ଗଛ ଭିତରେ ନିଆଁ ଲାଗିଗଲା, ବଜ୍ରପାତ ପରେ ଏମିତି ଅବସ୍ଥା ଦେଖି ଲୋକ ହୋଇଗଲେ ଆଶ୍ଚର୍ଯ୍ୟ…

ପ୍ରକୃତି ଯେତେବେଳେ ନିଜ ଉପରେ ଦାଉ ସାଜେ ସେତେବେଳେ କ’ଣ ନାହିଁ କ’ଣ କରେ। ଆମେ ଆମର ସବୁ ଶକ୍ତି ଲଗେଇଦେଲେ ମଧ୍ୟ ପ୍ରକୃତିକୁ ପରାସ୍ତ କରି ପାରିବା ନାହିଁ। ପ୍ରାକୃତିରେ ଏମିତି କିଛି ଘଟିଛି ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଗୋଟେ ବିରାଟ ଗଛ ନିଆଁ ପରି ଜଳୁଛି। ଏହା କୌଣସି ମଣିଷ ଦ୍ୱାରା ନୁହେଁ ବରଂ ବିଜୁଳି ଦ୍ୱାରା ଏମିତି ହେଇଛି। ଯାହାଦ୍ୱାରା ଗଛ ଭିତରେ ନିଆଁ ଲାଗିଯାଇଛି।

ଟ୍ୱିଟରରେ @ ଇଣ୍ଟର୍ଟିଙ୍ଗସ୍ ଏଏସ୍ଏଫ୍ ନାମକ ଆକାଉଣ୍ଟରେ ସେୟାର ହୋଇଥିବା ଏହି ଭିଡିଓରେ ଗଛ ଭିତରେ ଜଳୁଥିବା ନିଆଁ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ନିଆଁ ଏତେ ଜୋରରେ ଜଳୁଛି ଯେ ଗଛ ଭିତରେ ମଧ୍ୟ ସ୍ପଷ୍ଟ ଭାବରେ ଦେଖା ଯାଉଛି। ଏହି ନିଆଁକୁ ଦେଖି ଆଖପାଖର ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଗଛରେ ଲାଗିଥିବା ନିଆଁର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୮ ଲକ୍ଷ ଭ୍ୟୁ ଆସି ସାରିଲେଣି।

ଗଛ ଭିତରେ ନିଆଁ ଲାଗିଯାଇଥିବା ଭିଡିଓ ଦେଖିବା ପରେ ମଧ୍ୟ ଅନେକ ଲୋକ ଏହି କଥାକୁ ବିଶ୍ୱାସ କରୁ ନାହାନ୍ତି। ସୋସିଆଲ ମିଡିଆରେ ଅନେକ ଲୋକ ଏହି ଭିଡିଓକୁ ନକଲି ବୋଲି କହୁଛନ୍ତି କିନ୍ତୁ ଏହା ସତ୍ୟ। ଗଛ ଭିତରେ ନିଆଁ ବଜ୍ରପାତ ପାଇଁ ହେଇଛି। ଏହା ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି। ଯେଉଁଠାରେ ଏହି ଘଟଣା ସାମ୍ନାକୁ ଆସିଥିଲା, ସେଠାର ଲୋକମାନେ ଏହି ଦୃଶ୍ୟ ଦେଖି ଡରିଗଲେ। କିଛି ଲୋକଙ୍କ ପାଇଁ ଏପରି ଘଟଣା ନୂଆ ନୁହେଁ। କିନ୍ତୁ ସେଠାରେ ଏମିତି ଅନେକ ଲୋକ ଥିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ବିଜୁଳି ଦ୍ଵାରା ପୁରା ଗଛ କେମିତି ଜଳିଲାନି। ଗଛ ଭିତରେ ନିଆଁ କିପରି ଲାଗିଲା।

ଯେଉଁମାନେ ଗଛର ନିଆଁ ନକଲି, ଏବଂ ଗ୍ରାଫିକ୍ସ ବୋଲି ଭାବୁଛନ୍ତି ସେମାନଙ୍କ ପାଇଁ ଏହିପରି ଘଟଣା ନୂଆ ନୁହେଁ ବୋଲି ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅତୀତରେ ଅନେକ ଥର ଗଛଟି ଏମିତି ବ୍ରଜପାତର ଶିକାର ହେଇଥିବାର ଦେଖାଯାଇଛି। ଘଞ୍ଚ ଜଙ୍ଗଲରେ ଗଛଗୁଡ଼ିକ ପରସ୍ପର ସହ ଧକ୍କା ହୋଇ ନିଆଁ ସୃଷ୍ଟି କରନ୍ତି, ଯେଉଁ କାରଣରୁ ଜଙ୍ଗଲ ଜଳିଯାଏ।

Leave a Reply

Your email address will not be published. Required fields are marked *