ଅଧା ବୁଢ଼ୀ ପ୍ରେମରେ ଉବୁଟୁବୁ ମୋ ସ୍ୱାମୀ..ଦୁହେଁ ମିଶି ଉଜାଡ଼ି ଦେଲେ ଦୁଇଟି ସଂସାର।

କି ଗଦ ସୁଂଘେଇଲା ସେ ଅଧା ବୁଢ଼ୀ କେଜାଣି ମୋ ଘର ସଂସାର ଉଜୁଡି ଗଲା। କେବଳ ମୋ ଘର ନୁହେଁ ସେ ଦରବୁଢ଼ୀର ଘର ବି ନିଜେ ସେ ହିଁ ଭା-ଙ୍ଗିଦେଲା। ଦୁହେଁ ମିଶି ସେ ଦରବୁଢ଼ୀର ସ୍ୱାମୀକୁ ବି ମା-ରିଦେଲେ। ସେ ସ୍ତ୍ରୀ ଲୋକ ଆଗରୁ କେତେ ସଂସାର ଉଜାଡ଼ି ଦେଇଥିଲା ଆଉ ଶେଷରେ ନିଜ ସଂସାର ସହ ମୋ ଖୁସିର ସଂସାରକୁ ଧ୍ୱଂ-ସ କରିଦେଲା। ଚାରୋଟି ଛୁଆର ମା ସହ ଗଢି ଉଠିଲା ମୋ ସ୍ୱାମୀଙ୍କର ପ୍ରେମ ସ-ମ୍ପର୍କ। କହିବାକୁ ଗଲେ ବୃଦ୍ଧ କାଳେ ବାଲ୍ୟ ଲୀଳା। ସେ ସ୍ତ୍ରୀର ମଧ୍ୟ ସ୍ୱାମୀ ଥିଲେ ଛୁଆ ପିଲା ଘର ସଂସାର ସବୁକିଛି ଥିଲା। ତାର ଲୋଲୁପ ଦୃଷ୍ଟି ମୋ ସ୍ୱାମୀ ଉପରେ ପଡ଼ିଲା ନାହିଁ ଯେ ମୋ ସୁଖ ସଂସାର ଉଜୁଡି ଗଲା।

ଦୋଷ ଦେବି କାହାର ମୋ ସ୍ୱାମୀକୁ ନା ସେ ସ୍ତ୍ରୀକୁ ନା ମୋ ଭାଗ୍ୟକୁ। ଭୁଲ ତ ସେ ଦୁହେଁ କଲେ ହେଲେ ଶାସ୍ତି ଆମେ ପାଇଲୁ ତାଙ୍କ ସ୍ୱାମୀଙ୍କ ଜୀବନ ଅକାଳରେ ଚାଲିଯାଇଥିବା ବେଳେ ମୁଁ ବଞ୍ଚିଥାଉ ଥାଉ ଏ କଷ୍ଟ ଯନ୍ତ୍ର-ଣାରେ ଅଧା ମ-ଲା ହୋଇ ଗଲିଣି। ଏ ଘଟଣା ହେଉଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଆଉ ଗଣ ମାଧ୍ୟମ ଆଗରେ ଅଭିଯୁକ୍ତ ଅସିତ ତ୍ରିପାଠୀଙ୍କର ସ୍ତ୍ରୀ ବନସ୍ମିତା ତ୍ରିପାଠୀ କା-ନ୍ଦି କା-ନ୍ଦି କହୁଛନ୍ତି।

ମୋତେ ଓ ମୋ ପିଲା ଛୁଆଙ୍କୁ ଛାଡି ଚାରୋଟି ଛୁଆର ମା ସହ ମୋ ସ୍ୱାମୀ ଲୀ-ଳା କରୁଛି। ମୋ ଛୁଆ କା-ନ୍ଦି କା-ନ୍ଦି ଯେତେବେଳେ ତା ବାପାଙ୍କୁ ଖୋଜୁଛି ସେତେବେଳେ ମୁ ତାକୁ କି ଉତ୍ତର ଦେବି କେମିତି କହିବି କି ତୋ ବାପା ଗୋଟେ ହ-ତ୍ୟାକା-ରୀ ବୋଲି। କେମିତି କହିବି ତୋ ବାପା ଆଉ ଏକ ଦରବୁଢ଼ୀ ପାଇଁ ଆମକୁ ଛାଡି ଚାଲିଯାଇଛି।

ଯେଉଁ ସ୍ୱାମୀ ଦିନେ ବିବାହ ବେଦି ଉପରେ ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ମୋ ହାତ ଧରିଥିଲା ଆଜି ସେହି ସ୍ୱାମୀ ଆଉ ଜଣଙ୍କ ସ୍ତ୍ରୀ ପାଇଁ ଆମକୁ ଅଧା ରାସ୍ତାରେ ଛାଡି ଚାଲିଗଲା। ଏ କଥା ଭାବିବା ବେଳକୁ ମୋ ଛାତି ଫା-ଟି ପଡୁଛି ଦୋ-ଷ କାହାକୁ ଦେବି ଭାବି ପାରୁନି ମୋ ନିଜ ହାତ ଭାଗା ଭାଗ୍ୟକୁ ନା ଆଉ କାହାକୁ।

ଏ ଘ-ଟଣା କେନ୍ଦ୍ରାପଡା ଜିଲ୍ଲାରେ ବେଶ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଦୁଇ ବିବାହିତା ପ୍ରେମିକ ପ୍ରେମିକାଙ୍କ ପାଇଁ ଉଜୁଡି ଯାଇଛି ଦୁଇ ଦୁଇଟି ପରିବାର। ଗୋଟେ ପଟେ ପ୍ରେମିକ ଜଣଙ୍କ ପ୍ରେମରେ ଅନ୍ଧ ହୋଇ ଜଣେ ବି ବିବାହିତା ମହିଳାଙ୍କ ସ୍ୱାମୀଙ୍କୁ ହ-ତ୍ୟା କରିଥିବା ବେଳେ ଅନ୍ୟପଟେ ସ୍ୱାମୀର ଚିତା ଜ-ଳୁଥିବା ବେଳେ ସ୍ତ୍ରୀ ପର ପୁରୁଷ ସାଥିରେ ବିଚ ରାସ୍ତାରେ ଫେ-ରାର ହୋଇଯାଇଥିଲା। ଏ ପଟେ ଏହି ଘଟ-ଣାକୁ ନେଇ ଲୋକେ ଛି ଛିକାର କରୁଥିବା ବେଳେ ବିବାହିତା ପୁରୁଷର ସ୍ତ୍ରୀ ଜଣଙ୍କ କହିଛନ୍ତି କି ମୋ ସଂସାର ଉଜୁଡି ଗଲା।

Leave a Reply

Your email address will not be published. Required fields are marked *