବେହୋସ ହୋଇ ଯାଇଥିଲେ ନିରୁପମା ଆଉ ତାପରେ ପ୍ରଥମେ ଅନୁଗୁଳ ଡାକ୍ତରଖାନା ଆଉ ତାପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରା ଯାଇଥିଲା ।

କିନ୍ତୁ ଏଠାରେ ଡାକ୍ତର ତାଙ୍କୁ ବ୍ରେନ ଷ୍ଟ୍ରୋକରେ ପୀଡିତ ଅଛନ୍ତି ବୋଲି କହିଥିଲେ । ଏହି କଥା ଶୁଣି ତୁଷାରଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଏହାପରେ ସେ ତାଙ୍କର ସମସ୍ତ ଉପାର୍ଜିତ ଟଙ୍କାକୁ ସ୍ତ୍ରୀର ଚିକିତ୍ସାରେ ଲଗାଇ ଦେଇଥିଲେ । କିନ୍ତୁ ଏବେ ତାଙ୍କ ପାଖରେ ଆଉ ସମ୍ବଳ ନାହିଁ । ସେଥିପାଇଁ ସେ ସାରା ଓଡ଼ିଶା ବାସୀଙ୍କୁ ସାହାଯ୍ୟ ପାଇଁ ହାତ ଯୋଡି ଭିକ୍ଷା ମାଗିଛନ୍ତି । ତେଣୁ ଯଥାସମ୍ଭବ ସମସ୍ତେ ତୁଷାରଙ୍କୁ ସାହାଯ୍ୟ କରିବାପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କର ଛୋଟିଆ ସାହାଯ୍ୟ ସେହି ଦମ୍ପତିଙ୍କ ଜୀବନରେ ଖୁସି ଫେରାଇ ଆଣିବ । ଅନ୍ୟପକ୍ଷରେ ତୁଷାର ଅତୀତର ସେହି ସ୍ମୃତି ଗୁଡିକୁ ଦେଖାଇ ସ୍ତ୍ରୀଙ୍କୁ ଖୁସି କରାଇବା ପାଇଁ ଚେଷ୍ଟା କରୁଛନ୍ତି ।

ସେ କେବେ ମଧ୍ୟ ତାଙ୍କ ପ୍ରେମକୁ ହରାଇବାକୁ ଚାହୁଁ ନାହାଁନ୍ତି । ନିଜ ମନର କୋହକୁ ମନ ଭିତରେ ଚାପି ରଖି ସେ ଖୁସି ଅଛନ୍ତି ବୋଲି ସମସ୍ତଙ୍କୁ କହୁଛନ୍ତି କିନ୍ତୁ ବାସ୍ତବରେ ଦୁଃଖ କଣ ସେ ଜାଣିଛନ୍ତି । ଟିକିଏ ଟିକିଏ କଥାରେ ଆଖିରେ ଲୁହ ଆସିଯାଉଛି ତୁଷାରଙ୍କର । ଅନ୍ୟପକ୍ଷରେ ନିରୁପମାଙ୍କର ଯନ୍ତ୍ର ନେଉଥିବା ମହିଳା ଜଣକ କହିଛନ୍ତି ସେ ନିରୁପମାଙ୍କୁ ଭଉଣୀ ଭାବରେ ଦେଖିଥାନ୍ତି । ତାଙ୍କର ସମସ୍ତ କାମ କରିବାପାଇଁ ସେ ସବୁବେଳେ ପ୍ରସ୍ତୁତ ଥାଆନ୍ତି । ତେବେ ବର୍ତ୍ତମାନ ସମୟରେ ଭଗବାନଙ୍କ ନିକଟରେ ଆମର ଏତିକି ପ୍ରାର୍ଥନା ନିରୁପମା ଭଲ ହୋଇଯାଆନ୍ତୁ । ଆଉ ପୁଣିଥରେ ପ୍ରେମପକ୍ଷୀଙ୍କର ଘର ସଂସାର ଖୁସିରେ ଭରପୁର ହୋଇଯାଉ ।

Leave a Reply

Your email address will not be published. Required fields are marked *