ବାହାଘର ବେଳେ ବର କରିଦେଲା କିସ ତେଣୁ କନ୍ୟା ଭାଙ୍ଗି ଦେଲେ ବାହାଘର।

ଉତ୍ତର ପ୍ରଦେଶର ସମଲ୍ ରେ ମଙ୍ଗଳ ବାର ରାତିରେ ପରିବାର ଲୋକଙ୍କ ସହମତି ଏବଂ ୩୦୦ ରୁ ଅଧିକ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ଗୋଟେ ବାହାଘର ହେଉଥିଲା। ବାହାଘରରେ ବର ଏବଂ କନ୍ୟା ଦୁହେଁ ବହୁତ୍ ଖୁସି ଥିଲେ। ଦୁହେଁ ଷ୍ଟେଜ୍ ଉପରେ ସମସ୍ତଙ୍କ ସାମ୍ନାରେ ପରସ୍ପରଙ୍କୁ ମାଳ ପିନ୍ଧାଇଲେ।

କିଛି ସମୟ ପରେ ବର ବିବେକ ଅଗ୍ନିହୋତା କନ୍ୟାଙ୍କୁ ନ ପଚାରି ସମସ୍ତଙ୍କ ସାମ୍ନାରେ ୨୩ ବର୍ଷିୟ କନ୍ୟାଙ୍କୁ କି-ସ୍ କରିଦେଲେ। ସେଥିପାଇଁ କନ୍ୟା ରା-ଗିଯାଇ ଷ୍ଟେଜରୁ ତଳକୁ ଆସି ବରଙ୍କୁ ବାହାହେବେନି ବୋଲି ମନା କରିଦେଲେ ଏବଂ ପୋଲି-ସଙ୍କୁ ମଧ୍ୟ ଡାକିଲେ।। କିଛି ସମୟ ଭିତରେ ପୋ-ଲିସ୍ ଆସି ତ-ଦନ୍ତ ଆରମ୍ଭ କଲେ।

ପୋ-ଲିସ୍ କନ୍ୟାଙ୍କୁ ଏ ବିଷୟରେ ପଚାରିଲେ କନ୍ୟା ରା-ଗିଯାଇ କହିଲେ ସେ ତାଙ୍କ ସାଙ୍ଗମାନଙ୍କ କଥାରେ ମତେ କି-ସ୍ କଲେ ସେଥିପାଇଁ ତାଙ୍କ ଚରିତ୍ର ଉପରେ ମୋର ସ-ନ୍ଦେହ ହେଉଛି। ମୁଁ ତାଙ୍କୁ ବାହା ହେଇ ପାରିବିନି। ପୋ-ଲିସ୍ କନ୍ୟାଙ୍କୁ ବହୁତ୍ ବୁଝାଇଲେ କିନ୍ତୁ କନ୍ୟା କିଛି ବୁଝି ନଥିଲେ।

କନ୍ୟାଙ୍କ ମାଆ ପୋଲି-ସକୁ କହିଥିଲେ ବିବେକଙ୍କ ସାଙ୍ଗ ମାନଙ୍କ ପାଇଁ ଏସବୁ ହେଇଛି ସେଥିପାଇଁ ଝିଅ ବର ସହ ଯିବାକୁ ରାଜି ହେଉନି। ଆମେମାନେ ଝିଅକୁ ବୁଝେଇବାକୁ ଚେଷ୍ଟା କରୁଛନ୍ତି। ଏବଂ ସେ ଭାବୁଛନ୍ତି ଆଗକୁ ସବୁ ଠିକ୍ ହେଇଯିବ।

ବାହଜୁଇ ଷ୍ଟେ-ସନ ଅଫିସର ପଙ୍କଜ ଲଭାନିଆ କହିଛନ୍ତି ପରମ୍ପରା ଅନୁସାରେ ଦୁହିଁଙ୍କର ବାହାଘର ହେଇ ସାରିଛି। ବାହାଘରର ସବୁ ନିୟମ ସରିଲା ପରେ ଏମିତି କିଛି ହେଇଛି ସେଥିପାଇଁ ଝିଅଙ୍କୁ ବିବେକଙ୍କ ସହ ଯିବା ଉଚିତ୍।

Leave a Reply

Your email address will not be published. Required fields are marked *