ମହିଳାଙ୍କ ଏଭଳି ଅଭିନୟ ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ ! ଦେହରେ ଳାଗିଛନ୍ତି ସନ୍ତୋଷୀ ମା…. ଦେଖନ୍ତୁ ଭିଡିଓ

ଯୁଗ ଏତେ ଆଗକୁ ଯିବା ପରେ ମଧ୍ୟ ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ରହିଛନ୍ତି । ଆଜିର ସମୟରେ ଏତେ ସୁଖ ସୁବିଧା ରହିବା ପରେ ମଧ୍ୟ ଲୋକେ ଅନ୍ଧବିଶ୍ୱାସକୁ ମାନିବା ଛାଡୁ ନାହାଁନ୍ତି । ଆଜି ମଧ୍ୟ ଲୋକେ ରୋଗବ୍ୟାଧି ହେଲେ ଗୁଣିଆକୁ ଦେଖାଉଛନ୍ତି , ଝ-ଡାଫୁ-ଙ୍କା କରାଉଛନ୍ତି । ଆଉ ଯେତେବେଳେ ପରିସ୍ଥିତି ଅତ୍ୟନ୍ତ ଅସମ୍ଭାଳ ହୋଇଯାଉଛି , ସେତେବେଳେ ଡାକ୍ତର ପାଖକୁ ଯାଉଛନ୍ତି । ତେବେ ଏଭଳି ପରିସ୍ଥିତିରେ କେତେକ ଲୋକ ବିନା ଦୋ-ଷରେ ପ୍ରା-ଣ ହରାଉଛନ୍ତି । ଆଜି ମଧ୍ୟ ଏଭଳି ସ୍ଥାନ ରହିଛି , ଯେଉଁଠି ଡାକ୍ତରଖାନାର ସମସ୍ତ ସୁବିଧା ପରେ ମଧ୍ୟ ସାପ କା-ମୁ-ଡ଼ିଲେ ଲୋକେ ଜଡ଼ିବୁଟି , ଭିନ୍ନ ଭିନ୍ନ ପତ୍ର ଛେଚି ଲଗାଉଛନ୍ତି ।

ତେବେ ଆହୁରିମଧ୍ୟ ଲୋକଙ୍କ ମନରେ ଧାରଣା ରହିଛି ଯେ , ଲୋକଙ୍କ ଦେହକୁ ଠାକୁର ଆସୁଛନ୍ତି ଆଉ ସେ ଯାହା କହୁଛନ୍ତି ତାହା ସଦାସର୍ବଦା ଠିକ୍ । ତେବେ ଆମେ କହୁନାହୁଁ କି , ଭଗବାନ ନାହାଁନ୍ତି । ଭଗବାନଙ୍କ ପାଇଁ ପ୍ରକୃତରେ ଏ ବିଶ୍ୱ ବ୍ରହ୍ମାଣ୍ଡ ଚାଲିଅଛି । କିନ୍ତୁ ଭଗବାନଙ୍କ ନାମ ନେଇ ପ୍ରହସନ କରୁଥିବା କେତେକ ଲୋକଙ୍କ ପାଇଁ ଏ ସମାଜ ଖରାପ ହୋଇଯାଉଛି । ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକ ଖରାପ କାମ କରିବାରେ ଲାଗିପଡିଛନ୍ତି । ତେବେ ବର୍ତ୍ତମାନ ସମୟରେ ଓଡ଼ିଶାରେ ଘଟିଥିବା ଏକ ଘ-ଟ-ଣା ସାମ୍ନାକୁ ଆସିଅଛି । ଆସନ୍ତୁ ସେ ବିଷୟରେ ଜାଣିବା ।

ତେବେ ସୂଚନା ଅନୁଯାୟୀ , କୌଣସି ଏକ ଗ୍ରାମରେ ଜଣେ ମହିଳାଙ୍କୁ ମା ସନ୍ତୋଷୀ ଆସୁଥିବାର ମାନ୍ୟତା ରହିଛି । ଆଉ ଲୋକେ ତାଙ୍କୁ ଅତ୍ୟନ୍ତ ବିଶ୍ୱାସ ମଧ୍ୟ କରିଥାନ୍ତି । କିନ୍ତୁ ଭିଡ଼ିଓରେ ଦେଖିଲେ ଲାଗିବ ସତେ କି ମହିଳା ଜଣକ ଅଭିନୟ କରୁଛନ୍ତି । ମହିଳା ଜଣକ ବାରମ୍ବାର ନିଜକୁ ମା ସନ୍ତୋଷୀ ବୋଲି କହୁଛନ୍ତି ଆଉ ଆଶ୍ଚର୍ଯ୍ୟଜନକ ଅଭିନୟ କରୁଛନ୍ତି । ତାଙ୍କୁ ଦେଖିଲେ ଲାଗୁଛି ସତେ କି ସେ କୌଣସି ନାଟକରେ ଅଭିନୟ କରୁଛନ୍ତି । ତେବେ ଏହାପରେ ମହିଳା ଜଣକ ପାଖରେ ଛିଡା ହୋଇଥିବା ଜଣେ ମହିଳାଙ୍କୁ ଡାକୁଛନ୍ତି ଆଉ ତାଙ୍କୁ ଛାଟରେ ବାଡ଼ଉଛନ୍ତି । ଏହାକୁ ଦେଖିଲେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଆସିଯିବ କାରଣ ଏହା ଅତ୍ୟନ୍ତ ଭ-ୟଙ୍କ-ର ଥିଲା ।

ମହିଳାଙ୍କୁ ମା-ରି ସାରିବା ପରେ ସେ କହୁଛନ୍ତି କି , ଏଭଳି ଭକ୍ତ ମାନେ ମୋ ପାଖକୁ ଆସୁଛନ୍ତି , ଯେଉଁମାନେ ମୋର ଅପ-ମାନ କରୁଛନ୍ତି । ତେଣୁ ପରେ ସେମାନେ ଏହାର ପରିଣାମ ମଧ୍ୟ ଭୋଗ କରୁଛନ୍ତି । ଏହାପରେ ସେ ଆଉ ଜଣଙ୍କୁ କହୁଛନ୍ତି କି , ଏହି ଭକ୍ତର ଆଜି ଏଥିପାଇଁ ଗୋଡ଼ ଖରାପ ହୋଇଛି କାରଣ ସେ ତାର ପିଲାକୁ ଗୋଇଁଠା ମା-ରୁଥିଲା । ଆଉ ମୁଁ ତାର ସ୍ୱାମୀକୁ କହିଥିଲି କି , ତାକୁ ଯୁଆଡେ ନେଲେ ବି ସେ ଭଲ ହେବ ନାହିଁ । ତେଣୁ ଆଜିକୁ ଦୁଇ ବର୍ଷ ପରେ ସେ ମୋ ପୀଠକୁ ଆସିଅଛି । ଏଭଳି କହି ନିଜକୁ ମା ସନ୍ତୋଷୀ ବୋଲି ଆକ୍ଷେପ କରୁଥିବା ମହିଳା ଜଣକ ଜୋରସୋରରେ ଗ-ର୍ଜ-ନ କରିବାକୁ ଲାଗିଲେ । ଆଉ ଜଣେ ମହିଳାଙ୍କୁ ଡାକି କହିଲେ କି , ଏହି ମହିଳାର ନଣନ୍ଦ ତାର ପରମ ଶ-ତ୍ରୁ । ସେ ତାର ସ୍ୱାମୀଙ୍କ ଠାରୁ ତାଙ୍କୁ ମା-ଡ଼ ଖୁଆଉଛି । ଆଉ ମୁଁ ତାର ଶରୀର ମଧ୍ୟରେ ପ୍ରବେଶ କରି ସବୁ ଯ-ନ୍ତ୍ର-ଣା ଭୋଗ କରୁଛି । ତେବେ ଏଭଳି ଅଭିନୟ ଏହି ମହିଳା ଜଣକ କରୁଥିବାର ଦେଖି ବାସ୍ତବରେ ବହୁତ ଆଶ୍ଚର୍ଯ୍ୟ ଲାଗୁଛି ।

Leave a Reply

Your email address will not be published. Required fields are marked *