ମାସ ମାସ ଧରି ମନ୍ତ୍ରୀଙ୍କୁ ମା-ରିବା ପାଇଁ ଏମିତି କରୁଥିଲା ପ୍ରସ୍ତୁତି , ଗୁ-ଳି ଥରେ ଲାଗିଲେ ଡାକ୍ତର ବି ବଞ୍ଚାଇ ପାରିବେ ନାହିଁ

ଆରପାରିରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା । କାହିଁକି ନା ସାଧାରଣ ମୃ-ତ୍ୟୁ ତାଙ୍କର ହୋଇ ନାହିଁ । ଜଣେ ପୋ-ଲିସ ଅଫିସର ତାଙ୍କୁ ହ-ତ୍ୟା କରିଛନ୍ତି , ଯାହାକୁ ନେଇ ବର୍ତ୍ତମାନ ସମୟରେ ଲୋକ ଲୋଚନରେ ଅନେକ ଚର୍ଚ୍ଚା ଆଉ ଅନେକ ଆଲୋଚନା । କାହିଁକି ଜଣେ ପୋ-ଲିସ ଅଫିସର ଜଣେ ମନ୍ତ୍ରୀଙ୍କୁ ହ-ତ୍ୟା କରିଛନ୍ତି

ତାହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ହୋଇ ରହିଛି କିନ୍ତୁ ତାର କାରଣ ଜାଣିବା ପାଇଁ ସମସ୍ତେ ଅନାଇ ବସିଛନ୍ତି । ଆଉ ନିଶ୍ଚିତ ଭାବରେ ସେହି ଦିନ ଆସିବ , ଯେଉଁ ଦିନ ସବୁକିଛି ସ୍ପଷ୍ଟ ହୋଇଯିବ ଆଉ ଗୋପାଳର ହ-ତ୍ୟା ପଛର ସବୁ କାରଣ ସମସ୍ତେ ଜାଣି ପାରିବେ , ସେହି ଆଶା ନେଇ ସମସ୍ତେ ଅନାଇ ରହିଛନ୍ତି । ଜଣେ ମନ୍ତ୍ରୀ ଥିଲେ ନବ ଦାସ , ଯାହାଙ୍କ ପଛେ ପଛେ ରହି ସୁର-କ୍ଷା ଯୋଗାଇ ଚାଲିଥିଲେ ଗୋପାଳ , ହଠାତ୍ କାହିଁକି ଏପରି କଲେ ସେ କଥା ଜଣା ନାହିଁ ।

ତେବେ ଏପରି ପରିସ୍ଥିତିରେ ବର୍ତ୍ତମାନ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ଆଉ ସେପଟେ ଗୋପାଳ ଦାସଙ୍କୁ କ୍ରାଇମ୍ ବ୍ରାଞ୍ଚ ଦଳ ଜେରା କରିବା ପାଇଁ କୋର୍ଟ ଠାରୁ ଅନୁମତି ନେଇ ଚାଲିଛି । ପ୍ରତିଦିନ କିଛି ନା କିଛି କାର୍ଯ୍ୟ ଚାଲିଛି । କେଉଁ ଦିନ ଘଟ-ଣା ସ୍ଥଳକୁ ତାକୁ ନିଆ ଯାଉଛି ତ ଆଉ କେଉଁ ଦିନ ତାକୁ ହ-ତ୍ୟାର ଡେମୋ ଦେଖେଇବା ପାଇଁ କୁହାଯାଉଛି ।

ଆଉ ପୁଣି କେବେ ତାର ଘର ଆଡେ ଯାଇ ତ-ଦନ୍ତ କରାଯାଉଛି । ତେବେ ଏସବୁ ସୂତ୍ରରୁ ଅନେକ କଥା ମଧ୍ୟ ସାମ୍ନାକୁ ଆସିଛି । ସେ ଗୋପାଳର ପାଇଖାନା ଟାଙ୍କି ହେଉ କି ତାର ବଡ ଭାଇ ଆଉ ପୁଣି ତାର ଡାଏରୀ । ଏପରି ଅନେକ ମାଧ୍ୟମ ରହିଛି , ଯେଉଁ ଠାରୁ କିଛି ନା କିଛି ସ-ନ୍ଧାନ ପୋ-ଲିସ ଆଉ କ୍ରାଇମ୍ ବ୍ରାଞ୍ଚ ହାତରେ ଲାଗିଛି । ଆଉ ସେହି ସବୁ ମାଧ୍ୟମ ଅନୁଯାୟୀ , କ୍ରାଇମ୍ ବ୍ରାଞ୍ଚ ତାର ତଦ-ନ୍ତକା-ରୀ ଦଳ ସହିତ ମିଶି ତ-ଦନ୍ତ କରିବାରେ ଲାଗିଛି ।

ଏହାରି ମଧ୍ୟରେ ଆଉ ଏକ ଖବର ମଧ୍ୟ କିଛି ଦିନ ପୂର୍ବରୁ ଆସିଥିଲା କି , ଗୋପାଳ ଦାସକୁ କିଛି ପରୀକ୍ଷା ପାଇଁ ବିମାନରେ ବାହାରକୁ ଯିବାକୁ ପଡିବ । ଆଉ ତାହା ମଧ୍ୟ ହୋଇଥିଲା ପଲିଗ୍ରାଫ୍ ଏବଂ ନାର୍କୋ ଟେଷ୍ଟ କରାଯିବା ପାଇଁ ଗାନ୍ଧୀ ନଗର ନିଆଯାଇଥିଲା ଗୋପାଳକୁ । ଆଉ ତା ସାଙ୍ଗରେ ବଡ ବଡ଼ ଅଧିକାରୀ ମାନେ ମଧ୍ୟ ଯାଇଥିଲେ । ଅନେକ ସମୟ ଧରି ପଲିଗ୍ରାଫ କରା ଯାଇଥିଲା ।

ଆଉ ତାର ଗୋଟିଏ ଦିନ ପରେ କରା ଯାଇଥିଲା ନାରକୋ । ଯାହା ଅନେକ ସତ ସାମ୍ନାକୁ ଆଣିଛି ବୋଲି କୁହାଯାଉଛି । ପ୍ରକୃତରେ ଏହି ଟେଷ୍ଟ କରାଯିବା ପରେ କିଛି ଘଣ୍ଟା ପର୍ଯ୍ୟନ୍ତ ଗୋପାଳର ଚେତା ଫେରି ନଥିଲା । ଆଉ ଯାହା ପରେ ସମସ୍ତେ ବ୍ୟସ୍ତ ହୋଇ ଉଠି ଥିଲେ । କାହିଁକି ନା ତା ପର ଦିନ ଅର୍ଥାତ୍ ରବିବାର ଦିନ ଗୋପାଳକୁ ଓଡ଼ିଶା ଫେରିବାର ଥିଲା । ତେବେ ସବୁ କିଛି ଠିକ୍ ହୋଇ ଯାଇଥିଲା ଆଉ ଚେତାରୁ ଫେରି ତାପର ଦିନ ଓଡ଼ିଶା ଫେରି ଆସିଥିଲେ।

ତେବେ ଏହାରି ଭିତରେ କିଛି ସତ କଥା ସାମ୍ନାକୁ ଆସିଛି ବୋଲି ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି । କୁହାଯାଉଛି କି , ନାର୍କୋ ଟେଷ୍ଟ ପରେ ଜଣା ପଡ଼ିଯାଇଛି କି , ଗୋପାଳ ନବ ଦାସଙ୍କୁ ହ-ତ୍ୟା କରିବା ପାଇଁ ଅନେକ ମାସ ହେବ ଚେଷ୍ଟା ଚଳାଇ ଥିଲା । ତାର ଯୋଜନା ଏପରି ଥିଲା କି , ଥରେ ସେ ଗୁ-ଳି ମା-ରିଲେ ଯେମିତି ସିଧା ଯାଇ ମନ୍ତ୍ରୀଙ୍କ ଛାତିରେ ବାଜିବ ଆଉ ସେ ସେଠାରେ ହିଁ ଟଳି ପଡ଼ିବେ ।

ଯେତେ ଚେଷ୍ଟା କରିବା ପରେ ମଧ୍ୟ ଡାକ୍ତର ତାଙ୍କୁ ବଞ୍ଚାଇ ପାରିବେ ନାହିଁ । ଆଉ ଶେଷରେ ତାହା ହିଁ ହୋଇଥିଲା ଆରପାରିକୁ ଚାଲି ଯାଇଥିଲେ ନବ ଦାସ । ତେବେ ଏହାରି ମଧ୍ୟରେ କିଛି କଥା ଶୁଣିବାକୁ ମିଳିଛି । କୁହାଯାଉଛି କି , ଆର ବର୍ଷ ହିଁ ଗୋପାଳ ଜଣେ ଭଲ ଅଫିସର ଭାବରେ ପୁରସ୍କୃତ ହୋଇଥିଲେ । ଆଉ ତାପରେ ଏପରି କା-ଣ୍ଡ କରିବା ସମସ୍ତଙ୍କୁ ନିସ୍ତବ୍ଧ କରି ଦେଇଛି।

Leave a Reply

Your email address will not be published. Required fields are marked *