ପ୍ରେମ ନାମରେ କଳଙ୍କ :- ପ୍ରେମିକ ପାଲଟି ଗଲା ଶତ୍ରୁ, ବିବାହ କରିବା ଡାକି ହତ୍ୟା କରିବା ପାଇଁ ଉଦ୍ୟମ କଲା ପ୍ରେମିକ : ଦେଖନ୍ତୁ ଭିଡିଓ

ପ୍ରେମ କେତେବେଳେ କେଉଁ ସମୟରେ ହେବ ତାହା କହି ହେବ ନାହିଁ। ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାର କୌଣସି ପବିତ୍ରତା ନାହିଁ। ଏହା ବର୍ତ୍ତମାନର ଯୁବପିଢ଼ି ଙ୍କ ପାଇଁ ଏକ ସାଧାରଣ କଥା ଅଟେ। ଅନେକ କୁନି କୁନି ପିଲା ପ୍ରେମ କରୁଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ଆଜିର ଯୁବପିଢ଼ି ମାନେ ପ୍ରେମରେ ପଡିବା ପରେ ନିଜର ହିତାହିତ ଜ୍ଞାନ ହରେଇ ବସୁଛନ୍ତି। କେବଳ ସେତିକି ନୁହେଁ ନିଜ ଉପରୁ ନିୟନ୍ତ୍ରଣ ହରାଇ ଶାରୀ-ରିକ ସ-ମ୍ପ-ର୍କ ମଧ୍ୟ ରଖୁଛନ୍ତି। ଶାରୀ-ରିକ ସମ୍ପର୍କ ରଖିବା ପରେ ପ୍ରେମିକା ଓ ପ୍ରେମିକ ମଧ୍ୟରୁ ଜଣଙ୍କର ମନ ବଦଳି ଯାଏ। ଦୁହେଁ ଦେଖି ଥିବା ବିବାହର ସ୍ୱପ୍ନ ଧୂଳି ସାତ ହୋଇଯାଏ। ଏହିଭଳି ଖବର ଅନେକ ସମୟରେ ଦେଖିବାକୁ ମିଳିଥାଏ।

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋକା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବିଷ ଦେଇ ବିଶ୍ୱାସ ଘାତକ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। ଯାହାକି ପ୍ରେମ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳେ। ବିବାହର ପ୍ରତିଶ୍ରୁତି ଦେଇ କେହି କେହି ଦୁ-ଷ୍କ-ର୍ମ କରି ଛାଡି ଦିଅନ୍ତି ଆଉ କିଛି ହ-ତ୍ୟା କରିବା ପାଇଁ ମଧ୍ୟ ପଛନ୍ତି ନାହିଁ। ତେବେ ଏହିଭଳି ଏକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି।

ଯୁବକ ଜଣକ କାନ୍ଦି କାନ୍ଦି ଯୁବତୀଙ୍କୁ ନିଜ ପ୍ରେମରେ ଫସେଇ ଥିଲେ। ବିବାହର ପ୍ରତିଶ୍ରୁତି ଦେଇ ଶାରୀ-ରିକ ସ-ମ୍ପ-ର୍କ ରଖିବା ପରେ ହ-ତ୍ୟା କରିବା ପାଇଁ ପ୍ରେମିକ ଉଦ୍ୟମ କରିଥିଲା। ତେବେ ଏହି ଘଟଣା କେନ୍ଦ୍ରାପଡା ଜିଲ୍ଲାର ଗୋକୁଆ ଗ୍ରାମରେ ଘଟିଛି। ତେବେ ଛଅ ବର୍ଷର ସଂପର୍କ କୁ ମାରି ଦେବାକୁ ଚେଷ୍ଟା କରିଥିଲା ପ୍ରେମିକ। ପ୍ରେମିକା ଗୁଣ୍ଡା ଙ୍କ କବଳରୁ ଖସି ଆସି ତନ୍ତିଆପାଳ ଥାନା ରେ ଅଭିଯୋଗ କରିଥିଲେ।

ପୀଡିତା ଯୁବତୀଙ୍କ କହିବାନୁଯାୟୀ, ନିଜ ଗ୍ରାମ ଗୋକୁଆର ଯୁବକ ଭାସ୍କର ମଲ୍ଲିକଙ୍କୁ ପ୍ରେମ କରୁଥିଲେ। ତେବେ ଦୀର୍ଘ ଛଅ ବର୍ଷର ଥିଲା ତାଙ୍କର ଏହି ପ୍ରେମ ସମ୍ପର୍କ। ଯୁବତୀ ଜଣକ ଦିଲ୍ଲୀରେ ଏକ ବିୟୁଟି ପାଲରରେ କାମ କରୁଥିଲେ। ଦୁହିଁଙ୍କ ମଧ୍ୟରେ ଦୂରତା ଥିଲେ ମଧ୍ୟ ପ୍ରତିଦିନ ଭିଡ଼ିଓ କଲ୍ ଜରିଆରେ କଥା ହେଉଥିଲେ। ତେବେ ଯୁବତୀ ଜଣକ ଯେଉଁ ଦିନ ଘରକୁ ଫେରିଲେ ସେଦିନ ଯୁବକ ତାଙ୍କୁ ସାଙ୍ଗରେ ଭୁବନେଶ୍ୱର ନେଇ ଆସିଥିଲେ ବୁଲିବା ପାଇଁ।

ଯୁବକ କରିଥିବା ଯୋଜନା ସହ ଚାଲୁ ଥିଲା ସମସ୍ତ କାମ। ଯୁବତୀଙ୍କ ସହ ପ୍ରେମିକ ଭାସ୍କର ପ୍ରଥମେ ଏକ ରୁମକୁ ନେଇ ଶାରୀ-ରିକ ସ-ମ୍ପ-ର୍କ ରଖିଲେ ଏବଂ ଏହାପରେ ଗୁଣ୍ଡା ଲଗେଇ ହ-ତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଯୁବତୀ ଜଣକ ଗୁଣ୍ଡାଙ୍କ କବଳରୁ ଖସି ଯାଇ ନିଜ ଭାଇଙ୍କୁ ଡ଼କାଇଥିଲେ ଏବଂ ତନ୍ତିଆପାଳ ଥାନା ରେ ଅଭିଯୋଗ କରିଥିଲେ ଏବଂ ନିଜ ଭାଇଙ୍କ ସହ ଗାଁ କୁ ଫେରି ଯାଇଥିଲେ। ବର୍ତ୍ତମାନ ପୋଲିସ ଏହାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଖୋଜୁଛି।

Leave a Reply

Your email address will not be published. Required fields are marked *